Categories: ଜାତୀୟ

ଦିଦିଙ୍କ ଘରେ ଭାଜପା ମିଶନ: ବିଦ୍ରୋହୀ ତାଲିକାରେ ଆଉ ଜଣେ ମନ୍ତ୍ରୀ

କୋଲକାତା, ୬।୧୨: ଭାଜପାର ପଶ୍ଚିମବଙ୍ଗ ମିଶନ ଜାରି ରହିଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦଳରେ ଫାଟ ବଢ଼ାଇବା ପାଇଁ ଭାଜପା ପକ୍ଷରୁ ଉଦ୍ୟମ ଅବ୍ୟାହତ ରହିଛି। ପୂର୍ବରୁ ଶୁଭେନ୍ଦୁ ଅଧିକାରୀ ଦଳ ଛାଡ଼ିଥିବାବେଳେ ଏବେ ରାଜ୍ୟ ବନ ମନ୍ତ୍ରୀ ତଥା ଡୋମଜୁଡ଼ ବିଧାୟକ ରାଜୀବ ବାନାର୍ଜୀ ଦଳୀୟ କାର୍ଯ୍ୟ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ରାଜୀବ ପୂର୍ବରୁ ଚୁପ୍‌ ରହିଥିବାବେଳେ ଏବେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଯେ, ଦଳରେ ଯୋଗ୍ୟତାକୁ ନୁହେଁ ବଂର ଦୁର୍ନୀତିରେ ଲିପ୍ତ ଥିବା ସଦସ୍ୟଙ୍କୁ ସୁଯୋଗ ଦିଆଯାଉଛି। ରାଜୀବ ଶୁଭେନ୍ଦୁଙ୍କର ନିକଟତମ ହୋଇଥିବାରୁ ସେ ଏଭଳି ମନ୍ତବ୍ୟ ଦେବା ,ବେ ଆରମ୍ଭ କରିଛନ୍ତି ବୋଲି ରାଜ୍ୟ ରାଜନୀତିରେ ଚର୍ଚ୍ଚା ହେଉଛି। ୨୦୨୧ରେ ରାଜ୍ୟରେ ବିଧାନସଭା ନିର୍ବାଚନ ହେବ। ଏହା ପୂର୍ବରୁ ତୃଣମୂଳ କଂଗ୍ରେସରେ ଜାରି ରହିଥିବା ଘର କଳି ଯୋଗୁ ମମତା ଦିଦିଙ୍କୁ ଚିନ୍ତା ବଢ଼ିବାରେ ଲାଗିଛି।

Share