Posted inଜାତୀୟ

କର୍ନାଟକରେ ଗୁଜରାଟ ଫର୍ମୂଲା ଲାଗୁ ଲାଗି ଭାଜପାର ଯୋଜନା…

ବେଙ୍ଗାଲୁରୁ, ୨୫।୪ : ଭ୍ରଷ୍ଟାଚାର ଏବଂ କାର୍ଯ୍ୟରେ ଅବହେଳା ଅଭିଯୋଗକୁ ଦୃଷ୍ଟିରେ ରଖି କର୍ନାଟକରେ ଗୁଜୁରାଟ ଫର୍ମୂଲା ଲାଗୁ କରିବାକୁ ଭାଜପାର ସର୍ବୋଚ୍ଚ ନେତୃତ୍ୱ ଚିନ୍ତା କରୁଛନ୍ତିି। ଭାଜପା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ସମେତ ସମସ୍ତ ମନ୍ତ୍ରୀଙ୍କୁ ହଟାଇ ଗୁଜରାଟରେ ଏକ ନୂତନ ଟିମ୍‌ ଗଠନ କରିଥିଲା। ଏହି ଫର୍ମୂଲା ଏବେ କର୍ନାଟକରେ ଆପଣେଇବା ଲାଗି ଯୋଜନା କରାଯାଉଛି। ରାଜ୍ୟର ବୃହତ୍ତମ ଜନସଂଖ୍ୟା ଲିଙ୍ଗାୟତ ସମ୍ପ୍ରଦାୟଙ୍କୁ ନେଇ ଭାଜପା ନୂଆ ରଣନୀତି ଉପରେ ବିଚାର କରୁଛି। ଦକ୍ଷିଣ ଭାରତରେ କେବଳ କର୍ନାଟକରେ ଭାଜପା ସରକାର ଅଛି। ପ୍ରାୟ ଦେଢ଼ ବର୍ଷ ପରେ ଏଠାରେ ବିଧାନସଭା ନିର୍ବାଚନ ହେବାର ଅଛି ଏବଂ ଦଳ କୌଣସି ମୂଲ୍ୟରେ କ୍ଷମତା ହରାଇବାକୁ ଚାହୁଁନାହିଁ।

ଭାଜପା ସୂତ୍ର ଅନୁଯାୟୀ, ମଧ୍ୟପ୍ରଦେଶ, ହରିୟାଣା, ତ୍ରିପୁରା ଭଳି ରାଜ୍ୟରେ ମଧ୍ୟ କର୍ନାଟକ ଭଳି ସମଗ୍ର ସରକାରକୁ ପରିବର୍ତ୍ତନ କରିବା ଉପରେ ଆଲୋଚନା ଚାଲିଥିବାବେଳେ ନେତୃତ୍ୱର ପରିବର୍ତ୍ତନ ସହିତ ସରକାରଙ୍କ ବର୍ତ୍ତମାନର ଗଠନରେ ମଧ୍ୟ ପ୍ରମୁଖ ପରିବର୍ତ୍ତନ ଉପରେ ଚର୍ଚ୍ଚା ହେଉଛି।

ଦୁଇ ବର୍ଷ ପରେ ହେବାକୁ ଥିବା ଲୋକ ସଭା ନିର୍ବାଚନରେ ରାଜ୍ୟ ନେତୃତ୍ୱର ଖରାପ ପ୍ରଦର୍ଶନକୁ ନେଇ ଭାଜପା କୌଣସି ରିସ୍କ୍‌ ନେବାକୁ ଚାହୁଁନାହିଁ। ଭାଜପା କର୍ନାଟକ ସହାୟତାରେ କେରଳ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ତାମିଲନାଡୁ ସମେତ ଅନ୍ୟ ଦକ୍ଷିଣ ରାଜ୍ୟରେ ନିଜର ସ୍ଥିତି ସୁଦୃଢ଼ କରିବାକୁ ଚାହୁଁଛି। ଏହାକୁ ଦୃଷ୍ଟିରେ ରଖି କର୍ନାଟକର ବିଏସ ୟେଦୁରପ୍ପାଙ୍କ ସ୍ଥାନରେ ବାସଭାରାଜ ବୋମ୍ମାଇଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଥିଲା।

କିନ୍ତୁ ନେତୃତ୍ୱ ବଦଳିବା ପରେ ସରକାରଙ୍କ ଉପରେ ଦୁର୍ନୀତିର ଅଭିଯୋଗ କେବଳ ବୃଦ୍ଧି ପାଇନାହିଁ, ବରଂ ସରକାରଙ୍କ କାର୍ଯ୍ୟର ଗତି ମଧ୍ୟ ବହୁତ ମନ୍ଥର ହୋଇଛି । ରାଜ୍ୟରେ ସଂଖ୍ୟାଲଘୁ ବିରୋଧୀ ଅଭିଯାନର ପରିସ୍ଥିତିକୁ ନେଇ ଭାଜପା ନେତୃତ୍ୱ ମଧ୍ୟ ଅସନ୍ତୁଷ୍ଟ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri