Categories: ଜାତୀୟ

ଭାଜପା ବିଧାୟକଙ୍କ ମାନସିକ ସନ୍ତୁଳନ ଠିକ୍‌ ନାହିଁ, ସହରରେ ଲାଗିଲା ପୋଷ୍ଟର: ପଛରେ ରହିଛି ଏମିତି କାରଣ

ଜୟପୁର,୧୭।୩: ଭାଜପା ଓ କଂଗ୍ରେସ ମଧ୍ୟରେ ରାଜନୀତି ଚରମ ସୀମାରେ ରହିଛି। ପ୍ରତିଦିନ ନୂଆ ବିବାଦ ସାମ୍ନାକୁ ଆସୁଛି। ନିଜଟରେ ରାଜସ୍ଥାନରେ ଭାଜପାର ରାମଗଞ୍ଜମାଣ୍ଡି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ମଦନ ଦିଲାୱାର ରାଜସ୍ଥାନ କଂଗ୍ରେସ ଦାୟିତ୍ୱରେ ଥିବା ସୁଖଜିନ୍ଦର ସିଂ ରାନ୍ଧୱାଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ତାଙ୍କୁ ଗୁଣ୍ଡା କହିବା ସହ ତାଙ୍କ ଆଖି ତାଡି ଦେବାକୁ କହିଥିଲେ। କଂଗ୍ରେସ କର୍ମୀମାନେ ସହରରେ ପୋଷ୍ଟର ଲଗାଇ ମଦନ ଦିଲୱାରଙ୍କ ବିରୋଧରେ ପ୍ରଦର୍ଶନ କରିଥିଲେ।
କଂଗ୍ରେସ କର୍ମୀମାନେ ବିରୋଧର ଚିହ୍ନ ଭାବରେ ବିଧାୟକଙ୍କ ଫଟୋ ଏବଂ ବ୍ୟାନର ଲଗାଇଥିଲେ। ବ୍ୟାନରରେ ଲେଖାଅଛି, ମୋର ମାନସିକ ସନ୍ତୁଳନ ଖରାପ ଏବଂ ମୋ କଥାକୁ ଗମ୍ଭୀରତାର ସହ ନିଅ ନାହିଁ। ମୋର ବକ୍ତବ୍ୟ ମୋ ନିୟନ୍ତ୍ରଣରେ ନାହିଁ।
କଂଗ୍ରେସ କାର୍ଯ୍ୟକର୍ତ୍ତାମାନେ କହିଛନ୍ତି, ବିଧାୟକ ମଦନ ଦିଲୱାର ଏବଂ ତାଙ୍କ ଦଳ ନିମ୍ନ ସ୍ତରୀୟ ରାଜନୀତିରେ ଅନୁପ୍ରାଣିତ। ଦାୟିତ୍ୱରେ ଥିବା କଂଗ୍ରେସ ନେତାରେ ବିଧାୟକ ଯେଉଁ ପ୍ରକାର ଭାଷା ବ୍ୟବହାର କରିଛନ୍ତି, ତାହା ତାଙ୍କର ଖରାପ ମାନସିକତାକୁ ଦର୍ଶାଉଛି।

Share