Posted inଜାତୀୟ

ଭାଜପା ନେତାଙ୍କ ପୁଅ/ଝିଅଙ୍କୁ ଟିକେଟ୍‌ ନ ମିଳିବା ପାଇଁ ମୁଁ ଦାୟୀ: ମୋଦି

ନୂଆଦିଲ୍ଲୀ,୧୫।୩: ଭାଜପା ସଂସଦୀୟ ଦଳର ବୈଠକ ମଙ୍ଗଳବାର ଶେଷ ହୋଇଛି। ଏହି ବୈଠକରେ ଯୋଗ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମ୍ବେଦକର ଇଣ୍ଟରନ୍ୟାଶନାଲ୍‌ ସେଣ୍ଟରରେ ପହଞ୍ଚିଥିଲେ। ରାଜନାଥ ସିଂଙ୍କ ସମେତ ଦଳର ବହୁ ବରିଷ୍ଠ ନେତା ତାଙ୍କୁ ସ୍ବାଗତ କରିଥିଲେ। ସ୍ବାଗତ ପରେ ପ୍ରଧାନମନ୍ତ୍ରୀ ଦଳୀୟ ନେତାଙ୍କୁ ସମ୍ବୋଧିତ କରିଛନ୍ତି। ମୋଦି କହିଛନ୍ତି, ଯଦି ଭାଜପା ଏମ୍‌ପି କିମ୍ବା ମନ୍ତ୍ରୀଙ୍କ ପୁଅ କିମ୍ବା ଝିଅ ଶେଷ ନିର୍ବାଚନରେ ଟିକେଟ୍‌ ମିଳି ନାହିଁ, ତେବେ ମୁଁ ଏଥିପାଇଁ ଦାୟୀ। ଦଳରେ ବଂଶବାଦ ରାଜନୀତିକୁ ଅନୁମତି ଦିଆଯିବ ନାହିଁ। ଗଣତନ୍ତ୍ର ପାଇଁ ବଂଶବାଦ ରାଜନୀତି ବିପଜ୍ଜନକ ଏବଂ ଆମକୁ ଏହା ବିରୋଧରେ ଲଢେଇ କରିବାକୁ ପଡିବ ବୋଲି ସେ କହିଛନ୍ତି।
ନିକଟରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘କଶ୍ମୀର ଫାଇଲ୍ସ’କୁ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ପ୍ରଶଂସା କରିଛନ୍ତି ଏବଂ ଏହିପରି ଫଲ୍ମଗୁଡ଼ିକ ଅଧିକ ଥର ନିର୍ମାଣ କରାଯିବା ଉଚିତ ବୋଲି ସେ ପରାମର୍ଶ ଦେଇଛନ୍ତି।
ଏହାସହ ମୋଦି ଏମ୍‌ପିମାନଙ୍କୁ ନିଜ ନିଜ ନିର୍ବାଚନମଣ୍ଡଳୀରେ ୧୦୦ଟି ବୁଥ ଚିହ୍ନଟ କରିବାକୁ କହିଛନ୍ତି, ଯେଉଁଠାରେ ଭାଜପା ଅପେକ୍ଷାକୃତ କମ ଭୋଟ ପାଇଛି ଏବଂ ଏହା ପଛର କାରଣ ଚିହ୍ନଟ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତସି। ଏଥିସହ ଦଳକୁ ସମର୍ଥନ କରିଥିବାରୁ ସେ ଏମ୍‌ପିମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୬୦୦ ବର୍ଷର ଐତିହାସିକ ପରମ୍ପରା: ଗ୍ରାମର ପ୍ରତ୍ୟେକ ଘରକୁ ଯାଇ ପଣା ଗ୍ରହଣ କରନ୍ତି…

ଗଞ୍ଜାମ,୧୪।୪(ବିଦ୍ୟାଧର ସାହୁ): ଓଡ଼ିଆ ନବ ବର୍ଷ ପଣା ସଂକ୍ରାନ୍ତି (ମହା ବିଷୁବ ସଂକ୍ରାନ୍ତି) ମେରୁରେ ଗଞ୍ଜାମ ବ୍ଲକର ଶତ୍ରୁଶୋଲ ଗ୍ରାମ ନିକଟରେ ଥିବା ବାବା ମୁକ୍ତେଶରଙ୍କ ବହୁ…

ବେଦାନ୍ତ ପାଓ଼୍ବାର ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ୯ ମୃତ ୪୦ରୁ ଅଧିକ ଆହତ

ରାୟପୁର,୧୪।୪: ବେଦାନ୍ତ ଲିମିଟେଡର ପାଓ଼୍ବାର ପ୍ଲାଣ୍ଟରେ ବିସ୍ଫୋରଣ ଘଟି ୯ଜଣଙ୍କ ମୃତ୍ୟୁ। ଏପରି ଅଭାବନୀୟ ଘଟଣା ଘଟିଛି ଛତିଶଗଡ଼ର ସକ୍ତି ଜିଲାରେ ଏକ ପାଓ଼୍ବାର ପ୍ଲାଣ୍ଟରେ। ଯେଉଁଠି…

ଦେଶର ଏହି ରାଜ୍ୟରେ ମୁଖ୍ୟମନ୍ତ୍ରୀ ପଦ ପାଇନି ଭାଜପା; ସଂଖ୍ୟା ଜାଣିଲେ ତାଜୁବ ହେବେ…

୧୪ ଏପ୍ରିଲ ୨୦୨୬ ବିହାର ରାଜନୀତିରେ ଏକ ପ୍ରମୁଖ ପରିବର୍ତ୍ତନର କାରଣ ହୋଇଥିଲା। ବିଶେଷକରି, ସମ୍ରାଟ ଚୌଧୁରୀଙ୍କୁ ବିହାରରେ ଭାଜପା ବିଧାୟକ ଦଳର ନେତା ଭାବରେ ନିର୍ୱାଚିତ…

ଲୋକ ସଭାରେ ରହିବେ ୮୫୦ ଏମପି; କେନ୍ଦ୍ର ସରକାରଙ୍କ ବଡ଼ ପ୍ଲାନ…

ନୂଆଦିଲ୍ଲୀ,୧୪।୪: ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ (ମହିଳା ସଶକ୍ତିକରଣ ଆଇନ) କାର୍ଯ୍ୟକାରୀ କରିବା ପାଇଁ ସରକାର ଏପ୍ରିଲ ୧୬ ରୁ ଏପ୍ରିଲ ୧୮ ପର୍ଯ୍ୟନ୍ତ ସଂସଦର ଏକ…

ରାତାରାତି ଷ୍ଟାର ପାଲଟିଗଲେ ପ୍ରଫୁଲ୍ଲ: ୨୪ ଘଣ୍ଟାରେ ବଦଳିଗଲା ଭାଗ୍ୟ

ନୂଆଦିଲ୍ଲୀ,୧୪।୪: ପ୍ରଫୁଲ୍ଲ ହିଙ୍ଗେ ଆଇପିଏଲ ଇତିହାସରେ ଏପରି କିଛି ହାସଲ କରିଛନ୍ତି ଯାହା ଜସପ୍ରୀତ ବୁମରା, ମହମ୍ମଦ ଶାମି, ମିଚେଲ ଷ୍ଟାର୍କ ଏବଂ ଡେଲ ଷ୍ଟେନଙ୍କ ପରି…

୮ କୋଟିରୁ ଅଧିକ ସମ୍ପତ୍ତି, ବାର୍ଷିକ ଆୟ ୧୭ ଲକ୍ଷ! ବିହାର ନୂଆ ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି ଜାଣିଲେ ଚମକି ପଡିବେ?

ପାଟନା,୧୪।୪: ବିହାର ରାଜନୀତିରେ ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି। ତାରାପୁର ନିର୍ୱାଚନମଣ୍ଡଳୀର ବିଧାୟକ ଏବଂ ଭାରତୀୟ ଜନତା ପାର୍ଟି (ଭାଜପା)ର ଜଣେ ପ୍ରମୁଖ ନେତା ସମ୍ରାଟ…

ବଡ଼ ଆଲର୍ଟ ଜାରି କଲା IMD, ଏସବୁ ଜିଲାରେ ପ୍ରବଳ ବର୍ଷା!

ନୂଆଦିଲ୍ଲୀ,୧୪।୪: ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡକ୍ଟର ଏମ. ମହାପାତ୍ର କହିଛନ୍ତି ଯେ ଚଳିତ ବର୍ଷ ମୋଟ ବର୍ଷା ସାଧାରଣ ହାରାହାରି ପ୍ରାୟ ୯୨ ପ୍ରତିଶତ ହେବ…

ବିହାରରେ ‘ସମ୍ରାଟ’ ଯୁଗ ଆରମ୍ଭ: ବୁଧବାର ଶପଥ ଗ୍ରହଣ

ପାଟନା,୧୪।୪: ନୀତୀଶ କୁମାର ମଙ୍ଗଳବାର ବିହାରର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କର ଶେଷ କ୍ୟାବିନେଟ ବୈଠକ କରି ରାଜ୍ୟପାଳଙ୍କ ସହ ସାକ୍ଷାତ କରି ଇସ୍ତଫା ପତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri