Posted inଜାତୀୟ

କର୍ନାଟକରେ ଗୁଜରାଟ ଫର୍ମୂଲା ଲାଗୁ ଲାଗି ଭାଜପାର ଯୋଜନା…

ବେଙ୍ଗାଲୁରୁ, ୨୫।୪ : ଭ୍ରଷ୍ଟାଚାର ଏବଂ କାର୍ଯ୍ୟରେ ଅବହେଳା ଅଭିଯୋଗକୁ ଦୃଷ୍ଟିରେ ରଖି କର୍ନାଟକରେ ଗୁଜୁରାଟ ଫର୍ମୂଲା ଲାଗୁ କରିବାକୁ ଭାଜପାର ସର୍ବୋଚ୍ଚ ନେତୃତ୍ୱ ଚିନ୍ତା କରୁଛନ୍ତିି। ଭାଜପା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ସମେତ ସମସ୍ତ ମନ୍ତ୍ରୀଙ୍କୁ ହଟାଇ ଗୁଜରାଟରେ ଏକ ନୂତନ ଟିମ୍‌ ଗଠନ କରିଥିଲା। ଏହି ଫର୍ମୂଲା ଏବେ କର୍ନାଟକରେ ଆପଣେଇବା ଲାଗି ଯୋଜନା କରାଯାଉଛି। ରାଜ୍ୟର ବୃହତ୍ତମ ଜନସଂଖ୍ୟା ଲିଙ୍ଗାୟତ ସମ୍ପ୍ରଦାୟଙ୍କୁ ନେଇ ଭାଜପା ନୂଆ ରଣନୀତି ଉପରେ ବିଚାର କରୁଛି। ଦକ୍ଷିଣ ଭାରତରେ କେବଳ କର୍ନାଟକରେ ଭାଜପା ସରକାର ଅଛି। ପ୍ରାୟ ଦେଢ଼ ବର୍ଷ ପରେ ଏଠାରେ ବିଧାନସଭା ନିର୍ବାଚନ ହେବାର ଅଛି ଏବଂ ଦଳ କୌଣସି ମୂଲ୍ୟରେ କ୍ଷମତା ହରାଇବାକୁ ଚାହୁଁନାହିଁ।

ଭାଜପା ସୂତ୍ର ଅନୁଯାୟୀ, ମଧ୍ୟପ୍ରଦେଶ, ହରିୟାଣା, ତ୍ରିପୁରା ଭଳି ରାଜ୍ୟରେ ମଧ୍ୟ କର୍ନାଟକ ଭଳି ସମଗ୍ର ସରକାରକୁ ପରିବର୍ତ୍ତନ କରିବା ଉପରେ ଆଲୋଚନା ଚାଲିଥିବାବେଳେ ନେତୃତ୍ୱର ପରିବର୍ତ୍ତନ ସହିତ ସରକାରଙ୍କ ବର୍ତ୍ତମାନର ଗଠନରେ ମଧ୍ୟ ପ୍ରମୁଖ ପରିବର୍ତ୍ତନ ଉପରେ ଚର୍ଚ୍ଚା ହେଉଛି।

ଦୁଇ ବର୍ଷ ପରେ ହେବାକୁ ଥିବା ଲୋକ ସଭା ନିର୍ବାଚନରେ ରାଜ୍ୟ ନେତୃତ୍ୱର ଖରାପ ପ୍ରଦର୍ଶନକୁ ନେଇ ଭାଜପା କୌଣସି ରିସ୍କ୍‌ ନେବାକୁ ଚାହୁଁନାହିଁ। ଭାଜପା କର୍ନାଟକ ସହାୟତାରେ କେରଳ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ତାମିଲନାଡୁ ସମେତ ଅନ୍ୟ ଦକ୍ଷିଣ ରାଜ୍ୟରେ ନିଜର ସ୍ଥିତି ସୁଦୃଢ଼ କରିବାକୁ ଚାହୁଁଛି। ଏହାକୁ ଦୃଷ୍ଟିରେ ରଖି କର୍ନାଟକର ବିଏସ ୟେଦୁରପ୍ପାଙ୍କ ସ୍ଥାନରେ ବାସଭାରାଜ ବୋମ୍ମାଇଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଥିଲା।

କିନ୍ତୁ ନେତୃତ୍ୱ ବଦଳିବା ପରେ ସରକାରଙ୍କ ଉପରେ ଦୁର୍ନୀତିର ଅଭିଯୋଗ କେବଳ ବୃଦ୍ଧି ପାଇନାହିଁ, ବରଂ ସରକାରଙ୍କ କାର୍ଯ୍ୟର ଗତି ମଧ୍ୟ ବହୁତ ମନ୍ଥର ହୋଇଛି । ରାଜ୍ୟରେ ସଂଖ୍ୟାଲଘୁ ବିରୋଧୀ ଅଭିଯାନର ପରିସ୍ଥିତିକୁ ନେଇ ଭାଜପା ନେତୃତ୍ୱ ମଧ୍ୟ ଅସନ୍ତୁଷ୍ଟ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରେ ଯୋଗଦେଲେ ଲିଆଣ୍ଡର ପେସ: ଟିଏମସିକୁ ବଡ଼ ଝଟ୍‌କା

କୋଲକାତା,୩୧।୩:ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଛି। ଏହି ସମୟରେ ଟିଏମସିକୁ ଏକ ଝଟ୍‌କା ଲାଗିଛି। ପୂର୍ବତନ ଟେନିସ ତାରକା ତଥା ଟିଏମ୍‌ସି ନେତା ଲିଆଣ୍ଡର…

ପାଇଖାନା ସେଣ୍ଟ୍ରିଂ ଖୋଲିବା ହେଲା କାଳ, ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଜୀବନ

କୁଚିଣ୍ଡା,୩୧।୩(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ଵ୍ଲକ ମହୁଲପାଲି ଥାନା ଅନ୍ତର୍ଗତ କେଶାଇବାହାଲରେ ଅଭାବନୀୟ ଘଟଣା । ପାଇଖାନା ଟାଙ୍କି ସେଣ୍ଟ୍ରିଙ୍ଗ ଖୋଲିବା ସମୟରେ ଶ୍ୱାସରୁଦ୍ଧ ହୋଇ…

ଡାହାଣୀ ସନ୍ଦେହରେ ଯୁବକଙ୍କୁ ସଂଘବଦ୍ଧ ହତ୍ୟା, ୪ଜଣ…….

ସୁନ୍ଦରଗଡ,୩୧।୩(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ସଦର ଥାନା ଅନ୍ତର୍ଗତ ସାନ ପତ୍ରା ପାଲି କେନ୍ଦାମାଲରେ ଅଭାବନୀୟ ଘଟଣା । ମଙ୍ଗଳବାର ଦିନ ଡାହାଣୀ ସନ୍ଦେହରେ ଜଣଙ୍କୁ ସଙ୍ଘବଦ୍ଧ…

ଲକ୍ଷପତି ଦିଦି, ମହିଳାଙ୍କୁ ୩ ହଜାର ଟଙ୍କା ସହ ମିଳିବ ୨ ଲକ୍ଷ ଚାକିରି, ବଡ଼ ଘୋଷଣା କଲା ଭାଜପା

ଗୁଆହାଟୀ,୩୧।୩: ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା) 2026 ଆସାମ ବିଧାନସଭା ନିର୍ବାଚନ ପାଇଁ ଏହାର ଇସ୍ତାହାର ପ୍ରକାଶ କରିଛି, ଯେଉଁଥିରେ ସମାନ ନାଗରିକ ସଂହିତା (UCC)…

ଧାର ଟଙ୍କା ନଦେବାରୁ ତାତିଗଲେ ଭିଣୋଇ, ଶୋଇଥିବା ବେଳେ ପେଟ୍ରୋଲ ଢାଳି ଜାଳିଦେଲେ….

ପାଟଣା,୩୧।୩(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା କିଆପଡା ଗାଁରେ ଅଭାବନୀୟ ଘଟଣା । ଧାର ଟଙ୍କାକୁ କେନ୍ଦ୍ର କରି ଏପରି ହିଂସାତ୍ମକ ଘଟଣା ଏବେ…

ହାଇକୋର୍ଟ ଗେଟ୍ ଆଗରେ ଗାଡ଼ିରେ ଲାଗିଲା ନିଆଁ, ହୁତୁହୁତୁ ହୋଇ ଜଳିଗଲା….

କଟକ,୩୧।୩(ପ୍ରଭୁକଲ୍ୟାଣ ପାଲ୍/କାର୍ତ୍ତିକ ସାହୁ): ହାଇକୋର୍ଟ ଲାଲବାଗ ଗେଟ ପାର୍ଶ୍ଵରେ ଅଗ୍ନିକାଣ୍ଡ । ଲାଲବାଗ ଗେଟ କାଳିଗଳି ସମୁଖରେ ଏହି ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ଅନେକ ଗାଡ଼ି…

Video: ଯୁଦ୍ଧ ଶେଷ କରିବାକୁ ଇରାନ ରାଜି ହେବାର ସଙ୍କେତ ଦେବା ଭିତରେ ଏମିତି ଭିଡ଼ିଓ ଶେୟାର କଲେ ଟ୍ରମ୍ପ, ସାରା ବିଶ୍ୱ ଚକିତ! ଦେଖନ୍ତୁ…

ତେହରାନ,୩୧।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ଆରମ୍ଭ ହେବାର ଗୋଟିଏ ମାସ ବିତିଗଲାଣି। ଆଜି (ମଙ୍ଗଳବାର) ଏହି ସଂଘର୍ଷର 32ତମ ଦିନ। ଆମେରିକା ଏବଂ…

CSKର ପରାଜୟ ପାଇଁ ସଞ୍ଜୁ ସାମସନଙ୍କ ସମେତ ଏହି ୫ ଖେଳାଳି ଦାୟୀ!

ନୂଆଦିଲ୍ଲୀ,୩୧।୩: ମାର୍ଚ୍ଚ ୩୦ରେ ଅନୁଷ୍ଠିତ 2026 ଇଣ୍ଡିଆନ ପ୍ରିମିୟର ଲିଗର ତୃତୀୟ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଏବଂ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ମୁକାବିଲା ହୋଇଥିଲା। ଗୁଆହାଟୀର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri