Categories: ଜାତୀୟ

ରାଜନୀତିକୁ ଆସନ୍ତୁ ଧୋନୀ: ଭାଜପା ନେତା

ନୂଆଦିଲ୍ଲୀ,୧୬।୮: ଭାରତୀୟ କ୍ରିକେଟ ଦଳର ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂ ଧୋନୀ ଶନିବାର ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ସନ୍ୟାସ ଘୋଷଣା କରିଛନ୍ତି। ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟ ମାଧ୍ୟମରେ ସେ ଏହି ଘୋଷଣା କରିଛନ୍ତି। ଏହାପରେ ପରେ ଭାରତୀୟ ଜନତା ପାର୍ଟି(ଭାଜପା)ର ରାଜ୍ୟସଭା ଏମ୍‌ପି ସୁବ୍ରମଣ୍ୟମ ସ୍ବାମୀ କହିଛନ୍ତି ଧୋନୀ ୨୦୨୪ ଲୋକ ସଭା ନିର୍ବାଚନ ଲଢନ୍ତୁ। ଆଜି ପର୍ଯ୍ୟନ୍ତ ଧୋନୀ କୌଣସି ରାଜନୈତିକ ଦଳକୁ ସମର୍ଥନ କରି ନ ଥିବା ବେଳେ ସୁବ୍ରମଣ୍ୟମଙ୍କ ଏଭଳି ମନ୍ତବ୍ୟକୁ ନେଇ ଚର୍ଚ୍ଚା ହେଉଛି। ସ୍ବାମୀ ରବିବାର ତାଙ୍କ ଟୁଇଟର ଆକାଉଣ୍ଟରେ ଲେଖିଛନ୍ତି, ଧୋନୀ କ୍ରିକେଟରୁ ଅବସର ନେଇଛନ୍ତି ସତ। କିନ୍ତୁ ଜଣେ କ୍ୟାପଟେନ ଭାବେ ତାଙ୍କର ଯେଉଁ ଅଭିଜ୍ଞତା ରହିଛି ସେ ୨୦୨୪ ନିର୍ବାଚନ ଲଢିବା ଉଚିତ। ସୂଚନାଯୋଗ୍ୟ, ଶନିବାର ଧୋନୀ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ସନ୍ୟାସ ନେବା କଥା ଘୋଷଣା କରିବା ପରେ କ୍ରିକେଟରେ ଏକ ଯୁଗର ଅନ୍ତ ହେଲା ବୋଲି କୁହାଯାଉଛି। ଭାରତୀୟ କ୍ରିକେଟ ଇତିହାସରେ କିଛି ସ୍ବର୍ଣ୍ଣିମ ଅଧ୍ୟାୟ ଯୋଡି ଥିବା ଏହି ଅଧିନାୟକ କ୍ରିକେଟ ପ୍ରେମୀଙ୍କ ହୃଦୟରେ ରହିବେ ଯୁଗ ଯୁଗ ପର୍ଯ୍ୟନ୍ତ।

Share