Categories: ଜାତୀୟ

ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇ ଅଡୁଆରେ ଭାଜପା ବିଧାୟକ

ହାଇଦ୍ରାବାଦ୍‌,୨୩।୮: ନିଲମ୍ବିତ ଭାଜପା ମୁଖପାତ୍ର ନୁପୁର ଶର୍ମା ମାମଲା ଏପର୍ଯ୍ୟନ୍ତ ଥମି ନ ଥିବାବେଳେ ତେଲେଙ୍ଗାନାରେ ଭାଜପା ବିଧାୟକ ଟି ରାଜା ସିଂ ଫ୍ରଫେଟ୍‌ ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଅଭିଯୋଗ ହୋଇଛି ଯେ, ବିଧାୟକ ମହମ୍ମଦଙ୍କ ବିଷୟରେ ଅପମାନଜନକ ଶବ୍ଦର ପ୍ରୟୋଗ କରିଛନ୍ତି। ବିଳମ୍ବିତ ରାତିରେ ବହୁ ସଂଖ୍ୟାରେ ଲୋକ ଭାଜପା ବିଧାୟକଙ୍କ ବିରୋଧରେ ପ୍ରଦର୍ଶନ କରି ତାଙ୍କୁ ଗିରଫ କରିବାକୁ ଦାବି କରିଥିଲେ। ପୋଲିସ କହିଛି ଯେ, ମହମ୍ମଦଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେବା ଅଭିଯୋଗରେ ଟି ରାଜା ସିଂଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।
ନିକଟରେ ଟି ରାଜା ସିଂ ସୋସିଆଲ ମିଡିଆରେ ଏକ ଭିଡିଓ ଅପଲୋଡ କରିଥିଲେ। ଏହି ଭିଡିଓରେ ସେ ମହମ୍ମଦ ମହମ୍ମଦଙ୍କ ବିଷୟରେ ଅପମାନଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି। ଏହାକୁ ବିରୋଧ କରି ଲୋକମାନେ ବିଳମ୍ବିତ ରାତିରେ ଦାବିରପୁରା, ଭବାନୀନଗର, ମିଚୌକ, ରେନବାଜାର ପୋଲିସ ଷ୍ଟେଶନରେ ଘେରାଉ କରିଥିଳେ।
ଏହାପୂର୍ବରୁ ଟି ରାଜା ସିଂ ହାସ୍ୟ ଅଭିନେତା ମୁନୱାର ଫାରୁକିଙ୍କୁ ମଧ୍ୟ ଧମକ ଦେଇଥିଲେ। ସେ ତାଙ୍କ ଶୋ’ ବାତିଲ କରିବାକୁ ମଧ୍ୟ ଦାବି କରିଥିଲେ।

Share