Categories: ଜାତୀୟ

ପ୍ରଚଣ୍ଡ ବହୁମତ ପରେ ୧୨ ଡିସେମ୍ବରରେ ଗୁଜରାଟରେ ସପ୍ତମ ଥର ଲାଗି ସରକାର ଗଠନ କରିବାକୁ ଯାଉଛି ଭାଜପା

ଅହମଦାବାଦ,୧୦ ।୧୨: ଗୁଜରାଟ ବିଧାନସଭା ନିର୍ବାଚନରେ ୧୫୬ ଆସନରେ ବିଜୟୀ ହୋଇ ପ୍ରଚଣ୍ଡ ବହୁମତ ପରେ ଏବେ ଭାରତୀୟ ଜନତା ପାର୍ଟି(ଭାଜପା) ୧୨ ଡିସେମ୍ବରରେ ୭ମ ଥର ଲାଗି ସରକାର ଗଠନ କରିବାକୁ ଯାଉଛି । ଦଳର ନେତା ଭୁପେନ୍ଦ୍ର ପଟେଲ ୨୦ ଅନ୍ୟ କ୍ୟାବିନେଟ ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି । ଗୁଜରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ନୂଆ ସରକାର ଗଠନ ପୂର୍ବରୁ ଶୁକ୍ରବାର ରାଜ୍ୟପାଳଙ୍କୁ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଥିଲେ ।
ଶନିବାର ଭାଜପା ଗାନ୍ଧିଗନର ସ୍ଥିତ ପ୍ରଦେଶ ଭାଜପା କାର୍ଯ୍ୟଳୟ କମଲମରେ ବିଧାୟକ ଦଳର ବୈଠକ କରିବ । ଏହାପରେ ସମସ୍ତ ନେତା ଦିନ ପ୍ରାୟ ୨ଟାରେ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ କରିବାର ଦାବି ଉପସ୍ଥାପନ କରିବେ ।
ଆସନ୍ତା ୧୨ ତାରିଖ ଅର୍ଥାତ୍ ସୋମବାର ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ଦ୍ୱିତୀୟ ଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି । ଅନୁମାନ କରାଯାଉଛି କି ପଟେଲଙ୍କ ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓ ଭାଜପା ଶାସିତ ମୁଖ୍ୟମନ୍ତ୍ରୀମାନେ ଯୋଗ ଦେଇପାରନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଯେଉଁଦିନ ଭୁପେନ୍ଦ୍ର ପଟେଲ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଠିକ ସେହିଦିନ ୨୦କ୍ୟାବିନେଟ ମନ୍ତ୍ରୀ ଶପଥ ନେଇପାରନ୍ତି ଆଉ ଏହାର ଗୋଟିଏ ଦିନ ପରେ ସେମାନେ ସେମାନଙ୍କ କାର୍ଯ୍ୟଭାର ସମ୍ଭାଳିବେ ।

Share