Categories: ଜାତୀୟ

ଭାଜପା ଏମ୍‌ପି ପଳାତକ ଘୋଷିତ

ଲକ୍ଷ୍ନୌ,୨୩।୧୧: ଉତ୍ତର ପ୍ରଦେଶର ଶାହାଜାହାନପୁର ଜିଲା କୋର୍ଟ ବୁଧବାର ଭାରତୀୟ ଜନତା ପାର୍ଟିର ଲୋକ ସଭା ଏମ୍‌ପି ଅରୁଣ ସାଗରଙ୍କୁ ପଳାତକ ଘୋଷଣା କରିଛନ୍ତି। ୨୦୧୯ ଲୋକ ସଭା ନିର୍ବାଚନ ସମୟରେ ନିର୍ବାଚନ ଅଧିକାରୀଙ୍କ ବିନା ଅନୁମତିରେ ନିର୍ବାଚନ ସାମଗ୍ରୀ ଆଣିବା ମାମଲାରେ ଅରୁଣ ସାଗରଙ୍କୁ ପଳାତକ ଘୋଷଣା କରାଯାଇଛି। ତାଙ୍କୁ ବାରମ୍ବାର କୋର୍ଟରେ ହାଜର ହେବାକୁ କୁହାଯାଇଥିଲା କିନ୍ତୁ ସେ ହାଜର ହୋଇ ନ ଥିଲେ। ଉକ୍ତ ମାମଲାରେ ପୂର୍ବରୁ ସେ କୋର୍ଟରେ ହାଜର ହୋଇ ନ ଥିବାରୁ ତାଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରାଯାଇଥିଲା। ୱାରେଣ୍ଟ ଜାରି ହେବା ପରେ ମଧ୍ୟ ସେ କୋର୍ଟରେ ହାଜର ହୋଇ ନ ଥିଲେ।

Share