Categories: ଜାତୀୟ

ନୈତିକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ବି ଦିଅନ୍ତୁ ଇସ୍ତଫା: ଭାଜପା ଏମ୍‌ପି

ନୂଆଦଲ୍ଲୀ,୨୮।୨: ମଦ ନୀତି ଦୁର୍ନୀତି ମାମଲାରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ଗିରଫ ହେବା ପରେ ତାଙ୍କ ଅଡୁଆ ବଢ଼ିଛି। ମଙ୍ଗଳବାର ମନୀଷ ସିସୋଡିଆ ଏବଂ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଉଭୟଙ୍କ ଇସ୍ତଫା ପତ୍ରକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ସ୍ବୀକାର କରିଥିବା ଜଣାପଡ଼ିଛି। ତେବେ ଉଭୟ ମନ୍ତ୍ରୀଙ୍କ ଇସ୍ତଫା ପରେ ଭାଜପା ଏମ୍‌ପି ମନୋଜ ତିୱାରୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କୁ ଟାର୍ଗେଟ କରିଛନ୍ତି। ମନୋଜ ତିୱାରୀ ଟୁଇଟ କରି କହିଛନ୍ତି ଯେ, ସୁପ୍ରିମକୋର୍ଟଙ୍କଠାରୁ କଡ଼ା ତାଗିଦ ହେତୁ ପରେ ଆମ ଆଦମୀ ପାର୍ଟି(ଏଏପି)ର ନିଦ ଭାଙ୍ଗିଛି। ଶେଷରେ ମନୀଷ ସିସୋଡିଆ ଏବଂ ସତ୍ୟେନ୍ଦ୍ର ଜୈନଙ୍କୁ ଇସ୍ତଫା ଦେବାକୁ ପଡ଼ିଲା। ନୈତିକତା ଦୃଷ୍ଟିରୁ କେଜ୍‌ରିଓ୍ବାଲ ମଧ୍ୟ ଇସ୍ତଫା ଦିଅନ୍ତୁ ବୋଲି ମନୋଜ ତିଓ୍ବାରୀ କହିଛନ୍ତି।

Share