ପଞ୍ଚାୟତ ଆଗରେ ଭାଜପାର ଆନ୍ଦୋଳନ

ମୋରଡ଼ା,୧୧।୯(ସ୍ମାରକ ମାଜୀ): ମୟୁରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ପଳାସମୁଣ୍ଡୁଳି ପଞ୍ଚାୟତ କାର୍ଯ୍ୟାଳୟ ଆଗରେ ସୋମବାର ଭାଜପା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ପ୍ରଧାନମନ୍ତ୍ରୀ ଆବାସ ବଣ୍ଟନରେ ହେଉଥିବା ଦୁର୍ନୀତିକୁ ବନ୍ଦ କରିବାକୁ ଭାଜପା ପକ୍ଷରୁ ଦାବି କରାଯାଇଥିଲା।

ଏପରି କି ଭାଜପା କର୍ମକର୍ତ୍ତା ମୋ ଓଡ଼ିଶା ନବୀନ ଯୋଜନାରେ ପଚାଶ ଲକ୍ଷ ଟଙ୍କା ପ୍ରକଳ୍ପର ଚିଠା ଦଳୀୟ ଆଧାରରେ କରା ନ ଯାଇ ପଲ୍ଲୀସଭା ଜରିଆରେ କରିବାକୁ ଦାବି କରିଥିଲେ। ମନୋରେଗା ଯୋଜନାରେ ହେଉଥିବା ଦୁର୍ନୀତିଙ୍କୁ ବନ୍ଦ କରିବା, ସରକାରୀ ମୂଲ୍ୟରେ ହିତାଧିକାରୀଙ୍କୁ ବାଲି ଯୋଗାଣ ଓ ଗୃହ ନିର୍ମାଣ ଅବଧିକୁ ବୃଦ୍ଧି, ଅଘୋଷିତ ବିଦ୍ୟୁତ୍‌ କାଟ୍‌ ବନ୍ଦ କରିବା, ମାସିକ ଭତ୍ତା ତିନି ହଜାର ଟଙ୍କାକୁ ବୃଦ୍ଧି, ମିଶନଶକ୍ତି ଅଧୀନରେ କାର୍ଯ୍ୟରତ ଇସି ମେମ୍ବର, ସିଆର୍‌ପି, ଏମ୍‌ବିକେମାନଙ୍କ ଦରମା ବୃଦ୍ଧି, ପ୍ରତି ରାଜସ୍ବ ଗ୍ରାମରରେ ଏସ୍‌ଏଚ୍‌ଜି ମହିଳାଙ୍କ ବୈଠକ ଗୃହ ନିର୍ମାଣ, ଡାକ୍ତରଖାନାଗୁଡିକରେ ଡାକ୍ତର ପଦବୀ ପୂରଣ, ବ୍ଲକର ପ୍ରତି ପଞ୍ଚାୟତରେ ଶୀତଳ ଭଣ୍ଡାର ନିର୍ମାଣ ଏବଂ ପିସି କାରବାର ବନ୍ଦ ଦାବି କରିଥିଲେ। ଆନ୍ଦୋଳନରେ ଭାଜପା ରାଜ୍ୟ ସମ୍ପାଦକ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ନେତୃତ୍ୱରେ ନେତ୍ରାନନ୍ଦ ଦାସ, ପ୍ରକାଶ ଜେନା, ତପନ ସିଂ, ରଣଜିତ ରାଉତ, ଛତିଶ ମହାନ୍ତ, ତାରାକାନ୍ତ ଟୁଡୁ, ବିମଳ ସୋରେନ, ରାଜାରାମ ମହାନ୍ତଙ୍କ ସହ ଭାଜପା କର୍ମୀ ଉପସ୍ଥିତ ରହି ଥିଲେ।