Categories: ଜାତୀୟ

ଅଧରାତି ଯାଏ ଭାଜପାର ମାରାଥନ ବୈଠକ: ଖୁବ୍‌ଶୀଘ୍ର ପ୍ରକାଶ ପାଇବ ଭାଜପାର ପ୍ରାର୍ଥୀ ତାଲିକା

ନୂଆଦିଲ୍ଲୀ,୩।୧: ଆସନ୍ତା ଲୋକ ସଭା ନିର୍ବାଚନରେ ହ୍ୟାଟ୍ରିକ ବିଜୟ ସହ ୩୭୦ଟି ଆସନ ଜିତିବାର ଲକ୍ଷ୍ୟ ସ୍ଥିର କରିବା ପରେ ଭାଜପା ପ୍ରାର୍ଥୀଙ୍କ ନାମ ଉପରେ ମନ୍ଥନ କରିବା ଆରମ୍ଭ କରିଛି। ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି (ସିଇସି) ବୈଠକ ପୂର୍ବରୁ ପ୍ରାୟ ୬ ଘଣ୍ଟା ଧରି ଚାଲିଥିବା ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ବରିଷ୍ଠ ଦଳର ନେତାଙ୍କ ବୈଠକରେ ୨୧ଟି ରାଜ୍ୟରେ ୩୦୦ଟି ଆସନ ପାଇଁ ପ୍ରାର୍ଥୀଙ୍କ ଏକ ପ୍ୟାନେଲ ପ୍ରସ୍ତୁତ କରାଯାଇଥିଲା। ଏହି ବୈଠକରେ ପଞ୍ଜାବ, ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁରେ ମିଳିତ ମେଣ୍ଟ ଉପରେ ଆଲୋଚନା ଶେଷ ନ ହେବା ପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା ନ କରିବାକୁ ନିଷ୍ପତ୍ତି ନିଆଯାଇଛି।
ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ମାରାଥନ ବୈଠକ ପରେ ପାର୍ଟି ମୁଖ୍ୟାଳୟରେ ବିଳମ୍ବିତ ରାତିରେ ସିଇସି ବେହଠକ ଆରମ୍ଭ ହୋଇଥିଲା। ଦଳ ସୂତ୍ରରୁ ପ୍ରକାଶ ଯେ ଲୋକ ସଭା ନିର୍ବାଚନ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ ପାଇବା ପୂର୍ବରୁ ଶହେରୁ ଅଧିକ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ବୋଧହୁଏ ଶୁକ୍ରବାର କିମ୍ବା ଶନିବାର ଦିନ ଘୋଷଣା କରାଯିବ ଏବଂ ମାର୍ଚ୍ଚ ୧୦ ସୁଦ୍ଧା ପ୍ରାୟ ୨୫୦ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯିବ। ପ୍ରଧାନମନ୍ତ୍ରୀ ବାସଭବନରେ ଆୟୋଜିତ ବୈଠକରେ ଗୃହମନ୍ତ୍ରୀ ଅମିତ ଶାହା, ଦଳର ସଭାପତି ଜେପି ନାଡା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ସିଏମ ଏବଂ ବହୁ ରାଜ୍ୟର ଡେପୁଟି ସିଏମ ଉପସ୍ଥିତ ଥିଲେ।
ଏହି ବୈଠକରେ ଉତ୍ତରପ୍ରଦେଶ, ତେଲେଙ୍ଗାନା, ପଶ୍ଚିମବଙ୍ଗ, ଛତିଶଗଡ, ରାଜସ୍ଥାନ, ମଧ୍ୟପ୍ରଦେଶ, ରାଜସ୍ଥାନ, ତ୍ରିପୁରା, ଗୋଆ, ଉତ୍ତରପ୍ରଦେଶ, ଗୁଜରାଟ, ଆସାମ, ଝାଡଖଣ୍ଡ, ତାମିଲନାଡୁ, ପୁଡୁଚେରୀ, ଆଣ୍ଡାମାନ ନିକୋବର, ଓଡିଶା, ଦିଲ୍ଲୀ, ମଣିପୁର , ଜମ୍ମୁ କଶ୍ମୀରରେ ବିଷୟରେ ଆଲୋଚନା ହୋଇଥିଲା।

Share