Categories: ଜାତୀୟ

କୃଷକଙ୍କ ସପକ୍ଷରେ ଭାଜପା ଏମ୍‌ପି

ନୂଆଦିଲ୍ଲୀ,୫।୯: କୃଷି ଆଇନକୁ ବିରୋଧ କରି ଉତ୍ତରପ୍ରଦେଶର ମୁଜାଫାନଗରଠାରେ କୃଷକମାନେ ରବିବାର ପ୍ରତିବାଦ କରି ମହାପଞ୍ଚାୟତରେ ବସିଥିଲେ। ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲା ସମ୍ୟୁକ୍ତ କିଷାନ ମୋର୍ଚ୍ଚା। ଚାଷୀଙ୍କୁ ସମର୍ଥନ କରି ଆନ୍ଦୋଳନରେ ସାମିଲ ହୋଇଥିଲେ ଭାଜପା ଏମ୍‌ପି ବରୁଣ ଗାନ୍ଧୀ। ସରକାର ଚାଷୀଙ୍କ ଆନ୍ଦୋଳନକୁ ନେଇ ପୁଣି ଥରେ ଆଲୋଚନା କରିବା ଉଚିତ୍‌ ବୋଲି ଏମ୍‌ପି ବରୁଣ କହିଛନ୍ତି। ସେହି ସମୟର ଭିଡିଓକୁ ଇନଷ୍ଟାଗ୍ରାମରେ ଅପଲୋଡ୍‌ କରିବା ସହ ଚାଷୀଙ୍କର କଥା, ଯନ୍ତ୍ରଣା ବୁଝିବା ଆବଶ୍ୟକ ବୋଲି ସେ କହିଛନ୍ତି।

Share