ବିଏମ୍‌ସି ଅଫିସ ଭିତରକୁ ମଶା ଧୂଆଁ ଛାଡିଲା ଭାଜପା

ଭୁବନେଶ୍ୱର, ୨୪।୮ (ବନ୍ଦନା ସେଠୀ)ରାଜଧାନୀରେ ଡେଙ୍ଗୁ ସ୍ଥିତିକୁ ନେଇ ବିଏମ୍‌ସିକୁ ପୁଣି ଥରେ ଟାର୍ଗେଟ କରିଛି ଭାଜପା। ଏନେଇ ବୁଧବାର ବିଏମ୍‌ସି କାର୍ଯ୍ୟାଳୟ ଘେରିବା ସହ ମେୟର ଓ କମିଶନରଙ୍କ ବିରୋଧରେ ଗର୍ଜିଥିଲା। ସେହିପରି ବିଏମ୍‌ସି କାର୍ଯ୍ୟାଳୟ ଭିତରକୁ ମଶା ଧୂଆଁ ଛାଡ଼ି ଅଭିନବ ଢଙ୍ଗରେ ନିଜର ପ୍ରତିବାଦ ଜଣାଇଥିଲା। ଜିଲା ସଭାପତି ବାବୁ ସିଂଙ୍କ ନେତୃତ୍ୱରେ ଭାଜପା ନେତା, କର୍ମୀ ମଶା, ମୁଖ୍ୟମନ୍ତ୍ରୀ ଏବଂ ମେୟରଙ୍କ ଛବି ଥିବା ହୋର୍ଡିଂ ସହିତ ହାତରେ ଟିଫା ମେଶିନ ଧରି ବିଏମ୍‌ସି ଅଫିସ ଘେରାଉ କରିଥିଲେ। ବାବୁ ସିଂ କହିଛନ୍ତି, ଗତ କିଛି ଦିନ ଧରି ରାଜଧାନୀରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବେ ବଢିବାରେ ଲାଗିଛି। କେବଳ ଭୁବନେଶ୍ୱରରେ ୧୫ଶହରୁ ଉଦ୍ଧର୍‌ବ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୧୦ରୁ ଉଦ୍ଧର୍‌ବ ପୀଡିତଙ୍କ ମୃତ୍ୟୁ ହୋଇଛି। ରାଜ୍ୟରେ ସ୍ବାୟତ୍ତ ଶାସନ ବାଟବଣା ହୋଇଛି। ୨୩ ବର୍ଷ ଶାସନରେ ଥିବା ସତ୍ତ୍ୱେ ବିଜେଡି ସରକାରର ‘ପରିମଳ ପରିଚାଳନା’ ସମ୍ପୂର୍ଣ୍ଣ ଫେଲ ହୋଇଥିବାରୁ ପ୍ରତି ବର୍ଷ ଡେଙ୍ଗୁ ରୋଗ ବୃଦ୍ଧି ପାଇଚାଲିଛି। ‘ପ୍ରତ୍ୟେକ ଜୀବନ ମୂଲ୍ୟବାନ’ କହୁଥିବା ମୁଖ୍ୟମନ୍ତ୍ରୀଙ୍କ ପାଇଁ ଡେଙ୍ଗୁ ଆକ୍ରାନ୍ତଙ୍କ ଜୀବନ କ’ଣ ମୂଲ୍ୟହୀନ ବୋଲି ସେ ପ୍ରଶ୍ନ କରିଛନ୍ତି। ସେହିପରି ବିଏମ୍‌ସିର ଚରମ ଅବହେଳା କାରଣରୁ ରାସ୍ତା ଘାଟ, ନାଳ ନର୍ଦ୍ଦମାର ଦୁର୍ଦ୍ଦଶା ବଢି ଚାଲିଛି। ବର୍ଷା ପାଣି ଜମା ରହି ମଶା ବଂଶ ବୃଦ୍ଧିରେ ସହାୟକ ହେଉଛି। ବିଏମସି ସଠିକ ସମୟରେ ମଶା ନିୟନ୍ତ୍ରଣର କାମ କଲେ ନାହିଁ। ଏପରିକି ଲୋକେ ଡେଙ୍ଗୁରେ ପ୍ରାଣ ହରାଉଥିଲେ ବି ଡେଙ୍ଗୁ ମୃତ୍ୟୁକୁ ସ୍ବୀକାର ନ କରିବା ଅତ୍ୟନ୍ତ ପରିତାପର ବିଷୟ ବୋଲି ବାବୁ କହିଛନ୍ତି। ବିକ୍ଷୋଭରେ ରାଜ୍ୟ ପ୍ରବକ୍ତା ଦିଲ୍ଲୀପ ମହାନ୍ତି ଭୁବନେଶ୍ୱରରେ ଡେଙ୍ଗୁ କାୟା ବିସ୍ତାର କରୁଥିବାବେଳେ ମେୟର ଓ କମିଶନର ଏଥିପାଇଁ ପଦକ୍ଷେପ ନ ନେଇ କ୍ରିକେଟ ଖେଳିବା ରାଜଧାନୀବାସୀଙ୍କ ପ୍ରତି ଉପହାସ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ଭୁବନେଶ୍ୱର ସାଂଗଠନିକ ଜିଲା ସାଧାରଣ ସମ୍ପାଦକ ହିମାଂଶୁ ଶେଖର ଛୋଟରାୟ, ଦିଲ୍ଲୀପ ବେହେରା, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ସ୍ବଂୟ ସେବକ ରାୟ, ନାରୀନେତ୍ରୀ ସୁନୀତି ମୁଣ୍ଡ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍କରେ ସାରିଦେଲେ

ଭୁବନେଶ୍ୱର, ୧୫।୨(ସୁନିତ୍‌ ମିଶ୍ର): ୨୦୨୪ ନିର୍ୱାଚନ ପରଠାରୁ ଅନେକ ବିଷୟକୁ ନେଇ ନାନା ପ୍ରକାର ରାଜନୈତିକ ଚର୍ଚ୍ଚା ଜାରି ରହିଛି। ବିଜେଡିର ଭବିଷ୍ୟତ କ’ଣ ହେବ, ବିରୋଧୀ…

ଲମ୍ୱା ଯୁଦ୍ଧ ପାଇଁ ଆମେରିକାର ସଜବାଜ

ଓ୍ୱାଶିଂଟନ୍‌,୧୫ା୨: ଇରାନ ଏବଂ ଆମେରିକା ମଧ୍ୟରେ ଆଲୋଚନା ଫେଲ୍‌ ମାରିଛି। ଇରାନର ଆଣବିକ କାର୍ଯ୍ୟକ୍ରମକୁ ନେଇ ଗତ ସପ୍ତାହରେ ଓମାନ ମଧ୍ୟସ୍ଥତାରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା…

୧୨.୮୯ କୋଟି ଟଙ୍କାରେ ହେବ ସ୍ଥାୟୀ ରାଜମହଲ

ବରଗଡ଼,୧୫।୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ଧନୁଯାତ୍ରା ମହୋତ୍ସବ ପାଇଁ ସାରାବିଶ୍ୱରେ ବରଗଡ଼ର ସ୍ୱତନ୍ତ୍ର ପରିଚୟ ରହିଛି। ଗତ ଜାନୁୟାରୀ ମାସରେ ୭୮ତମ ଧନୁଯାତ୍ରା ମହୋତ୍ସବ ସରିଯାଇଛି।…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ମହାଶିବରାତ୍ରୀରେ ଉପାସରେ କପିଳାସ ଠାକୁର, ଧାରଣାରେ ସେବାୟତ

ଢେଙ୍କାନାଳ,୧୫।୨(ରତନ ନାୟାର): ରାଜ୍ୟ ତଥା ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ କପିଳାସର ଠାକୁର ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ମହାଦେବ ମହାଶିବରାତ୍ରୀ ପାଳନବେଳେ ଉପବାସରେ ରହିଛନ୍ତି l…

କୁଶପଲ୍ଲା ଜଙ୍ଗଲରୁ ହାତୀର ଗଳିତ ଶବ ଜବତ, ହାତୀକୁ ମାରି ଦାନ୍ତ ନେଇଗଲେ ଶିକାରି

ଖୋର୍ଦ୍ଧା,୧୫।୨(ପ୍ରଭାତ ପାଣିଗ୍ରାହୀ): ଖେର୍ଦ୍ଧା ବନଖଣ୍ଡ ଟାଙ୍ଗୀ ରେଜଂରେ କିଛି ଦିନ ହେଲା ଜଙ୍ଗଲୀ ହାତୀ ଓ ମଣିଷ ଲଢେଇ ଚାଲିଛି। କେତେବେଳେ ମଣିଷ ତ ଆଉ କେତବେଳେ…

ହ୍ୟାଣ୍ଡଶେକ୍‌ ପ୍ରସଙ୍ଗକୁ ଏଡ଼ାଇଲେ ଉଭୟ ଅଧିନାୟକ

କଲମ୍ୱୋ,୧୫ା୨(ପି.ଟି.): ଆମେ ହାତ ମିଳାଇବୁ କି ନାହିଁ, ତାହା ମ୍ୟାଚ୍‌ ପୂର୍ୱରୁ ଜଣାପଡ଼ିବ। କ୍ରିକେଟ ଉଚିତ ଭାବନା ସହ ଖେଳାଯିବା ଦରକାର। ହେଲେ ମୋ ବ୍ୟକ୍ତିଗତ ମତାମତ…

ମା’ ହେଲେ ନାବାଳିକା; ୮ ମାସ ହେଲା ମିଳୁଥିଲା ସରକାରୀ ସୁବିଧା, ଟିକା

ନୀଳଗିରି,୧୫ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମପୁର ଥାନା ଅଞ୍ଚଳର ଜଣେ ୧୬ ବର୍ଷୀୟା ନାବାଳିକା ଏକ କନ୍ୟା ସନ୍ତାନକୁ ଜନ୍ମଦେଇଛନ୍ତି। ଆଶାକର୍ମୀ ଦୀର୍ଘଦିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri