Categories: ଜାତୀୟ

ଭାଜପା ଏମ୍‌ପିମାନଙ୍କୁ ଦିଆଗଲା କାର୍ଯ୍ୟ ତାଲିକା: ୧୫ ଦିନରେ ଶେଷ କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୫।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା) ଏମ୍‌ପିମାନଙ୍କୁ କିଛି କାର୍ଯ୍ୟ ଦେଇଛନ୍ତି। ଏହାକୁ ୧୫ ଦିନରେ ପୂରଣ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଏପ୍ରିଲ ୬ ଅର୍ଥାତ୍‌ ଗତକାଲି ଭାଜପାର ସ୍ଥାପନା ଦିବସ। ଏହି ଦିନଠାରୁ ଏପ୍ରିଲ ୨୦ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ତଥା ଉଚ୍ଚାଭିଳାଷୀ ଯୋଜନାକୁ ଜନସାଧାରଣଙ୍କ ମଧ୍ୟରେ ପ୍ରଚାର-ପ୍ରସାର କରିବାକୁ ଭାଜପା ସଂସଦୀୟ ଦଳ ବୈଠକରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି।
ଏପ୍ରିଲ ୬ ଭାଜପା ସ୍ଥାପନା ଦିବସ ପୂର୍ବରୁ ମୋଦି ଦଳୀୟ ଏମ୍‌ପିମାନଙ୍କୁ ସମ୍ବୋଧିତ କରିଛନ୍ତି। ସ୍ଥାପନା ଦିବସ ଅବସରରେ ଏମ୍‌ପିମାନେ ପ୍ରତିଦିନ ନିଜ ନିଜ ନିର୍ବାଚନମଣ୍ଡଳୀରେ ଏକ ବଡ଼ କାର୍ଯ୍ୟକ୍ରମ ଆୟୋଜନ କରି ପ୍ରତ୍ୟେକ ଲୋକଙ୍କୁ ସାମାଜିକ ନ୍ୟାୟ ସୁନିଶ୍ଚିତ କରିବାକୁ କହିଥିଲେ। ଆମ୍ବେଦକର ଅନ୍ତର୍ଜାତୀୟ କେନ୍ଦ୍ରରେ ଆୟୋଜିତ ଏହି ବୈଠକରେ ମୋଦି ଏମ୍‌ପିମାନଙ୍କୁ ନିଜ ନିଜ ସଂସଦୀୟ ନିର୍ବାଚନମଣ୍ଡଳୀରେ ଅଧିକରୁ ଅଧିକ ପୋଖରୀ ଖୋଳିବାକୁ କହିଛନ୍ତି। ଏହି ବୈକରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ଭାଜପା ସଭାପତି ଜେପି ନଡ୍ଡା ଏବଂ ବହୁ ବରିଷ୍ଠ ନେତା ତଥା ଦଳର ଏମ୍‌ପି ଉପସ୍ଥିତ ଥିଲେ।

Share