ଗୃହରେ ମାହାଙ୍ଗା ଝଡ଼

ଭୁବନେଶ୍ୱର,୨୩ା୩(ବ୍ୟୁରୋ): ମାହାଙ୍ଗା ଡବଲମର୍ଡର ଘଟଣାରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମ୍ପୃକ୍ତି ରହିଛି। ମାମଲା ୧୩ ନମ୍ବର ଅଭିଯୁକ୍ତ ଭାବେ ତାଙ୍କ ନାମ ଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ଦିଗରେ ଚୁପ୍‌ ହୋଇରହିଛନ୍ତି। ବିରୋଧୀ ଦଳ ବିଧାୟକଙ୍କୁ ମିଥ୍ୟା କେସ୍‌ରେ ଫସାଇ ଥାନାରେ ବସାଯାଉଛି। ମାତ୍ର ଶାସକ ଦଳର ନେତାଙ୍କ ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ଆଇନ ମନ୍ତ୍ରୀଙ୍କୁ ତୁରନ୍ତ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରାଯାଉ ବୋଲି ଦାବି କରି ଭାଜପା ସଦସ୍ୟମାନେ ବିଧାନସଭାରେ ପ୍ରବଳ ହଟ୍ଟଗୋଳ କରିଥିଲେ। ଏଥିଯୋଗୁ ବାଚସ୍ପତିି ସୂର୍ଯ୍ୟନାରାୟଣ ପାତ୍ର ବିଭିନ୍ନ ପର୍ଯ୍ୟାୟରେ ଗୃହକୁ ଅପରାହ୍ନ ୪ଟା ଯାଏ ମୁଲତବୀ ଘୋଷଣା କରିଥିଲେ। ଗୃହକୁ ସ୍ବାଭାବିିକ କରିବାକୁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ। ଦୀର୍ଘ ସମୟ ଆଲୋଚନା ପରେ ମଧ୍ୟ ଗୃହ ସ୍ବାଭାବିକ ହୋଇ ନ ଥିଲା। ଅପରାହ୍ନରେ ବାଚସ୍ପତି ମଙ୍ଗଳବାର ଯାଏ ଗୃହକୁ ମୁଲତବୀ ଘୋଷଣା କରିଥିଲେ।
ବାଚସ୍ପତି ପୂର୍ବାହ୍ନ ୧୦ଟା ୩୦ ମିନିଟରେ ସଭାକାର୍ଯ୍ୟ ଚଳାଇବାକୁ ଗୃହକୁ ପ୍ରବେଶ କଲେ। ସଦସ୍ୟମାନେ ଛିଡ଼ା ହୋଇ ବାଚସ୍ପତିଙ୍କୁ ନମସ୍କାର ଜଣାଇଲେ। ବାଚସ୍ପତି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଆରମ୍ଭ କରିବା ମାତ୍ରେ ଭାଜପା ସଦସ୍ୟ ମୋହନ ଚରଣ ମାଝି, ଜୟନାରାୟଣ ମିଶ୍ର ଓ ଦଳର ଅନ୍ୟ ସଦସ୍ୟମାନେ ମାହାଙ୍ଗା ଡବଲ ମର୍ଡର କେସ୍‌ରେ ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ ବହିଷ୍କାର ଦାବି କରି ହଟ୍ଟଗୋଳ କଲେ। ବାଚସ୍ପତି ଭାଜପା ସଦସ୍ୟମାନଙ୍କୁ ପ୍ରଶ୍ନକାଳରେ ସହଯୋଗ କରିବାକୁ ଅନୁରୋଧ କରିଥିଲେ। ହେଲେ ସେମାନଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ି ନ ଥିଲା। ହଟ୍ଟଗୋଳ ମଧ୍ୟରେ ବାଚସ୍ପତି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଆଗେଇ ନେବାକୁ ଚେଷ୍ଟା କଲେ। ଭାଜପା ସଦସ୍ୟମାନେ ମାହାଙ୍ଗା ଡବଲ ମର୍ଡର କେସ୍‌ର ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ଦାବିରେ ଗୃହର ମଧ୍ୟ ଭାଗରେ ନାରାବାଜି କରିଥିଲେ। ହଟ୍ଟଗୋଳକୁ ଦେଖି ବାଚସ୍ପତି ଗୃହକୁ ୧୦ଟା ୩୩ରୁ ୧୧ଟା ୩୦ ମିନିଟ୍‌ ଯାଏ ମୁଲତବୀ ଘୋଷଣା କରିଥିଲେ। ୧୧ଟା ୩୦ ମିନିଟ୍‌ରେ ପୁଣି ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା। ବାଚସ୍ପତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କୁ କହିବାକୁ ଡାକିଲେ। ବିରୋଧୀ ଦଳ ନେତା ରାଜ୍ୟର ଆଇନ ଶୃଙ୍ଖଳା ପ୍ରସଙ୍ଗ ଉଠାଇ କହିଲେ, ନୟାଗଡ଼ ‘ପରୀ’ କେସ୍‌ରେ ଯେଉଁ ସରପଞ୍ଚ ତାଙ୍କ ପରିବାରକୁ ନ୍ୟାୟ ଦେବାକୁ ସମର୍ଥନ କରୁଛନ୍ତି ତାଙ୍କୁ କୌଣସି କାମ କରାଇ ଦିଆଯାଉ ନାହିଁ। ଏହା ଦୁଃଖଦ ଘଟଣା। ସାଧାରଣ ମୋବାଇଲ କିମ୍ବା କୁକୁଡ଼ାଟିଏ ଚୋରି କଲେ ଥାନାରେ ଦୁଇଦିନ ବସାଯାଉଛି। ମାହାଙ୍ଗା ଡବଲ ମର୍ଡର କେସ୍‌ର ଅଭିଯୁକ୍ତ ଆଇନମନ୍ତ୍ରୀଙ୍କ ବିରୋଧରେ କାୈଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ପୂର୍ବତନ ଆଇନ ମନ୍ତ୍ରୀ ରଘୁନାଥ ମହାନ୍ତିଙ୍କ ବୋହୂ ଅଭିଯୋଗ କରିବାରୁ ତାଙ୍କୁ ବହିଷ୍କାର କଲେ, ସରକାର ଜେଲରେ ପୂରାଇଲେ। ବାଚସ୍ପତି କହିଲେ, ସରକାର ତାଙ୍କୁ ଜେଲରେ ପୂରାଇ ନାହାନ୍ତି। ବିରୋଧୀ ଦଳ ନେତା କହିଲେ, ତାହା ହେଲେ କିଏ ପୂରାଇଲେ। ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କ ନାମ ଏତଲାରେ ନ ଥିଲା, ତାଙ୍କୁ ଘରକୁ ଯାଇ ଟାଣିଓଟାରି ଜେଲରେ ଭର୍ତ୍ତିି କରାଇଲେ। ଆଇନମନ୍ତ୍ରୀଙ୍କ ନାମରେ ଏଫଆଇଆର ରହିଛି ତାଙ୍କ ବିରୋଧରେ କିଛି କାର୍ଯ୍ୟାନୁଷ୍ଠାନ ହେବନି। ଜଣେ ଦାଗୀ ମନ୍ତ୍ରୀ, ଯାହାଙ୍କ ନାମରେ ଏଫଆଇଆର ଅଛି ସେ ଏ ପବିତ୍ର ଗୃହରେ ବସିବେ କେମିତି ବୋଲି ସେ ପ୍ରଶ୍ନ କରିଥିଲେ। ମନ୍ତ୍ରୀ ନିଜକୁ ନିର୍ଦ୍ଦୋଷ ପ୍ରମାଣିତ କରିବା ଦରକାର। ବାଚସ୍ପତି ହସ୍ତକ୍ଷେପ କରି କହିଲେ, ଆପଣ କୁହନ୍ତୁ କେଉଁ ଆଇନରେ ଅଛି ତାଙ୍କୁ ନ ବସିବା ପାଇଁ। ନରସିଂହ ବାବୁ, ପ୍ରଦୀପ ବାବୁ, ମୁଁ ଓକିଲାତି କରିଥିଲୁ। ରାଜନୀତି କରୁଥିବା ବ୍ୟକ୍ତିଙ୍କ ନଁାରେ ବିଭିନ୍ନ କେସ୍‌ ଯୋଡ଼ା ଯାଉଛି। ଏହି ସମୟରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି ବାଚସ୍ପତିଙ୍କୁ ବିରୋଧ କଲେ। ଭାଜପାର ଅନ୍ୟ ସଦସ୍ୟମାନେ ବିରୋଧ କଲେ। କହିଲେ, ବିରୋଧୀ ଦଳ ନେତାଙ୍କୁ କହିବାକୁ ଦେବେ ନାହିଁ। ଆପଣ ସରକାରୀ ଦଳ ଭଳି କହୁଥିବା ଭଳି ଲାଗୁଛି। ପୁଣି ବିରୋଧୀ ଦଳ ନେତା କହିଲେ, ୫ ବର୍ଷରେ ୭ଜଣ ଲୋକଙ୍କୁ ମରାଯାଇଛି। ଦୀପ୍ତିକାନ୍ତ ସାହୁଙ୍କ ପରିବାର ଲୋକ ଗଁା ଛାଡ଼ି ବାହାରେ ରହୁଛନ୍ତି। କାହାର ସତ୍‌ସାହସ ଅଛି ଗଁାରେ ଲୋକଙ୍କୁ ମାରି ଭଗେଇବ। ଗଁା ଲୋକ ମଲେ ବି ଗଁା ଛାଡ଼ନ୍ତି ନାହିଁ। କିନ୍ତୁ ଏଭଳି ଭୟଭୀତ କରାଯାଇଛି ସେମାନେ ଗଁା ଛାଡ଼ି ଯିବାକୁ ବାଧ୍ୟ ହୋଇଛନ୍ତି। ଜଣେ ଜଣେ ପୋଲିସ ଅଫିସର ଗୋଟିଏ ଗୋଟିଏ ଥାନାରେ ୧୩ /୧୪ ବର୍ଷ ରହୁଛନ୍ତି। ଅପରାଧୀମାନେ ସାହସ ପାଉଛନ୍ତି। ମନ୍ତ୍ରୀଙ୍କୁ ବହିଷ୍କାର କରନ୍ତୁ। ତଦନ୍ତ କରନ୍ତୁ। ଭାଜପା ସଦସ୍ୟମାନେ ହଟ୍ଟଗୋଳ କଲେ। କଂଗ୍ରେସ ଦଳ ନେତା ନରସିଂହ ମିଶ୍ର କହିଲେ, ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଆଇନ ଶୃଙ୍ଖଳା ବୋଲି କିଛି ନାହିଁ। କୃଷକମାନଙ୍କ ଜାତୀୟ ନେତା ରାକେଶ ଟିକାଏତ୍‌ ଓଡ଼ିଶା ଆସିଥିଲେ। କେନ୍ଦ୍ର କୃଷି ଆଇନ ବିରୋଧରେ କହିବାରୁ ତାଙ୍କୁ ଆକ୍ରମଣ କରାଯାଇଛି। ରାଜ୍ୟ ସରକାର ତାଙ୍କୁ ସୁରକ୍ଷା ଦେଇପାରିଲେ ନାହିଁ। ଏହାକୁ ଅତି ଗୁରୁତର ସହ ରାଜ୍ୟ ସରକାର ନେବା ଦରକାର। କେଉଁମାନେ ତାଙ୍କୁ ଧସ୍ତାଧସ୍ତି କଲେ ତାହା ଜାଣିବା ଦରକାର। କୃଷି ବିଲ୍‌କୁ ନେଇ ସମଗ୍ର ଦେଶ ଜଳୁଛି। ଟିକାଏତ୍‌ଙ୍କୁ ଆକ୍ରମଣ କରାଗଲା। ପୋଲିସ ତାଙ୍କୁ ସୁରକ୍ଷା ଦେଇ ପାରିଲା ନାହିଁ। ଏହା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ। କଂଗ୍ରେସ ଦଳ ସଭ୍ୟ ସନ୍ତୋଷ ସିଂ ସାଲୁଜା କହିଲେ, ମାହାଙ୍ଗା କେସ୍‌ ୦୦୫ ମୁଦାଲା ନମ୍ବର ୧୩ରେ ଆଇନ ମନ୍ତ୍ରୀଙ୍କ ନାମରେ ମାମଲା ହୋଇଛି। ସେତେବେଳେ ଆମେ ବିରୋଧ କରିଥିଲୁ। ସବୁ ରାଜନୈତିକ ଦଳ, ଯୁବ କଂଗ୍ରେସ ଧାରଣା ଦେଇଥିଲା। ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତି ଯେଉଁମାନଙ୍କ ନାମରେ ଏଫଆଇଆର ଥିଲା ତାଙ୍କ ବିରୋଧରେ ରୁଲିଂ ଦେଇଥିଲେ। ଆପଣ ବି ଦେଇପାରିବେ। ଆଇନ ମନ୍ତ୍ରୀଙ୍କ ନାମରେ ଏଫଆଇଆର ହୋଇଛି। ସେ ଅଞ୍ଚଳରେ ମର୍ଡର ପରେ ମର୍ଡର ହେବ। ଗୃହକୁ ସୁରୁଖୁରୁରେ ଚଳାଇବାକୁ ରୁଲିଂ ଦିଅନ୍ତୁ। ସିଟ୍‌ର ମର୍ଯ୍ୟାଦା ବଢ଼ିବ। ଆଉ ଗୋଟିଏ ମର୍ଡର ହୋଇଗଲେ କିଏ ଦାୟୀ ହେବେ ବୋଲି ସେ କହିଥିଲେ। ନବୀନବାବୁଙ୍କ ଘରକୁ ସମସ୍ତେ ଯାଆନ୍ତି। ୨୦୦୦ରେ ଭାଜପା ସଦସ୍ୟମାନେ ଯାଉଥିଲେ, ଯାହାଙ୍କ ନାମରେ ଅଭିଯୋଗ ଅଛି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ। ବିଜେପୁର ନିର୍ବାଚନ ସମୟରେ ସମ୍ବଲପୁର ବିଧାୟକଙ୍କୁ ଟେକି ନିଆଗଲା। ମୁଖ୍ୟମନ୍ତ୍ରୀଙ୍କର ଆହୁରି ଇମେଜ ବଢ଼ିବ। ମହେଶ୍ୱର ମହାନ୍ତିଙ୍କ ଭଳି ରୁଲିଂ ଦିଅନ୍ତୁ ବୋଲି ସେ କହିଥିଲେ। ଭାଜପା ସଦସ୍ୟମାନେ ହଟ୍ଟଗୋଳ କରିଥିଲେ। ବାଚସ୍ପତି ଗୃହକୁ ସ୍ବାଭାବିକ କରିବା ପାଇଁ ତଥା ମହାତ୍ମା ଗାନ୍ଧୀଙ୍କ ଶତବାର୍ଷିକ ପାଳନ ନିମନ୍ତେ ସର୍ବଦଳୀୟ ବୈଠକ ଡାକିଥିଲେ। ବୈଠକରେ ଯୋଗଦେବାକୁ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବିଧାୟକ ଲକ୍ଷ୍ମଣ ମୁଣ୍ଡା, ମୋହନ ଚରଣ ମାଝିଙ୍କୁ ଡାକିଥିଲେ।
ମହାତ୍ମା ଗାନ୍ଧୀଙ୍କ ଉପରେ ବିଧାନସଭାରେ ସ୍ବତନ୍ତ୍ର ଆଲୋଚନା ଆଜି
ଭୁବନେଶ୍ୱର,୨୨ା୪(ବ୍ୟୁରୋ)-ମଙ୍ଗଳବାର ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଗସ୍ତକୁ ଶହେ ବର୍ଷ ପୂରଣ ହେବ। ସେଥିପାଇଁ ବିଧାନସଭାରେ ଏକ ସ୍ବତନ୍ତ୍ର ଆଲୋଚନା ହେବ। ଏ ନେଇ ସର୍ବସମ୍ମତି କ୍ରମେ ଏକ ସଙ୍କଳ୍ପ ପାରିତ କରାଯିବ। ସୋମବାର ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ନିଷ୍ପତ୍ତି ହୋଇଛି। ବୈଠକ ପରେ ବାଚସ୍ପତି ବିଧାନସଭାରେ ଏ ନେଇ ସୂଚନା ଦେଇଛନ୍ତି। ପୂର୍ବାହ୍ନ ୧୦ଟା ୩୦ ମିନିଟ୍‌ରୁ ମଧ୍ୟାହ୍ନ ୧ଟା ୩୦ ମିନିଟ୍‌ ଯାଏ ଏହି ଆଲୋଚନା ହେବ। ସେଥିପାଇଁ ପ୍ରଶ୍ନକାଳ, ଶୂନ୍ୟକାଳ, ମୁଲତବୀ ଆଲୋଚନାକୁ ବାତିଲ କରାଯାଇଛି ବୋଲି ବାଚସ୍ପତି ଘୋଷଣା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନ୍ୟୁଜ୍‌ କ୍ଲିକ୍‌ ପୋର୍ଟାଲକୁ ୧୨୦ କୋଟି ଜରିମାନା

ନୂଆଦିଲ୍ଲୀ,୧୭ା୨: ବହୁ ଚର୍ଚ୍ଚିତ ନ୍ୟୁଜ୍‌ କ୍ଲିକ୍‌ ପୋର୍ଟାଲ ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ୧୨୦ କୋଟି ଟଙ୍କା ଜରିମାନା କରିଛି। ଏଥିସହିତ ଏହି ପୋର୍ଟାଲର ପ୍ରତିଷ୍ଠାତା ପ୍ରବୀର…

ପ୍ରକାଶ ପାଇଲା ଜେଇଇ ମେନ୍‌ ରେଜଲ୍ଟ, ଭବେଶ ପାତ୍ର ଓଡ଼ିଶା ଟପ୍ପର

ଭୁବନେଶ୍ୱର,୧୭ା୨(ସୁଚିସ୍ମିତା ସାହୁ):  ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ମେନ୍‌ ୨୦୨୬ ପ୍ରଥମ ସେସନର ପରୀକ୍ଷାଫଳ ସୋମବାର ପ୍ରକାଶ ପାଇଛି। ଜେଇଇ ପେପର-୧…

ଆଜି ଶପଥ ନେବେ ରହମାନ

ଢାକା,୧୭ା୨: ବାଂଲାଦେଶରେ ମଙ୍ଗଳବାର ବିଏନ୍‌ପି (ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି) ସରକାର ଶପଥ ନେବ। ଦଳୀୟ ଅଧ୍ୟକ୍ଷ ତାରିକ୍‌ ରହମାନ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ସହିତ…

ଜାନୁଆରୀରେ ବେରୋଜଗାରି ୫%କୁ ବଢ଼ିଛି

ନୂଆଦିଲ୍ଲୀ,୧୭ା୨(ପି.ଟି.): ଦେଶରେ ୧୫ ବର୍ଷ ଓ ତଦୂର୍ଦ୍ଧ୍ୱ ବୟସର ଲୋକଙ୍କ ମଧ୍ୟରେ ବେରୋଜଗାରି ହାର ଗତବର୍ଷ ଡିସେମ୍ବରରେ ୪.୮ ପ୍ରତିଶତ ଥିବାବେଳେ ଜାନୁଆରୀରେ ତାହା ୫ ପ୍ରତିଶତକୁ ବୃଦ୍ଧି…

ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଏହି ଦିନ ଆସିବ ସୁଭଦ୍ରା ଟଙ୍କା

କାକଟପୁର/ଅସ୍ତରଙ୍ଗ,୧୭।୨ (ଶୁଭଦର୍ଶନ ମିଶ୍ର/ପ୍ରଦୀପ୍ତ କୁମାର ଦୀକ୍ଷିତ): ମହିଳାଙ୍କ ପାଇଁ ଖୁସି ଖବର । ଆସନ୍ତା ମାର୍ଚ୍ଚ ୮ରେ ଅନ୍ତର୍ଜାତୀୟ ମହିଳା ଦିବସରେ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ଟଙ୍କା…

ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ, ବଗିଚା ଭିତରୁ ମୁର୍ମୁଷୁ ଅବସ୍ଥାରେ ଉଦ୍ଧାର

ଦେବଗଡ,୧୭।୨(ଶଶାଙ୍କ ଶେଖର ଝାଙ୍କର): ତିଲେଇବଣି ବ୍ଲକ ତଥା ଦେବଗଡ ଥାନା ଅନ୍ତର୍ଗତ ଟାଇଁସର ସ୍ଥିତ ଏକ ବଗିଚା ଭିତରୁ ମୁର୍ମୁଷୁ ଅବସ୍ଥାରେ ଜଣେ ଯୁବକଙ୍କୁ ଉଦ୍ଧାର କରାଯାଇଛି…

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri