Posted inଜାତୀୟ

ମହାରାଷ୍ଟ୍ର, ମଧ୍ୟପ୍ରଦେଶ ପରେ ଦିଲ୍ଲୀରେ ଏହି ସ୍କିମ୍‌ ଆଣିପାରେ ଭାଜପା: ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୧: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଭୋଟରମାନଙ୍କୁ ପ୍ରଲୋଭିତ କରିବା ପାଇଁ ଶାସକ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ଏବଂ ବିରୋଧୀ ଭାଜପା ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଜୋର୍‌ଦାର ହୋଇଛି।

ଆପ୍‌ର ନିର୍ବାଚନୀ ପ୍ରତିଶ୍ରୁତିକୁ ଟକ୍କର ଦେବା ଲାଗି ଭାଜପା ୩୦୦ ୟୁନିଟ୍‌ ପର୍ଯ୍ୟନ୍ତ ମାଗଣା ବିଜୁଳି, ମାଗଣା ପାନୀୟ ଜଳ ଏବଂ ମହିଳାଙ୍କୁ ଆକୃଷ୍ଟ କରିବା ପାଇଁ ଲାଡଲି ବେହନା ଭଳି ଯୋଜନା ପ୍ରତିଶ୍ରୁତି ଦେଇପାରେ ବୋଲି ଜଣାପଡ଼ିଛି। ଏଥିସହିତ ଭାଜପା ମନ୍ଦିର, ଗୁରୁଦ୍ୱାରା ଆଦି ଧର୍ମୀୟ ସ୍ଥଳଗୁଡ଼ିକୁ ୫୦୦ ୟୁନିଟ୍‌ ପର୍ଯ୍ୟନ୍ତ ବିଜୁଳି ମାଗଣା ଦେବା ପାଇଁ ଯୋଜନା କରିଛି।

ମହାରାଷ୍ଟ୍ର ଏବଂ ମଧ୍ୟପ୍ରଦେଶରେ ମହିଳାମାନଙ୍କୁ ଆର୍ଥତ୍କ ସହାୟତା ପ୍ରତିଶ୍ରୁତି ଦେଇ ଭାଜପା ସଫଳତା ପାଇଥିବାବେଳେ ଦିଲ୍ଲୀରେ ମଧ୍ୟ ଅନୁରୂପ ଯୋଜନାର ପ୍ରତିଶ୍ରୁତି ଦେଇପାରେ ବୋଲି କୁହାଯାଉଛି। ସମ୍ପ୍ରତି ମହିଳାମାନେ ନୂଆ ଭୋଟବ୍ୟାଙ୍କ ଭାବେ ଉଭା ହୋଇଛନ୍ତି। ତେଣୁ ମହିଳା ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରତ୍ୟେକ ଦଳ ଉଦ୍ୟମ କରୁଛନ୍ତି। ଆପ୍‌ ଏବଂ କଂଗ୍ରେସ ମଧ୍ୟ ମହିଳାଙ୍କ ହାତକୁ ସିଧାସଳଖ ଟଙ୍କା ଦେବା ପାଇଁ ଯୋଜନା ଆଣିବାକୁ କହିଛନ୍ତି।

ତୃତୀୟ ଥର ପାଇଁ କ୍ଷମତା ବଜାୟ ରଖିବାକୁ ଲକ୍ଷ୍ୟ ରଖିଥିବା ଆପ୍‌ ମହିଳା ସମ୍ମାନ ଯୋଜନାକୁ ଏହାର ମୁଖ୍ୟ ଗେମ୍‌ ପ୍ଲାନ୍‌ କରିଛି। ଏହି ଯୋଜନାରେ ଦିଲ୍ଲୀର ମହିଳାମାନଙ୍କୁ ପ୍ରଥମ ପର୍ଯ୍ୟାୟରେ ମାସିକ ୧,୦୦୦ ଟଙ୍କା ଓ ପରେ ୨,୧୦୦ ଟଙ୍କା ଲେଖାଏ ଯୋଗାଇ ଦିଆଯିବ। ସେହିପରି ୬୦ ବର୍ଷରୁ ଊର୍ଦ୍ଧ୍ୱ ନାଗରିକଙ୍କୁ ମାଗଣା ସ୍ବାସ୍ଥ୍ୟସେବା ଯୋଗାଇଦେବାକୁ ଶାସକ ଦଳ ସଞ୍ଜୀବନୀ ଯୋଜନାର ପ୍ରତିଶ୍ରୁତି ଦେଇଛି। ଦିଲ୍ଲୀର ଅଟୋ ଡ୍ରାଇଭରମାନଙ୍କ ପାଇଁ ଆପ୍‌ ନେତା ଅରବିନ୍ଦ କେଜ୍‌ରିଓ୍ବାଲ ୧୫ ଲକ୍ଷ ଟଙ୍କାର ଜୀବନ ବୀମା ସହ ଝିଅ ବାହାଘର ପାଇଁ ଲକ୍ଷେ ଟଙ୍କା ସହାୟତା ଯେଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏସିଆନ ଶୁଟିଂରେ ଭରତର ଆଧିପତ୍ୟ ଜାରି: ସୁରୁଚି-ରାଣାଙ୍କୁ ମିଳିଲା ରୌପ୍ୟ

ନୂଆଦିଲ୍ଲୀ,୫ା୨: ଭାରତ ନୂଆଦିଲ୍ଲୀଠାରେ ଚାଲିଥିବା ଏସିଆନ ଶୁଟିଂ ଚାମ୍ପିୟନଶିପ୍‌ରେ ନିଜ ଆଧିପତ୍ୟ ଜାରି ରଖିଛି। ବିଶ୍ୱ ଚାମ୍ପିୟନ ସମ୍ରାଟ ରାଣା ଓ ବିଶ୍ୱ କପ୍‌ ଫାଇନାଲ ବିଜେତା…

ଘରେ କେହି ନଥିବାର ସୁଯୋଗ ନେଇ ଘରେ କଳାକନା ବୁଲାଇଲେ ଚୋର, ନେଇଗଲେ ୧୦ ଭରି ସୁନା ଗହଣା ସହ…

କୋକସରା,୫।୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା ଆମପାଣି ଥାନା ଆମପାଣି ଗ୍ରାମର ବ୍ୟବସାୟୀ ସନ୍ତୋଷ କୁମାର ସାହୁ ତାଙ୍କ ପରିବାର ଲୋକଙ୍କ ସହିତ ବୁଧବାର ଘରେ ନ…

ବିବାହ ଚର୍ଚ୍ଚା ଭିତରେ ବେବି ବମ୍ପ ସହ ନଜର ଆସିଲେ ଅଭିନେତ୍ରୀ, ସାଥିରେ ଥିଲେ ବିବାହିତ ଅଭିନେତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ମୃଣାଲ ଠାକୁର ବର୍ତ୍ତମାନ ଅଭିନେତା ଧନୁଷଙ୍କ ସହ ତାଙ୍କ ସମ୍ପର୍କ ଏବଂ ତାଙ୍କ ବିବାହ ଯୋଜନା ପାଇଁ ଖବରରେ ଅଛନ୍ତି। ଅଭିନେତ୍ରୀ ସମ୍ପ୍ରତି…

ମେଘାଳୟରେ ଭୟଙ୍କର ଖଣି ବିସ୍ଫୋରଣ: ୧୬ ଶ୍ରମିକଙ୍କ ମୃତ୍ୟୁ, ଅନେକ ଫସି ରହିଥିବା ଆଶଙ୍କା

ନୂଆଦିଲ୍ଲୀ,୫।୨: ମେଘାଳୟର ଏକ ବେଆଇନ ଖଣିରେ ବିସ୍ଫୋରଣ ଘଟି ୧୬ ଶ୍ରମିକ ମୃତ୍ୟୁବରଣ କରିଛନ୍ତି। ଗୁରୁବାର ସକାଳେ ଥାଙ୍ଗସ୍କୁ ଅଞ୍ଚଳରେ ଘଟିଥିବା ଏହି ଦୁର୍ଘଟଣାରେ ଏବେ ମଧ୍ୟ…

ଭାରତର ଏହି ଧାବିକା ହେଲେ ସସ୍‌ପେଣ୍ଡ

ନୂଆଦିଲ୍ଲୀ,୫ା୨: ଡୋପ୍‌ ଟେଷ୍ଟକୁ ଏଡାଇ ଭାରତର ଲଙ୍ଗ ଡିଷ୍ଟାନ୍ସ ଧାବିକା ପୂଜା ଆତ୍ମାରାମ ଆଥଲେଟିକ୍ସ ଇଣ୍ଡିଗ୍ରିଟି ୟୁନିଟ୍‌ (ଏଆଇୟୁ) ଦ୍ୱାରା ସାମୟିକ ସସ୍‌ପେଣ୍ଡ ହୋଇଛନ୍ତି। ପୂଜା ୫୦୦୦…

ଆସିଲା ନୂଆ ଆଇନ, ମହିଳାଙ୍କୁ ମିଳିଲା ମୋଟରସାଇକେଲ ଚଳାଇବାକୁ ଅନୁମତି

ତେହେରାନ,୫।୨: ଇରାନ ସରକାର ମହିଳାମାନଙ୍କ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ଇରାନ ମହିଳାମାନଙ୍କୁ ଆଇନଗତ ଭାବରେ ମୋଟରସାଇକେଲ ଚଲାଇବାକୁ ଅନୁମତି ଦିଆଯାଇଛି।…

ଲଜ୍ଜା: ମୂକ ଓ ବଧିର ଝିଅକୁ ବଳାତ୍କାର କରି ଗର୍ଭବତୀ କଲେ ଜନ୍ମକଲା ବାପା

ମୁମ୍ବାଇ,୫।୨: ମୁମ୍ବାଇର କଫ୍ ପ୍ୟାରେଡ୍ ଅଞ୍ଚଳରୁ ଏକ ଅମାନବୀୟ ତଥା ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ୨୦ ବର୍ଷୀୟା ମୂକ ଓ ବଧିର ଯୁବତୀଙ୍କୁ ବଳାତ୍କାର…

IND vs PAK: ‘ଆମର ଫ୍ଲାଇଟ ବୁକ୍‌ ଅଛି…’, କାହିଁକି ଏମିତି କହିଲେ ସୂର୍ଯ୍ୟକୁମାର? ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ,୫।୨: ପାକିସ୍ତାନ ସରକାର ସ୍ପଷ୍ଟ କରିଛନ୍ତି ଯେ ସେମାନଙ୍କ ଦଳ 2026 T-20 ବିଶ୍ୱକପ ଖେଳିବ, କିନ୍ତୁ କେବଳ ଫେବୃଆରୀ ୧୫ରେ ଭାରତ ବିପକ୍ଷରେ ମ୍ୟାଚ ଖେଳିବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri