Categories: ଜାତୀୟ

ସଂସଦ ନ ଚଳାଇ ଦେବା ଲୋକତନ୍ତ୍ର, ଜନତାଙ୍କ ଅପମାନ: ମୋଦି

ନୂଆଦିଲ୍ଲୀ,୩ ।୮: ସଂସଦ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ମଙ୍ଗଳବାର ଭାରତୀୟ ଜନତା ପାର୍ଟି(ଭାଜପା)ର ସଂସଦୀୟ ଦଳ ବୈଠକ ଆରମ୍ଭ ହୋଇଥିଲା । ଏଥିରେ ସଂସଦୀୟ ଦଳର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବି ସାମିଲ ହୋଇଥିଲେ । ସଂସଦରେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ଗୃହକୁ ମୂଲତବି କରାଯାଇଥିଲା । ଏହାକୁ ନେଇ ସଂସଦରେ ବରୋଧୀଙ୍କ ଗତିରୋଧ ଜାରି ରହିଥିଲା । ଏହା ଦେଖି ମୋଦିି କହିଥିଲେ ସଂସଦର କାର୍ଯ୍ୟକୁ ଚଳାଇ ନ ଦେବା ଲାକତନ୍ତ୍ର ଓ ଜନତାଙ୍କ ପ୍ରତି ଅପମାନ । ଏହାପରେ କେନ୍ଦ୍ର ସଂସଦୀୟ କାର୍ଯ୍ୟ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଥିଲେ ସଂସଦରେ ବିରୋଧୀଙ୍କ ବ୍ୟବହାରକୁ ନେଇ ମାଦି ଆଦୌ ସନ୍ତୁଷ୍ଟ ନାହାନ୍ତି । ବିରୋଧୀଙ୍କ ଚିନ୍ତାଧାରା ନୈରାଶ୍ୟଜନକ ବୋଲି ମୋଦି ମତ ଦେଇଥିଲେ । ପୂର୍ବରୁ ତ୍ରୁଣମୂଳ କଂଗ୍ରେସର ଏମ୍‌ପି ଡେରେକ ଓ ବ୍ରାୟନ ସଂସଦରେ ବିଲ୍ ପାସ୍‌କୁ ନେଇ ଯେଉଁଭଳି ବୟାନ ଦେଇଥିଲେ ତାହା ଦୁଃଖଦାୟକ । ଟିଏମ୍‌ସି ଏମ୍‌ପିଙ୍କ ଦ୍ୱାରା ପାମ୍ପଡି ଚାଟ ବନାନା ଏକ ଅପମାନ ଜନକ ଟିପ୍ପଣୀ । ଏହା ସେହି ଲୋକଙ୍କ ପ୍ରତି ଅପମାନ ଯେଉଁମାନେ ଏମ୍‌ପି ନିର୍ବାଚିତ କରିଛନ୍ତି ।

Share