Categories: ଜାତୀୟ

ଭାଜପା ମମତାଙ୍କୁ ହତ୍ୟା କରିପାରେ: ଟିଏମ୍‌ସି

ଭାଙ୍ଗର୍‌,୧୪।୧୨: ଭାଜପା ନିର୍ବାଚନ ଜିତିବାରେ ବିଫଳ ହେଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର ରଚିପାରେ ବୋଲି ବରିଷ୍ଠ ଟିଏମ୍‌ସି ନେତା ସୁବ୍ରତ ମୁଖାର୍ଜୀ ଅଭିଯୋଗ କରିଛନ୍ତି। ଅପରାଧ ଘଟାଇବା ପାଇଁ ଗୈରିକ ଦଳ ଲୋକଙ୍କୁ ଭଡ଼ାରେ ଆଣି ଦୋଷ ଅନ୍ୟ ମୁଣ୍ଡରେ ଲଦୁଥିବା ସେ କହିଛନ୍ତି। ଭାଜପା ମମତାଙ୍କର କୌଣସି କ୍ଷତି କରିବାକୁ ଉଦ୍ୟମ କଲେ ଆମେ ରକ୍ତ ଦେଇ ତାକୁ ରୋକିବୁ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ଥିବା ମୁଖାର୍ଜୀ କହିଛନ୍ତି। ବାହାରୁ ଲୋକ ଆଣି ଭାଜପା ପଶ୍ଚିମବଙ୍ଗରେ ଅସ୍ଥିରତା ସୃଷ୍ଟି ଲାଗି ଉଦ୍ୟମ କରୁଛି। ସେମାନଙ୍କ ଉଦ୍ୟମକୁ ସଫଳ ହେବାକୁ ଦିଆଯିବ ନାହିଁ। ଭାଜପା ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ ଗାଡ଼ି ଉପରେ ଢେଲାମାଡ଼ ପାଇଁ ତାଙ୍କ ଦଳ ହିଁ ଲୋକଙ୍କୁ ନିୟୋଜିତ କରିଥିଲା। ତଦନ୍ତରୁ ଏହା ଜଣାପଡ଼ିଥିବା ଟିଏମ୍‌ସି ନେତା କହିଛନ୍ତି।

Share