Categories: ଜାତୀୟ

ଭୋ ଭୋ କାନ୍ଦିଲେ ଭାଜପା ବିଧାୟକ, କହିଲେ ମୋ ଟିକେଟ କାହିଁକି କଟିଲା…

ଭୋପାଳ,୨୪।୧୦ : ଟିକେଟ ବଣ୍ଟନ ପରେ ମଧ୍ୟପ୍ରଦେଶର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଉତ୍ତେଜନା ଦେଖାଦେଇଛି। ଭାରତୀୟ ଜନତା ପାର୍ଟି ଛତ୍ରପୁର ଜିଲାର ଚାନ୍ଦ ଆସନରୁ ବିଧାୟକ ରାଜେଶ ପ୍ରଜାପତିଙ୍କ ଟିକେଟ ରଦ୍ଦ କରିଛି। ଏଥିରେ ଅସନ୍ତୁଷ୍ଟ ହୋଇ ପ୍ରଜାପତି ନିଜ ଦଳର ରାଜ୍ୟ ସଭାପତି ଭି.ଡି ଶର୍ମାଙ୍କ ବିରୋଧ ଅଭିଯୋଗ ଆଣିଛନ୍ତି। ଟଙ୍କା ନେଇ ଶର୍ମା ଟିକେଟ ଦେଇଥିବା ସେ ଅଭିଯୋଗ କରିଛନ୍ତି। କେବଳ ଏତିକି ନୁହେଁ, ରାଜେଶ ପ୍ରଜାପତି କହିଛନ୍ତି ଯେଉଁ ନେତାଙ୍କୁ ଟିକେଟ ଦିଆଯାଇଛି ସେ ଜଣେ ଅପରାଧୀ ଏବଂ ଜୁଆ ଖେଳକୁ ପ୍ରୋତ୍ସାହିତ କରନ୍ତି। ଅନ୍ୟ ବେଆଇନ କାମ ମଧ୍ୟ କରନ୍ତି।

ଏଭଳି ଜଣେ ବ୍ୟକ୍ତିଙ୍କୁ ବିଧାନସଭା ଟିକେଟ ଦିଆଯାଇଛି। ଏପରି ନେତାଙ୍କ ପାଇଁ କିଏ ଠିଆ ହେବ? ସର୍ଭେରେ ମୋର ନାମ ମଧ୍ୟ ଥିଲା, ତେବେ ଟିକେଟ କିପରି କଟାଗଲା? ଏହା କହିବା କହିତ ରାଜେଶ ପ୍ରଜାପତି ମିଡିଆ କ୍ୟାମେରା ଆଗରେ ଭୋ ଭୋ ହୋଇ କାନ୍ଦିବାକୁ ଲାଗିଥିଲେ। ବିଧାୟକ ପ୍ରଜାପତି ତାଙ୍କ ସମର୍ଥକ ଏବଂ ଭାଜପା ନେତାଙ୍କ ସହ ଏକ ବୈଠକ କରିଥିଲେ। ଆଲାମ ଦେବୀ ମନ୍ଦିରରେ ଏହି ସଭା ଡକାଯାଇଥିଲା। ଯେଉଁଠାରେ ପୂର୍ବତନ ଚାନ୍ଦଲା ବିଧାୟକ ବିଜୟ ବାହାଦୂର ସିଂ ମଧ୍ୟ ଉପସ୍ଥିତ ଥିଲେ। ଏହି ବୈଠକରେ ସମର୍ଥକମାନେ ବିଧାୟକଙ୍କ ଟିକେଟ କାଟିବା ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ବୈଠକରେ ଚାନ୍ଦଲା ପ୍ରାର୍ଥୀଙ୍କୁ ବିରୋଧ କରିବା ବିଷୟରେ ମତ ପ୍ରକାଶ ପାଇଥିଲା। ବିଧାୟକଙ୍କ କାନ୍ଦିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Share