ଭୁବନେଶ୍ୱର,୨୪ା୫: ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ନୀଳମଣି ରାଉତରାୟଙ୍କ ଜନ୍ମଜୟନ୍ତୀରେ ଯୋଗଦେବାକୁ ଆସୁଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଏହି ସମୟରେ ନବୀନଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଛନ୍ତି ଭାଜପା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। କହିଲେ ମୋ’ ରାଜନୈତିକ ଜୀବନ ଆରମ୍ଭ ବେଳେ ନବୀନ ପଟ୍ଟନାୟକଙ୍କ ଅବଦାନ ଓ ଆଶୀର୍ବାଦ ରହିଛି। ଯାହା ଏବେ ରାଜନୈତିକ ମହଲରେ ବେଶ୍ ଚର୍ଚ୍ଚା ହେଉଛି।
ପ୍ରଶାନ୍ତ କକ୍ରୋଜ୍ ଜନତା ପାର୍ଟିକୁ କଟାକ୍ଷ କରିଛନ୍ତି। କହିଛନ୍ତି, ଅସରପା ଗୋଟେ ଚଢ଼େଇ ନା ଅସରପା କଉଥିଲେ ଗଣତି ହେବନି। ବହୁତ ପାର୍ଟି ଆସିବେ ଯିବେ। କିଛି ଫରକ ପଡ଼ିବନି ବୋଲି ପ୍ରଶାନ୍ତ କହିଛନ୍ତି।
ସୂଚନା ଥାଉକି, ପ୍ରଶାନ୍ତ ପ୍ରଥମେ ସେ ବିଜୁ ଜନତା ଦଳ (BJD)ରେ ଥିଲେ ଏବଂ ଖୋର୍ଦ୍ଧା ଓ ଚିଲିକା ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ। ପରେ ଦଳ ବିରୋଧୀ କାର୍ଯ୍ୟ ପାଇଁ ସେ ବିଜେଡିରୁ ବହିଷ୍କୃତ ହୋଇଥିଲେ ଏବଂ ଭାଜପାରେ ଯୋଗ ଦେଇଥିଲେ।