Categories: ଜାତୀୟ

ଭାଜପା-ଏନଡିପିପି ନିର୍ବାଚନ ଭାଗବଣ୍ଟା, ୨୦-୪୦ ଆସନରେ ଛିଣ୍ଡିଲା ଅଙ୍କକଷା…

ନୂଆଦିଲ୍ଲୀ, ୨୬।୭ : ନାଗାଲାଣ୍ଡରେ ହେବାକୁ ଥିବା ୨୦୨୩ ବିଧାନସଭା ନିର୍ବାଚନ ପାଇଁ ଭାଜପା ଏବଂ ନ୍ୟାଶନାଲିଷ୍ଟ ଡେମୋକ୍ରାଟିକ ପ୍ରୋଗେସିଭ୍‌ ପାର୍ଟି (ଏନଡିପିପି) ମିଳିତ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ନିଷ୍ପତ୍ତି ହୋଇଛି॥ ନାଗାଲାଣ୍ଡ ବିଧାନସଭାର ୬୦ ଆସନ ମଧ୍ୟରେ କିଏ କେତେ ସଂଖ୍ୟକ ଆସନରେ ନିର୍ବାଚନ ଲଢ଼ିବ ସେ ନେଇ ଦୁଇ ଦଳ ମଧ୍ୟରେ ଅଙ୍କକଷା ଶେଷ ହୋଇଛି।

ରାଜ୍ୟର ୪୦ଟି ବିଧାନସଭା ଆସନରେ ଏନଡିପିପି ନିଜର ପ୍ରାର୍ଥୀ ଦେବ। ସେହିପରି ଭାଜପା ୨୦ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ। ଏନେି ଏନଡିପିପି ସମ୍ପାଦକ ଆବୁ ମେଥା ଏବଂ ଭାଜପା ରାଜ୍ୟ ପ୍ରମୁଖ ନଳିନୀ ଖୋଲିଙ୍କ ମଧ୍ୟରେ ଏକ ବୁଣାମଣା ସମ୍ପର୍କିତ ଚିଠି ପ୍ରକାଶ ପାଇଛି।

Share