Categories: ଜାତୀୟ

ରାହୁଲ ଗାନ୍ଧୀଙ୍କ ନାମରେ ଏବେ କର୍ନାଟକରେ ହେବ ମାନହାନି ମାମଲା!

ବେଙ୍ଗାଲୁରୁ,୬।୫: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଅଡୁଆ ବଢିପାରେ। ସୁରଟ ପରେ ଏବେ କର୍ନାଟକରେ ବି ରାହୁଲ ଗାନ୍ଧଙ୍କ ନାଁରେ ମାନହାନି ମାମଲା କରିବାକୁ ପ୍ରସ୍ତୁତି ଚାଲିଛି। ଭାରତୀୟ ଜନତା ପାର୍ଟି(ଭାଜପା) ଏମପି ଲହର ସିଂ ସରୋୟା କହିଛନ୍ତି, ରାହୁଲ ଗାନ୍ଧୀ କର୍ନାଟକରେ କରପଶନର ରେଟ କାର୍ଡ ଜାରି କରିଛନ୍ତି,ସେ ଆମ ରେଟ ବଢାଇଛନ୍ତି।

ଲହର ସିଂ ସରୋୟା କହିଛନ୍ତି, ମୁଁ ଜୀବନରେ ଆଜି ପର୍ଯ୍ୟନ୍ତ କେବେବି ବେଇମାନିର ଏକ କପ ଚା ପିଇ ନାହିଁ। ଏବେ ମୁଁ ରାହୁଲ ଗାନ୍ଧୀଙ୍କ ନାଁରେ ମାନହାନୀ ମାମଲା କରିବି। ସେ କହିଛନ୍ତି, ଯେ ସେ ତାଙ୍କ ଓକିଲଙ୍କ ସହ ସମ୍ପର୍କରେ ଅଛନ୍ତି ଓ ମାନହାନି ମାମଲାର ପ୍ରସ୍ତୁତି କରୁଛନ୍ତି। ରାହୁଲଙ୍କ କରପଶନ ରେଟ କାର୍ଡ ତାଙ୍କୁ ଦୁଃଖ ଦେଇଛି ବୋଲି ସେ କହିଛନ୍ତି।

Share