‘ମିଥ୍ୟା ପ୍ରତିଶ୍ରୁତି ଦେଇ ନିର୍ବାଚନୀ ବୈତରଣୀ ପାର୍‌ ହେବାକୁ ଚାହୁଁଛି ଭାଜପା’

ମୋରଡ଼ା/ରାସଗୋବିନ୍ଦପୁର,୨୨ା୫(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ରାସଗୋବିନ୍ଦପୁର ବ୍ଲକର ଅମର୍ଦ୍ଦା ପଡ଼ିଆରେ ବିଜୁ ଜନତା ଦଳ ଶକ୍ତି ପ୍ରଦର୍ଶନ କରିଛି। ଅପରାହ୍ନ ୫ଟାରେ ଅମର୍ଦ୍ଦା ପଡ଼ିଆରେ ଆୟୋଜିତ ୪୮ ନମ୍ବର ଜୋନସ୍ତରୀୟ ନିର୍ବାଚନ ସଭାରେ ୭ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ସମାଗମ ହୋଇଥିଲା।

କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ଯୁବ ସଭାପତି ଉତ୍କଳ ମହାନ୍ତି ଓ ଛାତ୍ର ସଭାପତି ଆଶିଷ ମହାନ୍ତଙ୍କ ନେତୃତ୍ୱରେ ବିଧାୟକ ପ୍ରାର୍ଥିନୀ ପ୍ରୀତିନନ୍ଦା କାନୁନ୍‌ଗୋଙ୍କୁ ଏକ ବାଇକ୍‌ ଶୋଭାଯାତ୍ରାରେ ମଞ୍ଚ ନିକଟକୁ ଅଣାଯିବା ପରେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରାଯାଇଥିଲା। ଏହାପରେ ରାସଗୋବିନ୍ଦପୁର ବ୍ଲକ ପର୍ଯ୍ୟବେକ୍ଷକ ବିଜନ ନାଏକଙ୍କ ପରିଚାଳନାରେ ଅନୁଷ୍ଠିତ ସଭାକାର୍ଯ୍ୟରେ ପ୍ରାର୍ଥିନୀଙ୍କ ସହିତ ମୋରଡ଼ା ବିଧାୟକ ରାଜକିଶୋର ଦାସ, ନିର୍ବାଚନମଣ୍ଡଳୀ ସଂଯୋଜକ କୃଷ୍ଣାନନ୍ଦ ମହାନ୍ତି, ଜୋନ୍‌ କୋଅଡିନେଟର ଜୟନ୍ତ ବେହେରା, ଜିଲା ପରିଷଦ ସଭ୍ୟ ଶ୍ୟାମସୁନ୍ଦର ଡାକୁଆ, ଦଶରଥ ରାମ, ବିନୋଦବିହାରୀ ଦାସ, ଉତ୍ତମ ମହାନ୍ତି, ମୀନକେତନ ମହାନ୍ତି, ବ୍ଲକ ଉପାଧକ୍ଷା ପଦନ ଦେହୁରୀ, ମହିଳା ସଭାପତି ଉଜ୍ଜ୍ୱନୀ ବେହେରା,ସମସ୍ତ ପଞ୍ଚାୟତ ସରପଞ୍ଚ, ସମିତି ସଭ୍ୟାସଭ୍ୟ ପ୍ରମୁଖ ମଞ୍ଚାସୀନ ଥିଲେ। ଜୟ ଜଗନ୍ନାଥ ଧ୍ୱନି ଦେଇ ଶ୍ରୀମତୀ କାନୁନ୍‌ଗୋ ନିଜର ଅଭିଭାଷଣ ଆରମ୍ଭ କରିଥିଲେ। ମିଶନ ଶକ୍ତି ମାଧ୍ୟମରେ ମହିଳାମାନେ ସଶକ୍ତି ହେବା, ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ଗ୍ରାମାଞ୍ଚଳର ବିକାଶ, ୫ଟି ଯୋଜନାରେ ଗାଁଠୁ ଆରମ୍ଭ କରି ସହରର ବିକାଶ, ଚାଷୀମାନଙ୍କ ପାଇଁ ସହାୟତା, ଛାତ୍ରୀଛାତ୍ରଙ୍କ ପାଇଁ ସହାୟତା, ଯୁବ ଗୋଷ୍ଠୀ ପାଇଁ ସ୍ବୟଂ ଯୋଜନା ଇତ୍ୟାଦି ଯୋଜନା ବାବଦରେ ଉପସ୍ଥିତ ହଜାର ହଜାର ଜନସାଧାରଣଙ୍କୁ ଅବଗତ କରାଇଥିଲେ। ସେହିପରି ଆସନ୍ତା ଜୁଲାଇରୁ ୧୦୦ ୟୁନିଟ୍‌ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ ବିଲ୍‌ ନବୀନ ପଟ୍ଟନାୟକ ଯୋଗାଇ ଦେବେ ବୋଲି କହିଥିଲେ ପ୍ରୀତିନନ୍ଦା। ପୂର୍ବ ନିର୍ବାଚନରେ ପ୍ରତିଶ୍ରୁତି ଦେଇଥିବା କେନ୍ଦ୍ର ସରକାର ସବୁବେଳେ ମିଥ୍ୟା ପ୍ରତଶ୍ରୁତି ଦେଇ ନିର୍ବାଚନୀ ବୈତରଣୀ ପାର କରିବା ପାଇଁ ଚେଷ୍ଟା କରେ ବୋଲି କହିଛନ୍ତି ବିଧାୟିକା ପ୍ରାର୍ଥିନୀ। ଏହାପରେ ଉପସ୍ଥିତ ଜନସାଧାରଣଙ୍କୁ ଯୋଡ଼ିଶଙ୍ଖ ଚି଼ହ୍ନରେ ଭୋଟ୍‌ ଦେବାକୁ ସେ ଅନୁରୋଧ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା ନିର୍ମାଣ ଦାବିରେ ଶିକ୍ଷକଙ୍କ ଆମରଣ ଅନଶନ

ଭଞ୍ଜନଗର,୧୯।୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଲାଲସିଂ ପଞ୍ଚାୟତରେ ଦୀର୍ଘ ଦିନରୁ ପଡ଼ି ରହିଥିବା ଅଧାପନ୍ତରିଆ ରାସ୍ତା କାମକୁ ନେଇ ଅସନ୍ତୋଷ ତେଜିଛି। ଛେଦାଭୂମୀ...

ଯୁବକଙ୍କୁ ଗୁଳି ମାଡ: ବାଇକରେ ଆସି ଫାୟାରିଂ କରି ଫେରାର୍‌ ହୋଇଗଲେ…

ଖୋର୍ଦ୍ଧା,୧୯।୧(ପ୍ରଭାତ ପାଣିଗ୍ରାହୀ): ଗୁଳି ମାଡରେ ଯୁବକଙ୍କ ମୃତ୍ୟୁ। ବେଗୁନିଆ ଥାନା ଅନ୍ତର୍ଗତ ପରିଛଳ ଜାମୁସହିରେ ଏହି ଘଟଣା ଘଟିଛି । ମୃତ ବ୍ୟକ୍ତିଙ୍କ ନାମ ବାସୁଦେବ...

ଅଞ୍ଚଳ ପାଇଁ ଗୌରବ ଆଣିଲେ ଗୋରା ସିଂ: OPSC ପରୀକ୍ଷାରେ ୬୩ତମ ର଼୍ୟାଙ୍କ ରଖି କୃତକାର୍ଯ୍ୟ

ଥୁଆମୂଳ ରାମପୁର,୧୯।୧(ଦୁର୍ଗା କିର୍ତ୍ତି): ଦୃଢ ଇଚ୍ଛାଶକ୍ତି ଓ ପରିଶ୍ରମ ଆଗରେ ହାର ମାନିଛି ଦାରିଦ୍ର୍ୟ। କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ସୁଯୋଗ୍ୟ ସନ୍ତାନ ଗୋରା...

ଆକ୍ସନ ମୋଡରେ ଯୋଗାଣ ନିରୀକ୍ଷକ: ଗାଁରେ ପହଞ୍ଚି ନିଜେ ବାଣ୍ଟିଲେ ବଞ୍ଚିତ ହିତାଧିକାରୀଙ୍କୁ ଚାଉଳ

ଥୁଆମୂଳ ରାମପୁର,୧୯।୧(ଦୁର୍ଗା କୀର୍ତ୍ତି): ଚମ୍ପାଛୁଆଁ ଗ୍ରାମର ହିତାଧିକାରୀମାନେ ଚଳିତ ବର୍ଷର ୩ ମାସର ପିଡିଏସ ଚାଉଳ ପାଇବାରୁ ବଞ୍ଚିତ ଥିବା ନେଇ ‘ଧରିତ୍ରୀ’ ରେ ଖବର...

ଭାରତ ମାତା ପୂଜନ ଉତ୍ସବରେ ଦୁଲୁକିବ ମଞ୍ଚ, ସାଂସ୍କୃତିକ କାର୍ଯ୍ୟକ୍ରମରେ ମୁଖ୍ୟ ଆକର୍ଷଣ ରହିଛି…

ଦାରିଙ୍ଗବାଡି, ୧୯।୧ (ଅରୁଣ ସାହୁ ): ଆସନ୍ତା ସାଧାରଣତନ୍ତ୍ର ଦିବସରେ ୧୪ ତମ ଭାରତ ମାତା ପୂଜନ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ ସିମନବାଡି ଦୁର୍ଗା...

ବ୍ରାଉନସୁଗାର କାରବାର ସୂଚନା ପାଇ ଅଚାନକ ଚଢାଉ କଲା ପୋଲିସ, ଜବତ ହେଲା…

ଜୟପୁର,୧୯।୧(ପବନ ପାଣିଗ୍ରାହୀ): ବ୍ରାଉନସୁଗାର କାରବାର ସମୟରେ ଟାଉନ ପୋଲିସ ଚଢାଉ କରିଛି । ଚଢାଉ ବେଳେ ୨ ଅଭିଯୁକ୍ତଙ୍କୁ ଗିରଫ କରି ବ୍ରାଉନସୁଗାର ଜବତ କରିଛି।...

ମା’ ସହ ୨ ଝିଅଙ୍କୁ ହତ୍ୟା ଉଦ୍ୟମ କରି ମାରିଥିଲେ ଚମ୍ପଟ, ଧରାପଡିବା ପରେ ଅଭିଯୁକ୍ତଙ୍କୁ…

ଦିଗପହଣ୍ଡି,୧୯।୧(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବି. ତୁରୁବୁଡ଼ି ପଞ୍ଚାୟତ କାଣ୍ଡେଶ୍ୱର ଗ୍ରାମ ଇନ୍ଦିରା ଆବାସ କଲୋନୀରେ ରହୁଥିବା ସ୍ବର୍ଗତ ପାଣ...

ଏମ୍‌ପି ସପ୍ତଗିରି ଉଲାକାଙ୍କ ବଡ଼ ସୂଚନା: ଏହି ସବୁ ରୁଟ୍‌ରେ ବସିବ…

ରାୟଗଡା,୧୯।୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡା ରେଳ ଡିଭିଜନ କାର୍ଯ୍ୟକ୍ଷମ ହୋଇଥିଲେ ହେଁ ଟ୍ରେନ ଯାତାୟାତ ସିଗନାଲ ବ୍ୟବସ୍ଥା ସମେତ ଅନ୍ୟାନ୍ୟ ଟେକ୍ନିକାଲ ବ୍ୟବସ୍ଥାର କଣ୍ଟ୍ରୋଲ ବର୍ତ୍ତମାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri