ରାମ ମନ୍ଦିର ନିର୍ମାଣ ପାଇଁ ୧ କୋଟି ଟଙ୍କା ଦାନ କଲେ ଭାଜପା ଏମ୍‌ପି ଗମ୍ଭିର

ନୂଆଦିଲ୍ଲୀ,୨୧ ।୧: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯାଇଛି । ଏଥିପାଇଁ ଟ୍ରଷ୍ଟ ପକ୍ଷରୁ ଚାନ୍ଦା ଏକାଠି କରାଯାଉଛି । ଭାରତୀୟ ଜନତା ପାର୍ଟି(ଭଜାପା)ଏମ୍‌ପି ତଥା ପୂର୍ବତନ କ୍ରିକେଟର ଗୌତମ ଗମ୍ଭିର ଏଥିପାଇଁ ୧ କୋଟି ଟଙ୍କା ଦାନ କରିଛନ୍ତି । ଗୁରୁବାର ସେ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ସନ୍ଥଙ୍କ ସହ ସାକ୍ଷାତ୍ କରି ଏହି ଦାନ ଦେଇଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ, ରାମ ମନ୍ଦିର ଟ୍ରଷ୍ଟ ଓ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ସାରା ଦେଶରୁ ଚାନ୍ଦା ଏକାଠି କରାଯାଉଛି । ଏହି ଅଭିଯାନ ମାଧ୍ୟମରେ ପାଖାପାଖି ୫ ଲକ୍ଷ ପରିବାର ନିକଟରେ ପହଞ୍ଚିବାକୁ ଲକ୍ଷ୍ୟ ରଖାଯାଇଛି । ପ୍ରଥମେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କଠାରୁ ଏହା ଆରମ୍ଭ କରାଯାଇଥିବା ବେଳେ ରାଷ୍ଟ୍ରପତି ୫ ଲକ୍ଷ ଟଙ୍କା ଦାନ ଦେଇଥିଲେ । ସେହିପରି ଗୁରୁବାର ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦିପ ଧନଖଡେ ରାମ ମନ୍ଦିର ନିର୍ମାଣ ପାଇଁ ମଧ୍ୟ ୫ ଲକ୍ଷ ଟଙ୍କା ଦାନ ଦେଇଥିଲେ । ଏବେ ଏହି ତାଲିକାରେ ବଲିଉଡ୍ ଷ୍ଟାର ଅକ୍ଷୟ କୁମାର, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ବହୁ ନାମୀଦାମୀ ବ୍ୟକ୍ତି ସାମିଲ ହୋଇ ସାରିଲେଣି ।

Share