ଦ୍ରୌପଦୀଙ୍କ ଉଦ୍ଦେଶ୍ୟରେ କଂଗ୍ରେସ ନେତାଙ୍କ କଟୁ ମନ୍ତବ୍ୟକୁ ଭାଜପାର ବିରୋଧ

ଝାରସୁଗୁଡ଼ା ଅଫିସ,୧୫।୭: ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁଙ୍କ ଉଦ୍ଦେଶ୍ୟରେ କଂଗ୍ରେସ ନେତା ଅଜୟ କୁମାରଙ୍କ କଟୁ ମନ୍ତବ୍ୟକୁ ନେଇ ଭାଜପା ପକ୍ଷରୁ ଜିଲାର ବିଭିନ୍ନ ସ୍ଥାନରେ ଗୁରୁବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଝାରସୁଗୁଡା ବସ୍‌ଷ୍ଟାଣ୍ଡ ନିକଟ ଗାନ୍ଧୀମୂର୍ତ୍ତି ତଳେ ଦଳୀୟ କର୍ମକର୍ତ୍ତା ବ୍ୟାନର ଧରି ବିକ୍ଷୋଭ ପ୍ରଦର୍ଶନ କରିବା ସହ କଂଗ୍ରେସ ବିରୋଧୀ ସ୍ଲୋଗାନ ଦେଇଥିଲେ।

ପରେ କଂଗ୍ରେସ ନେତାଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା। ଏଥିରେ ଜିଲା ସାଧାରଣ ସମ୍ପାଦକ ବିମଳେନ୍ଦୁ ଭୋଳ, ତ୍ରିନାଥ ଗୁଆଲ, ନବାଲ ଅଗ୍ରଓ୍ବାଲ, ନେତାଜୀ ପଟ୍ଟନାୟକ, ରୀନା ପଟେଲ, ହେମାରଞ୍ଜନ ସିଂହ, ଡମ୍ବରୁଧର କଣ୍ଟା, ବାସୁଦେବ ପ୍ରଧାନ ପ୍ରମୁଖ ସାମିଲ ହୋଇଥିଲେ। ସେହିପରି ଭାଜପା ଜିଲା ଯୁବମୋର୍ଚ୍ଚା ତରଫରୁ ବ୍ରଜରାଜନଗର ରେଳଷ୍ଟେଶନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏଥିରେ ରାଜ୍ୟ ଯୁବମୋର୍ଚ୍ଚା ଉପସଭାପତି ବିଶ୍ୱଜିତ ଷଡଙ୍ଗୀ, ଜିଲା ଉପସଭାପତି ବବୁଲ ଦାଶ, ମଣ୍ଡଳ ସଭାପତି ରୁକ୍ମଣ ଧୁରୁଆ, ଶ୍ଳୋକ ସରନା, ପ୍ରକାଶ ବର୍ମା, ପ୍ରଦୀପ ଶର୍ମା, ମନିଷ ପଟେଲ, ଜତିନ ସାମଲ ପ୍ରମୁଖ ଉପସ୍ଥିତ ଥିଲେ।