ଆଗକୁ ପଞ୍ଚାୟତ ନିର୍ବାଚନ: ସାଙ୍ଗଠନିକ ବୈଠକରେ ବାଜିଲା ଭାଜପାର ବିଗୁଲ… 

କୋରାପୁଟ,୨୦।୧(ଅମିତାଭ ବେହେରା): ଆସନ୍ତା ପଞ୍ଚାୟତ ନିର୍ବାଚନ ନେଇ କୋରାପୁଟରେ ଭାଜପାର ସାଙ୍ଗଠନିକ  ଭିତ୍ତିଭୂମିକୁ  ଅଧିକ ସୁଦୃଢ କରିବା ଲକ୍ଷ୍ୟରେ ମଙ୍ଗଳବାର ସ୍ଥାନୀୟ ଦକ୍ଷତା ବୃଦ୍ଧି ତାଲିମ କେନ୍ଦ୍ରରେ ଆୟୋଜିତ ବୈଠକରେ ଦଳର ବିଗୁଲ ବାଜିଛି। ଭାଜପାର ରାଜ୍ୟ ଉପସଭାପତି ତଥା କୋରାପୁଟ  ଜିଲା ପ୍ରଭାରୀ ଭବେନ୍ଦ୍ର ପଣ୍ଡାଙ୍କ ଉପସ୍ଥିତିରେ ଆୟୋଜିତ ସାଙ୍ଗଠନିକ ବୈଠକରେ ପଞ୍ଚାୟତସ୍ତରରେ ଦଳକୁ ଅଧିକ ମଜବୂତ କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି। ଜିଲା ସଭାପତି ଶିବ ମୁଦୁଲିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ରାଜ୍ୟ ସମ୍ପାଦକ ତଥା ଜିଲା ପ୍ରଭାରୀ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଡାଳକୁ ଅଧିକ ସୁଦୃଢ କରିବା, ସରକାରଙ୍କ ଯୋଜନା ଗ୍ରାମାଞ୍ଚଳ ଜନତାଙ୍କ ନିକଟରେ ପହଞ୍ଚାଇବା ଏବଂ ଦାଦନ ଶ୍ରମିକ ରୋକିବା ସହ ସ୍ବଛ ଶାସନ  ସମ୍ପର୍କରେ ଜନସଚେତନା ସୃଷ୍ଟି କରିବା ନେଇ ପରାମର୍ଶ ଦେଇଥିଲେ। ଏଥିସହିତ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନା ମାଧ୍ୟମରେ ହେଉଥିବା ଦୁର୍ନୀତିକୁ ରୋକିବା ପାଇଁ ଉକ୍ତ ଯୋଜନାକୁ କେନ୍ଦ୍ର ସରକାରଙ୍କ ପରିବର୍ତ୍ତନ କରାଯାଇ ଗରିବ ଲୋକଙ୍କ ବିକାଶ ଦିଗରେ ଭିବିଜି ରାମଜି ଯୋଜନା ପ୍ରଣୟନ କରାଯାଇଛି। ଏ ନେଇ ଦଳୀୟ କର୍ମୀଙ୍କ ସୂଚନା ଦିଆଯିବା ସହ ବର୍ତ୍ତମାନ ଅଣାଯାଇଥିବା ଭିବିଜି ରାମଜି ଯୋଜନାର ସ୍ବଚ୍ଛତା ଓ ଉପକାରୀତା ବିଷୟରେ ଗ୍ରାମାଞ୍ଚଳର ଲୋକଙ୍କୁ ସଚେତନ କରିବାକୁ ବୈଠକରେ ଆଲୋଚନା କରାଯାଇଥିଲା।

ଆଗକୁ ପଞ୍ଚାୟତ ନିର୍ବାଚନ ହେବାକୁ ଥିବାରୁ ଏଥିପାଇଁ କର୍ମୀମାନେ ତୃଣମୂଳସ୍ତରରେ ଲୋକଙ୍କ ନିକଟତର ହୋଇ ଡବଲ ଇଞ୍ଜିନ ସରକାରଙ୍କ ଲୋକାଭିମୁଖୀ ଯୋଜନା ଗୁଡିକ ଲୋକଙ୍କ ନିକଟରେ ପହଞ୍ଚାଇବା ସହ ପ୍ରତି ପଞ୍ଚାୟତସ୍ତରରେ ଲୋକଙ୍କୁ ଭାଜପା ଦଳର ଆଭିମୁଖ୍ୟ ଓ ଜନହିତକର ଯୋଜନା ଗୁଡିକ ସମ୍ପର୍କରେ ଆକୃଷ୍ଟ କରିବାକୁ ଉପସ୍ଥିତ ଦଳୀୟ କର୍ମୀଙ୍କୁ ଗୁରୁମନ୍ତ୍ର ପ୍ରଦାନ କରାଯାଇଥିଲା।  ଏହି ଅବସରରେ ଦଳୀୟ  ସାଙ୍ଗଠନିକ କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ବୈଠକରେ ବିଧାୟକ ରଘୁରାମ ମାଛ, ଜିଲା ଭାଜପା ସଭାପତି ଶିବ ମୁଦୁଲି, ଏମ୍‌ପି ପ୍ରାର୍ଥୀ କାଳୀରାମ ମାଝୀ, ଜୟପୁର ବିଧାୟକ ପ୍ରାର୍ଥୀ ଗୌତମ ସାମନ୍ତରାୟଙ୍କ ସମେତ ସମସ୍ତ ମଣ୍ଡଳର ସଭାପତି ଓ କର୍ମୀମାନେ ଉପସ୍ଥିତ ଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବେଆଇନ ବାଲି ଚାଲାଣ ଧରପଗଡ଼, ୭ ଟ୍ରାକ୍ଟରରୁ ଆଦାୟ ହେଲା ଏତିକି ଟଙ୍କାର ଜରିମାନା…

ଗୁଣପୁର,୭ା୩(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଉପଜିଲାପାଳ ଦୁଧାଲ ଅଭିଷେକ ଦିଲ୍ଲୀପଙ୍କ ନେତୃତ୍ୱରେ ବେଆଇନ ବାଲିଚାଲାଣ ଓ ଧରପଗଡ଼ ହୋଇଥିଲା। ଭୋର୍‌ ସମୟରେ ହଠାତ୍‌ ଉପଜିଲାପାଳଙ୍କ ନେତୃତ୍ୱରେ…

କଲେଜକୁ ଯାଉଥିଲେ ଛାତ୍ରୀ, ଦ୍ରୁତଗତିରେ ଆସି ଧକ୍କା ଦେଲା ବାଇକ, ଘଟଣାସ୍ଥଳରେ…

ବଲାଙ୍ଗୀର, ୭।୩( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭିଆଇପି ରାସ୍ତା ଭାଗିରଥି ଛକରୁ ସର୍କିଟ ହାଉସ ରାସ୍ତାରେ ଏକ ସ୍ପିଡ ବାଇକର ଧକ୍କାରେ ଜଣେ ଆୟୁର୍ବେଦିକ କଲେଜ…

ଅଗ୍ନିକାଣ୍ଡରେ ଜଳିଗଲା ୨ ବଖରା ଘର: ସହାୟତା ଯୋଗାଇ ଦେବାକୁ ସରକାରଙ୍କ ନିକଟରେ ଦାବି

ପରଜଙ୍ଗ, ୭।୩ ( ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଡମୋଳ ପଞ୍ଚାୟତର ଭାଲିଆତଇଲା ସାହିରେ ଭୟାବହ ଅଗ୍ନିକାଣ୍ଡ ଘଟି ଗ୍ରାମର ନମନ ବେହେରାଙ୍କ ୨…

ଏକୁଟିଆ ପାଇ ମହିଳାଙ୍କ ଘରେ ପଶିଥିଲେ ଏନଆରଇଜିଏ ସହାୟକ, ହଠାତ୍‌ ଚାଲିଆସିଲେ ମହିଳାଙ୍କ ସ୍ବାମୀ, ଆଉ ତା’ପରେ…

ଭବାନୀପାଟଣା, ୭। ୩(ଉତ୍ତମ କୁମାର ଦାଶ ): ଚର୍ଚ୍ଚାରେ କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଏନଆରଇଜିଏ ସହାୟକ ବିରଞ୍ଚି ଗହୀର। ତାଙ୍କ କାରନାମା ଏବେ ସ୍ଥାନୀୟ ଅଞ୍ଚଳରେ…

ସହକାରୀ ଯନ୍ତ୍ରୀଙ୍କ ଘରେ ପଶିଲା ଭିଜିଲାନ୍ସ: ୭ ସ୍ଥାନରେ ଏକକାଳୀନ ଚଢ଼ାଉ

ଡେରାବିଶ, ୭/୩ (ବେବର୍ତ୍ତା ଅଜୟ ଦାସ): ଆୟ ବହିର୍ଭୁତ ସମ୍ପତ୍ତି ଥିବା ଅଭିଯୋଗରେ କେନ୍ଦ୍ରାପଡା ଜିଲ୍ଲା ଜଳ ସମ୍ପଦ ବିଭାଗ ଅଧିନ ଛତା ସବ ଡିଭିଜନର ସହକାରୀ…

ମା’ ସମଲେଶ୍ୱରୀଙ୍କ ପୀଠରେ ଅପବିତ୍ର କାର୍ଯ୍ୟ: ଦୀପଘର ପଛପଟେ ଜମୁଥିଲା…

ସମ୍ବଲପୁର,୭ା୩(ପ୍ରମୋଦ ବହିଦାର):ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ମନ୍ଦିର ପରିସର ଅସାମାଜିକ କାର୍ଯ୍ୟର ପେଣ୍ଠସ୍ଥଳୀ ପାଲଟିଥିବା ଅଭିଯୋଗ ହୋଇଛି। ଲକ୍ଷଲକ୍ଷ ଶ୍ରଦ୍ଧାଳୁଙ୍କ ଭକ୍ତି ଓ ବିଶ୍ୱାସର ପ୍ରତୀକ…

ଓଡ଼ିଶାକୁ ନେଇ ଏମିତି କହିଦେଲେ ଅମିତ ଶାହା: ଦେଖୁଦେଖୁ…

ପାରାଦୀପ,୭।୩ (ଶରତ ରାଉତ):୨୦୦୫ରେ ପାରାଦୀପର ଏକ ଘରୋଇ କମ୍ପାନୀଠାରୁ ଇଫ୍‌କୋ ଯେତେବେଳେ ସାର କାରଖାନାକୁ ୨୫୦୦ କୋଟି ଟଙ୍କାରେ କିଣିଥିଲା, ସେତେବେଳେ ବାର୍ଷିକ ଉତ୍ପାଦନ ଥିଲା ମାତ୍ର…

ଜଣ୍ଡିସ୍‌ରେ ୬ ସ୍କୁଲ ପିଲା ଆକ୍ରାନ୍ତ

ଖଇରା,୭।୩(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ୍‌ ଝିଙ୍କିରିଆ ପଞ୍ଚାୟତ ଅଧୀନ ଅରଖପଦା ଗଁାରେ ଜଣ୍ଡିସ ଆତଙ୍କ ଦେଖାଦେଇଛି। ପ୍ରଥମେ ଅରଖପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୬…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri