Posted inଜାତୀୟ

ଭାଜପା-ଓଓ୍ବାଇସି ରାମ-ଶ୍ୟାମ ଯୋଡି: ସଞ୍ଜୟ ରାଉତ…

ମୁମ୍ବାଇ,୨୬।୨ : ମୁମ୍ବାଇ ଶିବସେନା ଉଦ୍ଧବ (ବାଲାସାହେବ) ଦଳର ନେତା ସଞ୍ଜୟ ରାଉତ କହିଛନ୍ତି ଯେ ଭାଜପା ଏବଂ ଆସାଦୁଦ୍ଦିନ ଓୱାଇସି ହେଉଛନ୍ତି ରାମ-ଶ୍ୟାମ ଯୋଡ଼ି। ଶିବସେନା ଏକାକି ନିର୍ବାଚନ ଲଢ଼ିବ।

ରାଉତ ଓୱାଇସିଙ୍କୁ ଭାଜପାର ସହଯୋଗୀ ଦଳ ଭାବରେ ବର୍ଣ୍ଣନା କରିଛନ୍ତି ଏବଂ କହିଛନ୍ତି ଯେ ଯେଉଁଠାରେ ଭାଜପାକୁ ଜିତିବାକୁ ଆବଶ୍ୟକ ପଡୁଛି ସେଠାରେ ଓୱାଇସି ପହଞ୍ଚୁଛନ୍ତି।

ତେଣୁ ଲୋକମାନେ କହୁଛନ୍ତି ଯେ ଓୱାଇସିଙ୍କ ଦଳ ହେଉଛି ଭାଜପାର ଏକ ଟିମ। ଓୱାଇସି ଭୋଟ କାଟିବା ଯନ୍ତ୍ର ଭାବେ କାର୍ଯ୍ୟ କରୁଛନ୍ତି।

ପୂର୍ବରୁ ଓୱାଇସି ଉଦ୍ଧବ ଠାକରେ ଏବଂ ଏକନାଥ ଶିନ୍ଦେଙ୍କୁ ରାମ ଏବଂ ଶ୍ୟାମଙ୍କ ଯୋଡି ବୋଲି କହିଥିଲେ। ଏହାର ଜବାବରେ ସଞ୍ଜୟ ଏଭଳି ଜବାବ ଦେଇଛନ୍ତି।

ବୀର ସାବରକର ମହାରାଷ୍ଟ୍ରର କିମ୍ବଦନ୍ତୀ ଥିଲେ। ସେ ମହାରାଷ୍ଟ୍ରର ସାହସୀ ପୁତ୍ର। କେନ୍ଦ୍ର ସରକାର ତାଙ୍କୁ ଭାରତ ରତ୍ନ ଦେବା ଉଚିତ। ସାବରକରଙ୍କ ପୁଣ୍ୟ ତିଥିରେ ସଞ୍ଜୟ ଏହା କହିଛନ୍ତି।

ସାବରକର ୨୮ ମେ ୧୮୮୩ରେ ଭାଗୁରରେ ଜନ୍ମଗ୍ରହଣ କରିଥିଲେ। ୨୬ ଫେବୃୟାରୀ ୧୯୬୬ରେ ମୁମ୍ବାଇଠାରେ ତାଙ୍କର ପରଲୋକ ଘଟିଥିଲା।

ତାଙ୍କ ପୁଣ୍ୟତିଥି ଅବସରରେ ମହାରାଷ୍ଟ୍ର ପର୍ଯ୍ୟଟନ ବିକାଶ ନିଗମ ନାଶିକର ଭାଗୁର ଠାରେ ବୀର ସାବରକର ଗାର୍ଡେନ ଥିମ ପାର୍କ ଏବଂ ସଂଗ୍ରହାଳୟର ବିକାଶ କରିବାକୁ ନିଷ୍ପତ୍ତି ନେଇଛି। ସରକାର ସାବରକରଙ୍କ ବାର୍ଷିକୀ ଅବସରରେ ଏହା ଘୋଷଣା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାସରେ ୩୦ ଦିନରୁ ୧୪ ଦିନ ବ୍ୟାଙ୍କ୍ ସେବା ବନ୍ଦ; ଜାଣି ନିଅନ୍ତୁ କେମିତି କରିବେ ଟଙ୍କା ଜମା..

ନୂଆଦିଲ୍ଲୀ,୩୧।୩: ଯଦି ଆପଣଙ୍କର ବ୍ୟାଙ୍କ କାମ ବାକି ଅଛି ଏବଂ ଆପଣ ଏହାକୁ ଆସନ୍ତା ମାସରେ ସମାପ୍ତ କରିବାକୁ ଚିନ୍ତା କରୁଛନ୍ତି, ତେବେ ଅପେକ୍ଷା କରନ୍ତୁନାହିଁ! ଏପ୍ରିଲ…

ବୈଭବ ସୂର୍ଯ୍ୟବଂଶୀ କାହିଁକି ତାଙ୍କ ଜନ୍ମଦିନର କେକ କାଟିଲେ ନାହିଁ? CSK ହାରିବା ପରେ କହିଲେ ପ୍ରକୃତ କାରଣ

ନୂଆଦିଲ୍ଲୀ,୩୧।୩: ୨୦୨୬ ଆଇପିଏଲ ସିଜିନରେ, ରାଜସ୍ଥାନ ରୟାଲ୍ସ CSK ବିପକ୍ଷରେ ସେମାନଙ୍କର ପ୍ରଥମ ମ୍ୟାଚ ୮ ୱିକେଟରେ ଜିତିଥିଲା। ଏହି ଖେଳରେ, RR ର ଯୁବ ସେନସେସନ,…

ବାଇକରେ ଘରକୁ ଫେରିବା ବେଳେ ଧକ୍କା ଦେଲା ପଥର ବୋଝେଇ ଟ୍ରାକ୍ଟର, ଅକାଳରେ ୨ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଘୋଡ଼ାହାଡ଼ ଡ଼୍ୟାମ ମୁଖ୍ୟରାସ୍ତାର ଭୁଶୁଣ୍ଡା ଗ୍ରାମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ…

ଭାଜପାରେ ଯୋଗଦେଲେ ଲିଆଣ୍ଡର ପେସ: ଟିଏମସିକୁ ବଡ଼ ଝଟ୍‌କା

କୋଲକାତା,୩୧।୩:ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଛି। ଏହି ସମୟରେ ଟିଏମସିକୁ ଏକ ଝଟ୍‌କା ଲାଗିଛି। ପୂର୍ବତନ ଟେନିସ ତାରକା ତଥା ଟିଏମ୍‌ସି ନେତା ଲିଆଣ୍ଡର…

ପାଇଖାନା ସେଣ୍ଟ୍ରିଂ ଖୋଲିବା ହେଲା କାଳ, ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଜୀବନ

କୁଚିଣ୍ଡା,୩୧।୩(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ଵ୍ଲକ ମହୁଲପାଲି ଥାନା ଅନ୍ତର୍ଗତ କେଶାଇବାହାଲରେ ଅଭାବନୀୟ ଘଟଣା । ପାଇଖାନା ଟାଙ୍କି ସେଣ୍ଟ୍ରିଙ୍ଗ ଖୋଲିବା ସମୟରେ ଶ୍ୱାସରୁଦ୍ଧ ହୋଇ…

ଡାହାଣୀ ସନ୍ଦେହରେ ଯୁବକଙ୍କୁ ସଂଘବଦ୍ଧ ହତ୍ୟା, ୪ଜଣ…….

ସୁନ୍ଦରଗଡ,୩୧।୩(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ସଦର ଥାନା ଅନ୍ତର୍ଗତ ସାନ ପତ୍ରା ପାଲି କେନ୍ଦାମାଲରେ ଅଭାବନୀୟ ଘଟଣା । ମଙ୍ଗଳବାର ଦିନ ଡାହାଣୀ ସନ୍ଦେହରେ ଜଣଙ୍କୁ ସଙ୍ଘବଦ୍ଧ…

ଲକ୍ଷପତି ଦିଦି, ମହିଳାଙ୍କୁ ୩ ହଜାର ଟଙ୍କା ସହ ମିଳିବ ୨ ଲକ୍ଷ ଚାକିରି, ବଡ଼ ଘୋଷଣା କଲା ଭାଜପା

ଗୁଆହାଟୀ,୩୧।୩: ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା) 2026 ଆସାମ ବିଧାନସଭା ନିର୍ବାଚନ ପାଇଁ ଏହାର ଇସ୍ତାହାର ପ୍ରକାଶ କରିଛି, ଯେଉଁଥିରେ ସମାନ ନାଗରିକ ସଂହିତା (UCC)…

ଧାର ଟଙ୍କା ନଦେବାରୁ ତାତିଗଲେ ଭିଣୋଇ, ଶୋଇଥିବା ବେଳେ ପେଟ୍ରୋଲ ଢାଳି ଜାଳିଦେଲେ….

ପାଟଣା,୩୧।୩(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା କିଆପଡା ଗାଁରେ ଅଭାବନୀୟ ଘଟଣା । ଧାର ଟଙ୍କାକୁ କେନ୍ଦ୍ର କରି ଏପରି ହିଂସାତ୍ମକ ଘଟଣା ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri