Categories: ଜାତୀୟ

କରୋନାରେ ମୃତ ଭାଜପା ବିଧାୟକଙ୍କ ପୁଅଙ୍କ ଦୁଃଖ: କହିଲେ, ଧନ୍ୟ ୟୁପି ସରକାର, ଧନ୍ୟ ମୋଦି

ଲକ୍ଷ୍ନୌ,୨୯।୪: ଉତ୍ତର ପ୍ରଦେଶରେ କରୋନା ସ୍ଥିତି ଅଣାୟତ୍ତ ହୋଇପଡିଛି। ଏଠାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିଚାଲିଥିବାବେଳେ ଅନେକ ଲୋକ ଏଥିରେ ପ୍ରାଣ ମଧ୍ୟ ହରାଉଛନ୍ତି। ରାଜ୍ୟର ଜଣେ ଭାଜପା ବିଧାୟକ କରୋନାରେ ପ୍ରାଣ ହରାଇଛନ୍ତି। ନବାବଗଞ୍ଜର ବିଧାୟକ କେସର ସିଂ ଗଙ୍ଗୱାରଙ୍କ ମୃତ୍ୟୁରେ ପରିବାର ଲୋକ ସମ୍ପୂର୍ଣ୍ଣ ଭାଙ୍ଗିପଡିଛନ୍ତି। ସେମାନେ ଭାଜପା ସରକାର ଉପରେ ରାଗ ଶୁଝାଇଛନ୍ତି। କେସର ସିଂଙ୍କ ପୁଅ ବିଶାଲ ଗଙ୍ଗୱାର ଫେସବୁକରେ ଏକ ପୋଷ୍ଟ ଲେଖି ତାଙ୍କ ପିତାଙ୍କ ମୃତ୍ୟୁକୁ ନେଇ ଉଭୟ ୟୁପି ଏବଂ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ବିଶାଲ ଗଙ୍ଗୱାର ଲେଖିଛନ୍ତି- ୟୁପି ସରକାର ନିଜର ବିଧାୟକଙ୍କ ଚିକିତ୍ସା କରାଇ ପାରୁନାହାନ୍ତି। ମୁଁ ଅନେକ ଥର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଫୋନ କରିଥିଲି, କିନ୍ତୁ କେହି ଫୋନ ଉଠାଇ ନ ଥିଲେ। ଧନ୍ୟ ୟୁପି ସରକାର, ଧନ୍ୟ ମୋଦି ଜୀ। ଯଦି ଏହା ଜଣେ ବିଧାୟକଙ୍କ ଅବସ୍ଥା, ତେବେ ସାଧାରଣ ଜନତାଙ୍କ ଅବସ୍ଥା ବୁଝିବା କେତେ କଷ୍ଟକର ହେବ ବୋଲି ସେ କହିଛନ୍ତି।

Share