Categories: ଜାତୀୟ

ଆଶ୍ରମରୁ ଶିଶୁକନ୍ୟାକୁ ନେଇଗଲେ ଭାଜପା ବିଧାୟକ

ବରେଲି, ୧୪ା୧୨: ଉତ୍ତରପ୍ରଦେଶର ବରେଲିସ୍ଥିତ ଏକ ଅନାଥ ଆଶ୍ରମରୁ ଜଣେ ଏକ ବର୍ଷୀୟ ଶିଶୁ କନ୍ୟାକୁ ଭାଜପା ବିଧାୟକ ରାଜେଶ ମିଶ୍ର ବେଆଇନ ଭାବେ ନେଇଯାଇଥିବା ଅଭିଯୋଗ ହୋଇଛି। ଆଇନଗତ ଉପାୟରେ ବିନା କୌଣସି କାଗଜପତ୍ରରେ ବିଧାୟକ ଗତ ସପ୍ତାହରେ କନ୍ୟାକୁ ନେଇ ତାଙ୍କ ପୁଅ ବାହାଘରକୁ ଯାଇଥିଲେ ବୋଲି ଓ୍ବାର୍ନ ବେବି ଫୋଲ୍ଡ ନାମକ ଉକ୍ତ ଆଶ୍ରମର ସୁପରିଣ୍ଟେଣ୍ଡେଣ୍ଟ ପ୍ରାଇମ୍ରୋଜ ଏଡମଣ୍ଡ କହିଛନ୍ତି। ବାହାଘରରେ କରୋନା ପାଇଁ କୌଣସି ସୁରକ୍ଷା ନ ଆପଣାଇ ବିଧାୟକ ଫଟୋ ଉଠାଇଥିଲେ। ପରେ ଆଶ୍ରମରେ ଶିଶୁଟିକୁ ଛାଡିଯାଇଥିଲେ ବୋଲି ସେ କହିଛନ୍ତି। ଗତ ବର୍ଷ ଶିଶୁଟିକୁ ମୃତ ଭାବି ପୋତି ଦିଆଯିବା ପରେ ପୁଣି ଜୀବନ୍ତ ଉଦ୍ଧାର କରାଯାଇଥିଲା। ତେବେ ଅଭିଯୋଗକୁ ଖଣ୍ଡନ କରି ବିଧାୟକ କହିଛନ୍ତି ଯେ, ଶିଶୁଟି ଅସୁସ୍ଥ ଥିବା ନେଇ ତାଙ୍କ ନିକଟକୁ ଖବର ଯାଇଥିଲା। ସେ ସଙ୍ଗେ ସଙ୍ଗେ ଆଶ୍ରମକୁ ଯାଇ ଶିଶୁଟିକୁ ଡାକ୍ତରଖାନା ନେଇଯାଇଥିଲେ। ପରେ ବାହାଘରକୁ ଯାଇଥିଲେ।

Share