ସ୍ବାମୀ ସାଜିଲେ ସଇତାନ: ସାମାନ୍ୟ କଥାରେ ଗର୍ଭବତୀ ସ୍ତ୍ରୀଙ୍କ ବେକକୁ ଧାନକଟା ଦା’ରେ କାଟିଦେଲେ…

ପାତ୍ରପୁର, ୯ା୧(ଉମା ଚରଣ ନେପାକ)- ଜରଡା ଥାନା ସାମନ୍ତିଆପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ମୁଣ୍ଡକେରି ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି l ସାମାନ୍ୟ କଥାକୁ ନେଇ ଛଅ ମାସର ଗର୍ଭବତୀ ସ୍ତ୍ରୀ ପ୍ରମିତାଙ୍କ ବେକ କାଟି ଦେଇଛନ୍ତି ସ୍ବାମୀ। ସ୍ତ୍ରୀ ସ୍ବାମୀ ଦୁହେଁ ଘରେ ମଧ୍ୟାହ୍ନଭୋଜନ ଖାଇ ବସିଥିବା ବେଳେ ସାମାନ୍ୟ କଥାକୁ ନେଇ ସ୍ବାମୀ ଅନନ୍ତ ବେହେରା ଉତ୍ତ୍ୟକ୍ତ ହୋଇ ଗର୍ଭବତୀ ସ୍ତ୍ରୀଙ୍କ ବେକକୁ ଧାନକଟା ଦା’ରେ କାଟି ଦେଇଥିଲେ। ତୁରନ୍ତ ପରିବାର ଲୋକେ ପ୍ରମିତାଙ୍କୁ ଉଦ୍ଧାର କରି ପାତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ନେଇଯିବାକୁ ପରାମର୍ଶ ଦେଇଥିଲେ। ଆହତ ମହିଳାଙ୍କ ଭାଇ ଘଟଣା ବିଷୟରେ ଫୋନ ମାଧ୍ୟମରେ ଜରଡା ଥାନା ପୋଲିସକୁ ଜଣାଇବା ପରେ ପୋଲିସ ପାତ୍ରପୁର ମେଡିକାଲରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତ ଅନନ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ହାତୀଦାନ୍ତ ଜବତ, ୪ ଅଭିଯୁକ୍ତ ଅଟକ

ବାରିପଦା,୨୨ା୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଜଙ୍ଗଲରେ ହାତୀମାନେ ଅସୁରକ୍ଷିତ ହୋଇପଡ଼ିଲେଣି। ଶିକାରୀମାନେ ଜଙ୍ଗଲ ଭିତରେ ପଶି ହାତୀଙ୍କୁ ମାରି ସେମାନଙ୍କ ଦାନ୍ତ ଚୋରାଚାଲାଣ କରୁଛନ୍ତି। ବୁଧବାର ଧରାପଡ଼ିଛନ୍ତି...

ଖୋଲିବ ଗୁମର, ଫସିବେ ବବି !

ଭୁବନେଶ୍ୱର,୨୨ା୧: ଖୋଲିବ ଗୁମର। ପୁଣି ଫସିବେ ବିଜେଡି ନେତା ବବି ଦାସ। ଭାଜପା ସରକାର ବବିଙ୍କ ଉପରେ କଡ଼ା ଆକ୍ସନ ନେବେ ବୋଲି ରାଜନୈତିକ ମହଲରେ...

ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି-୨୦୨୦: ଲାଗୁ ହେଲେ ବନ୍ଦ ହୋଇଯିବ ଅଙ୍ଗନବାଡି!

ଭୁବନେଶ୍ୱର,୨୨।୧: ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି (NEP) କାର୍ଯ୍ୟକାରୀ କରିବା ପାଇଁ ପ୍ରକ୍ରିୟାକୁ ତ୍ୱରାନ୍ବିତ କରି, ରାଜ୍ୟ ସରକାର ପ୍ରଥମ ଶ୍ରେଣୀରୁ ୬ ବର୍ଷରୁ ଅଧିକ...

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ବଢିଲା ଭତ୍ତା ଟଙ୍କା, ଏଣିକି ମିଳିବ ୨୫ହଜାର ଟଙ୍କା

ଭୁବନେଶ୍ୱର,୨୨।୧: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପୁଣି ବଡ଼ ଘୋଷଣା । ବଢାଇଲେ ଭତ୍ତା । ପାଚକ ଓ ପାଚିକାଙ୍କ ପାରିଶ୍ରମିକ ୧ ହଜାର ଟଙ୍କା ବୃଦ୍ଧିକରି...

ବିଦ୍ୟାଳୟରେ ତାଲା ପକାଇଲେ ଅଭିଭାବକ

ବଣାଇଁ,୨୨ା୧(ପ୍ରଦୀପ ତ୍ରିପାଠୀ): ବିଗତ ୧୯୧୩ ଅର୍ଥାତ୍‌ ସ୍ବାଧୀନତାର ୩୫ ବର୍ଷ ପୂର୍ବରୁ ସ୍ଥାପିତ ଝିର୍ଡ଼ାପାଲୀ ପ୍ରାଥମିକ ବିଦ୍ୟାଳୟରେ ଅଚଳାବସ୍ଥା ନେଇ ବୁଧବାର ଗ୍ରାମବାସୀ ଓ ଅଭିଭାବକ...

ଡିଜିଟାଲ ସ୍କିଲିଂ ଉପରେ ସଚେତନତା କାର୍ଯ୍ୟକ୍ରମ: ଯୋଗଦେଲେ ୪୫୦ ଛାତ୍ରୀଛାତ୍ର

ଅନୁଗୋଳ,୨୨।୧(ମାନସ ବିଶ୍ୱାଳ): ଅନୁଗୋଳର ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟରେ ଡିଜିଟାଲ ସ୍କିଲିଂ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। କାର୍ଯ୍ୟକ୍ରମରେ ୪୫୦ରୁ ଅଧିକ ୟୁଜି ଓ...

ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: ସୁଭଦ୍ରାରେ ୧୫୭ ପୁରୁଷ କରିଛନ୍ତି ଆବେଦନ

ଭୁବନେଶ୍ୱର,୨୨ା୧: ସୁଭଦ୍ରା ଯୋଜନାରେ ପୁରୁଷମାନେ ଆବେଦନ କରିଥିବା ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସେ କହିଛନ୍ତି, ରାଜ୍ୟର ୧୫୭ ଜଣ ପୁରୁଷ ସୁଭଦ୍ରାରେ ଆବେଦନ...

ସାଇଧାରା-ଚନ୍ଦନଧାରା ଜଳପ୍ରପାତର ହେବ ପର୍ଯ୍ୟଟନ ବିକାଶ

ଝରିଗାଁ,୨୨।୧(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ରହିଛି ଚାରି ଗୋଟି ଜଳପ୍ରପାତ। ସେଗୁଡିକ ହେଲା ଝରିଗାଁ ପଞ୍ଚାୟତ ଅନ୍ତର୍ଗତ ଗୋସେଇଁ ଧାରା ଜଳପ୍ରପାତ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri