Posted inଜାତୀୟ

ହେଲିକପ୍ଟର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ମନୋଜ ତିୱାରୀ

ପାଟନା,୨୯ ।୧୦: ବିହାର ବିଧାନସଭା ନିର୍ବାଚନ ଲାଗି ପ୍ରଚାର ଚାଲିଥିବା ବେଳେ ଏକ ବଡ ଧରଣର ଦୁର୍ଘଟଣାକୁ ଏଡାଇ ଦିଆଯାଇ ପାରିଛି । ଭାରତୀୟ ଜନତା ପାର୍ଟି(ଭାଜପା) ଏମ୍‌ପି ତଥା ଭୋଜପୁରୀ ଷ୍ଟାର ମନୋଜ ତିୱାରୀ ଏକ ହେଲିକପ୍ଟରରେ ଯିବା ସମୟରେ ସେଥିରେ ଯାନ୍ତ୍ରୀକ ତ୍ରୁଟି ଦେଖାଦେଇଥିଲା । ଏହାପରେ ଏହି ହେଲିକପ୍ଟକୁ ପାଟନା ବିମାନବନ୍ଦରରେ ଜରୁରୀ ଅବତରଣ କରାଯାଇ ନିଶ୍ଚିତ ଦୁର୍ଘଟଣାକୁ ଏଡାଇ ଦିଆଯାଇଥିଲା । ସୂଚନାଯୋଗ୍ୟ, ଗୁରୁବାର ମନୋଜ ସକାଳ ପ୍ରାୟ ୧୦ଟା ୫୦ରେ ପାଟନା ବିମାନ ବନ୍ଦରରୁ ନିର୍ବାଚନ ପ୍ରଚାର ଲାଗି ଏକ ହେଲିକ୍ଟରରେ ବେତିଆ ବାହାରିଥିଲେ । ହେଲେ ହେଲିକପ୍ଟରଟି ବେତିଆ ପହଞ୍ଚିବା ପୂର୍ବରୁ ଏଥିରେ ଯାନ୍ତ୍ରୀକ ତ୍ରୁଟି ଦେଖାଦେଇଥିଲା ଫଳରେ ଏହାର ରେଡିଓ ସମ୍ପର୍କ ଛିନ୍ନ ହୋଇଥିଲା । ଯାହା ଫଳରେ ଏହା ବେତିଆ ନ ପହଞ୍ଚି ପୁଣିଥରେ ପାଟନା ବିମାନ ବନ୍ଦରରେ ଜରୁରୀ ଅବତରଣ କରିଥିଲା । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ହେଲିକପ୍ଟରଟି ଫେରିଆସିଥିଲେ ମଧ୍ୟ ଏହାର ଏୟାର ଟ୍ରାଫିକ୍ କଣ୍ଟୋଲ୍ ସହ ଯୋଗାଯୋଗ ହୋଇ ନ ପାରିବାରୁ ଆକାଶରେ କିଛି ସମୟ ପାଇଁ ଉଡନ୍ତା ଅବସ୍ଥାରେ ରହିଥିଲା ମନୋଜଙ୍କ ହେଲିକପ୍ଟର ।


Enter your email to get our daily news in your inbox.

All Right Reserved By Dharitri.Com

ପାର୍ଲାମେଣ୍ଟ ବାହାରେ ବିକ୍ଷୋଭ କରିବେ ଚାଷୀ

ନୂଆଦିଲ୍ଲୀ, ୫।୭ (ପି.ଟି.): ଜୁଲାଇ ୧୯ରୁ ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ ଆରମ୍ଭ ହେଉଛି। ଏହି ସମୟରେ କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି...

କୋଓ୍ବିନ ପୋର୍ଟାଲରେ ବୁକ କରିପାରିବେ କୋଭୋଭ୍ୟାକ୍ସ ବୁଷ୍ଟର ଡୋଜ, ପୁନାଓ୍ବାଲା କହିଲେ ସବୁ ଭାରିଏଣ୍ଟ ପାଇଁ କରିବ କାମ

ନୂଆଦିଲ୍ଲୀ,୧୧।୪: ଦେଶର ଅଧିକାଂଶ ରାଜ୍ୟରେ କରୋନା ଭାଇରସ ସଂକ୍ରମଣ ବଢିଚାଲିଥିବା ବେଳେ ସୋମବାର କେନ୍ଦ୍ର ସରକାର ସିରମ ଇନଷ୍ଟିଚ୍ୟୁଟର କୋଭୋଭ୍ୟାକ୍ସ ଟିକାକୁ ବୟସ୍କଙ୍କ ପାଇଁ ହେଟେରୋଲାଗସ...

ମହାରାଷ୍ଟ୍ରରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ଆଶଙ୍କା-ଭାଙ୍ଗିଯିବ ଶିନ୍ଦେ ସରକାର, କହିଲେ ଆଦିତ୍ୟ ଠାକରେ…

ନୂଆଦିଲ୍ଲୀ, ୨୩।୭ : ଶିବସେନା ନେତା ଆଦିତ୍ୟ ଠାକରେ ଶନିବାର ଦାବି କରିଛନ୍ତି ଯେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ନେତୃତ୍ୱାଧୀନ ସରକାର ଖୁବ ଶୀଘ୍ର...

କତରରେ ବନ୍ଦିଥିବା ୮ ପୂର୍ବତନ ନୌସେନା କର୍ମୀଙ୍କୁ ଭେଟିଲେ ଦୂତାବାସ ଅଧିକାରୀ

ନୂଆଦିଲ୍ଲୀ,୨୦ ।୧: ଭାରତ ପକ୍ଷରୁ ଗୁରୁବାର କୁହାଯାଇଛି କି କତରରେ ବନ୍ଦିଥିବା ୮ ପୂର୍ବତନ ନୌସେନା କର୍ମୀଙ୍କୁ ଭାରତୀୟ ଦୂତାବାସର ଅଧିକାରୀ ତୃତୀୟ ଥର ଲାଗି...

ରାମ ମନ୍ଦିର ନିର୍ମାଣ ପାଇଁ ଦୁଇ ଦିନରେ ଶହେ କୋଟି ଦାନ!

ନୂଆଦିଲ୍ଲୀ,୧୮ ।୧: ରାମ ମନ୍ଦିର ନିର୍ମାଣକୁ ନେଇ ଦେଶବାସୀଙ୍କ ମନରେ କେତେ ଉତ୍ସାହ ତାହା ଏବେ ଦେଖିବାକୁ ମିଳିଛି । କାରଣ ୨ ଦିନ ମଧ୍ୟରେ...

ବିଶ୍ୱ ଦୁଗ୍ଧ ସମ୍ମିଳନୀର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ…

ଗ୍ରେଟର ନୋଏଡା, ୧୨।୯ : ଭାରତୀୟ ଏକ୍ସପୋ ମାର୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱ ଦୁଗ୍ଧ ସମ୍ମିଳନୀର ଶୁଭାରମ୍ଭ କରିଛନ୍ତି। ଗ୍ରେଟର ନୋଏଡା ଏକ୍ସପୋ ସେଣ୍ଟରରେ...

ଗର୍ଲଫ୍ରେଣ୍ଡଙ୍କ ସହ ରହିବାକୁ ଏମିତି କାଣ୍ଡ ରଚିଲେ ବୟଫ୍ରେଣ୍ଡ: ସମସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୬।୭: ଦିଲ୍ଲୀର ମୈଦାନଗର୍‌ହି ଅଞ୍ଚଳରେ ଏକ ରୋଚକ ଘଟଣା ଘଟିଛି। କ୍ରାଇମବ୍ରାଞ୍ଚ ସିରିଏଲ ଦେଖିବା ପରେ ଡକାୟତି କରିଥିବା ତିନିଜଣ ଅଭିଯୁକ୍ତଙ୍କୁ ମଇଦାନଗରହୀ ପୋଲିସ ଷ୍ଟେଶନ...

ଚାରି ଧାମ ଯାତ୍ରା ସମୟରେ ଭିଡରୁ ମିଳିବ ମୁକ୍ତି

ଡେରାଡୁନ,୧ ।୫: ପବିତ୍ର ଚାରି ଧାମ ଯାତ୍ରା ମେ’ ୩ରୁ ଆରମ୍ଭ ହେବାକୁ ଯାଉଛି । ଏବେ ଏହି ଯାତ୍ରାକୁ ନେଇ ଉତ୍ତରାଖଣ୍ଡ ସରକାର ସମ୍ପୂର୍ଣ୍ଣ...

Advertisement
Archives

Model This Week