Categories: ଜାତୀୟ

ଐତିହାସିକ ଅମାଗଡ଼ କିଲାରେ ପତାକା ଉଡାଇଥିବା ଭାଜପା ଏମ୍‌ପି ଗିରଫ

ଜୟପର,୧ ।୮: ରାଜସ୍ଥାନ ଜୟପୁରର ଭାରତୀୟ ଜନତା ପାର୍ଟି(ଭାଜପା) ଏମ୍‌ପି ଡା. କିରୋଡି ଲାଲ ମିଣାଙ୍କୁ ପୋଲିସ ଗିରଫ କରିଛି । ମିଣାଙ୍କ ବିରୋଧରେ ଅଭିଯୋଗ ରହିଛି କି ସେ ପ୍ରଶାସନର ଆଦେଶକୁ ଉଲ୍ଲଂଘନ କରି ଆମାଗଡ଼ କିଲାରେ ପତାକା ଉଡାଇଥିଲେ । ତେବେ ସେ ଆମାଗଡ଼ କିଲାରେ ପୂଜା କରିବାକୁ ଚାହୁଁଥିଲେ ହେଲେ ପୋଲିସ ଏହା ଜଣିପାରି ପୂର୍ବରୁ ତାଙ୍କ ଗସ୍ତକୁ ବନ୍ଦ କରି ଦେଇଥିଲା । ସୂଚନା ଅନୁଯାୟୀ, ଏହି ଘଟଣା ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ କଂଗ୍ରେସ ବିଧାୟକ ରାମକେଶ ମିଣା ପ୍ରଥମେ ଆମାଗଡ଼ କିଲାରେ ଭଗୱା ପତାକାକୁ ଚିରି ଦେଇଥିଲେ । ଏହାପରେ ଭାଜପା ଏମ୍‌ପି କିରୋଡି ଲାଲ ମିଣା ମିଣା ସମାଜର ପତାକାକୁ କିଲାରେ ଉଡାଇ ଦେଇଥିଲେ । ପୋଲିସ ତାଙ୍କୁ ଅଟକାଇବାକୁ ଚେଷ୍ଟା କରି ବିଫଳ ହେବାରୁ ତାଙ୍କୁ ଗିରଫ କରିଛି ।

Share