Categories: ଜାତୀୟ

କ୍ଷମା ମାଗିଲେ ଭାଜପା ଏମପି

ନୂଆଦିଲ୍ଲୀ,୭।୧୨: ବିଏସପି ଏମପି ଦାନିଶ ଅଲିଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇ ଭାଜପା ଏମପି ରମେଶ ବିଧୁରୀ କ୍ଷମା ମାଗିଛନ୍ତି। ପିଟିଆଇ ସୂତ୍ରରୁ ପ୍ରକାଶ ଯେ ଭାଜପା ଏମପି ସଂସଦୀୟ କମିଟିକୁ କହିଛନ୍ତି ଯେ ଅଲିଙ୍କ ବିରୋଧରେ ଦେଇଥିବା ମନ୍ତବ୍ୟକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଦୁଃଖ ପ୍ରକାଶ କରିଛନ୍ତି। ସେ ମଧ୍ୟ ଏଥିପାଇଁ ଅନୁତାପ କରିଛନ୍ତି।
ବିଧୁରୀ ଦୁଃଖ ପ୍ରକାଶ କରିବା ସହିତ କମିଟି ଏହି ମାମଲା ଶେଷ କରି ବାଚସ୍ପତିଙ୍କ ନିକଟକୁ ପଠାଇ ପାରିବ। ଅଲି ମଧ୍ୟ କମିଟି ନିକଟରେ ହାଜର ହୋଇ ଘଟଣା ସମ୍ପର୍କରେ ବିସ୍ତୃତ ଭାବରେ କହିଥିଲେ। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଛନ୍ତି।
ଲୋକ ସଭାରେ ଭାଷଣ ଦେବାବେଳେ ରମେଶ ବିଧୁରୀ ବିଏସପି ଏମପି ଦାନିଶ ଅଲିଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ, ଯାହା ପରେ ରାଜନୈତିକ ମହଲରେ ଉତ୍ତେଜନା ପ୍ରକାଶ ପାଇଥିଲା। ପରେ ଲୋକ ସଭା ବାଚସ୍ପତି ତାଙ୍କ କଥାକୁ ଲୋକ ସଭା ପ୍ରକ୍ରିୟାରୁ ହଟାଇ ଦେଇଥିଲେ। ବିରୋଧୀଦଳର ନେତାମାନେ ରମେଶ ବିଧୁରୀଙ୍କ ମନ୍ତବ୍ୟକୁ ନେଇ ଲୋକ ସଭାରେ ଏକ ବିବାଦ ସୃଷ୍ଟି କରିଥିଲେ ଏବଂ ବିଧୁରୀଙ୍କୁ ନିଲମ୍ବନ କରିବାକୁ ଦାବି କରିଥିଲେ।
ବିବାଦୀୟ ମନ୍ତବ୍ୟ ପରେ ଏମପି ଅଲି ଏବଂ ଭାଜପା ଏମପି ରମେଶ ବିଧୁରୀଙ୍କ ମଧ୍ୟରେ ହୋଇଥିବା ବିବାଦ ଉପରେ ଲୋକ ସଭାର ଅଧିକାର କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ସଂସଦର ସ୍ବତନ୍ତ୍ର ଅଧିବେଶନରେ ଚନ୍ଦ୍ରୟାନ -୩ ର ସଫଳତା ଏବଂ ମହାକାଶ କ୍ଷେତ୍ରରେ ଭାରତର ସଫଳତା ଉପରେ ଆଲୋଚନା ବେଳେ ଭାଜପା ଏମପି ରମେଶ ବିଧୁରୀ ସେପ୍ଟେମ୍ବର ୨୧ରେ ଅଲିଙ୍କ ପାଇଁ ଆପତ୍ତିଜନକ ଶବ୍ଦ ବ୍ୟବହାର କରିଥିଲେ। ଏହା ପରେ ଭାଜପା ସଭାପତି ଜେପି ନଡ୍ଡା ମଧ୍ୟ ବିଧୁରୀଙ୍କୁ ଏକ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ।

Share