ଯୁବତୀଙ୍କୁ ଶାରୀରିକ ନିର୍ଯାତନା ଦେଉଥିଲେ ଭାଜପା ନେତା: ବାନ୍ଧିଲା ପୋଲିସ

ଅନୁଗୋଳ,୧୯।୭(ମାନସ ବିଶ୍ୱାଳ)/ (ଜ୍ୟୋତିରଞ୍ଜନ ସାହୁ):ଜଣେ ଯୁବତୀଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ଅଭିଯୋଗରେ ଅନୁଗୋଳ ଜିଲା ଭାଜପା ସମ୍ପାଦକ ତଥା ଯୁବନେତା ସୁଦୀପ୍ତ ସ୍ବାଇଁ ଗିରଫ ହୋଇଛନ୍ତି। ବନ୍ତଳା ପୋଲିସ ୧୭ ତାରିଖ ରାତିରେ ତାଙ୍କୁ ଗିରଫ କରିଛି। ଭାଜପା ନେତାଙ୍କ ଏହି ଗିରଫଦାରି ପରେ ଅନୁଗୋଳ ଜିଲା ରାଜନୀତି ଜୋର୍‌ ଧରିଛି। କଂଗ୍ରେସ ପକ୍ଷରୁ ଶୁକ୍ରବାର ଖବରଦାତା ସମ୍ମିଳନୀ କରାଯାଇ ପୀଡ଼ିତାଙ୍କୁ ନ୍ୟାୟ ଓ ମହିଳାମାନଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ଦାବି କରାଯାଇଛି। ସେହିପରି ପୋଲିସ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ବିଜେଡି ରାସ୍ତାକୁ ଓହ୍ଲାଇବ ବୋଲି ଜିଲା ବିଜେଡି ପକ୍ଷରୁ ଖବରଦାତା ସମ୍ମିଳନୀରେ କୁହାଯାଇଛି। ଅପରପକ୍ଷରେ ଭାଜପା ପକ୍ଷରୁ ତୁରନ୍ତ ଯୁବନେତା ସ୍ବାଇଁଙ୍କୁ ଦଳରୁ ନିଲମ୍ବନ କରାଯାଇଥିବା ଅନୁଗୋଳ ଜିଲା ସଭାପତି ଯଯାତୀ କେଶରୀ ପଟ୍ଟନାୟକ ସୂଚନା ଦେଇଛନ୍ତି।
ପ୍ରକାଶ ଯେ, ଅନୁଗୋଳ ସହରରେ ଥିବା ଏକ ବ୍ୟାଙ୍କରେ ସମ୍ପୃକ୍ତା ଯୁବତୀ କାର୍ଯ୍ୟ କରନ୍ତି। ସୁଦୀପ୍ତଙ୍କ ସହ ତାଙ୍କର ଜଣାଶୁଣା ଥିଲା। ହେଲେ ସୁଦୀପ୍ତ ତାଙ୍କୁ ବାରମ୍ବାର ଶାରୀରିକ ଓ ମାନସିକ ନିର୍ଯାତନା ଦେଇଆସୁଥିଲେ। ଏପରି କି ରାସ୍ତାରେ ତାଙ୍କ ଗାଡ଼ିକୁ ଅଟକାଇ ଗାଳିକରିବା ସହ ମାଡ଼ ମାରିବା ପାଇଁ ହାତ ଉଠାଉଥିଲେ। ଘର ସମ୍ମୁଖରେ ମାରଣାସ୍ତ୍ର ଧରି ଗଣ୍ଡଗୋଳ କରୁଥିବାରୁ ଯୁବତୀ ଜଣକ ଏ ନେଇ ଗତ ୧୬ ତାରିଖରେ ବନ୍ତଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ତୁରନ୍ତ ନଂ. ୨୫୯/୨୫ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ୧୭ ତାରିଖ ରାତିରେ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହି ଘଟଣା ଜଣାପଡ଼ିବା ପରେ ଅନୁଗୋଳ ଜିଲା କଂଗ୍ରେସ ପକ୍ଷରୁ ଶୁକ୍ରବାର ପୂର୍ବାହ୍ନ ୧୧ଟାରେ ଦଳୀୟ କାର୍ଯ୍ୟାଳୟରେ ଏକ ଖବରଦାତା ସମ୍ମିଳନୀ କରାଯାଇଥିଲା। ଏଥିରେ ଜିଲା କଂଗ୍ରେସ ସଭାପତି ଅମ୍ବିକା ଭଟ୍ଟ, ମହିଳା ନେତ୍ରୀ ଅଳକା ରାଣୀ ମହାପାତ୍ର, ସୁନିଲ ପ୍ରଧାନ, ଜିତେନ୍ଦ୍ର ସାହୁ ଉପସ୍ଥିତ ରହି ଭାଜପା ନେତୃତ୍ୱ ବ୍ୟକ୍ତି ବିଶେଷମାନେ ନାରୀ ନିର୍ଯାତନାକୁ ପ୍ରଶ୍ରୟ ଦେଉଥିବା ଅଭିଯୋଗ କରିବା ସହ ମହିଳାଙ୍କୁ ସୁରକ୍ଷା ପ୍ରଦାନ କରିବାକୁ ଦାବି କରିଥିଲେ। ରାଜ୍ୟରେ ମହିଳାମାନଙ୍କ ପ୍ରତି ଦିନକୁ ଦିନ ବଢ଼ି ଚାଲିଥିବା ନିର୍ଯାତନାକୁ ରୋକିବାରେ ବର୍ତ୍ତମାନର ସରକାର ବିଫଳ ହୋଇଛି ବୋଲି ଅଭିଯୋଗ କରିବା ସହ ଇସ୍ତଫା ଦେବାକୁ ଦାବି କରିଥିଲେ। ସେହିପରି ଜିଲା ବିଜେଡି କାର୍ଯ୍ୟାଳୟରେ ଜିଲା ସଭାପତି ବ୍ରଜକିଶୋର ପ୍ରଧାନଙ୍କ ନିର୍ଦ୍ଦେଶରେ ପୂର୍ବତନ ସଭାପତି ମହେନ୍ଦ୍ର ବସ୍ତିଆଙ୍କ ଅଧ୍ୟକ୍ଷତାରେ ଏକ ଖବରଦାତା ସମ୍ମିଳନୀ କରାଯାଇ ସୁଦୀପ୍ତଙ୍କ ନାମରେ କୋହଳ ଦଫା ଲଗାଯାଇଥିବା ଅଭିଯୋଗ କରାଯାଇଥିଲା। ଯଦି ଅଭିଯୁକ୍ତଙ୍କ ବିରୋଧରେ ପୋଲିସ ଉଚିତ କାର୍ଯ୍ୟନୁଷ୍ଠାନ ନ ନିଏ ଦଳ ରାସ୍ତାକୁ ଓହ୍ଲାଇବ ବୋଲି ଯୁବନେତା ଅରୁଣାଭ ସିଂହ ଓ ଛାତ୍ର ଜନତା ଦଳ ସଭାପତି ରାଜୀବ ଲୋଚନ ପ୍ରମୁଖ ଚେତାବନୀ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଳାତ୍କାର ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତି ଏମିତି ଏକ ପ୍ରବନ୍ଧ ଲେଖିବାରୁ ଦଣ୍ଡ କମ୍‌ କରି ଦେଲେ ହାଇକୋର୍ଟ

ମୁମ୍ବାଇ,୧୧।୨: ବମ୍ବେ ହାଇକୋର୍ଟ ଜଣେ ନାବାଳିକା ଝିଅକୁ ବଳାତ୍କାର କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିବା ଜଣେ ବ୍ୟକ୍ତିଙ୍କ ଆଜୀବନ କାରାଦଣ୍ଡକୁ ୧୨ ବର୍ଷକୁ ହ୍ରାସ କରିଛନ୍ତି।…

‘ବନ୍ଦେ ମାତରମ’କୁ ନେଇ ନୂଆ ନିର୍ଦ୍ଦେଶାବଳୀ ଜାରି: ଏଣିକି ଠିଆ ହେବା ବାଧ୍ୟତାମୂଳକ

ନୂଆଦିଲ୍ଲୀ,୧୧।୨: ବନ୍ଦେ ମାତରମ ସମ୍ପର୍କରେ ନୂତନ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ୱାରା ଜାରି ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ, ବନ୍ଦେ ମାତରମ ପାଇଁ ଠିଆ…

ପାର୍କରେ ଦୁର୍ବୃତ୍ତଙ୍କ ଉନ୍ମକ୍ତ କାଣ୍ଡ: ୪୨ଟି ଗଛ ଭାଙ୍ଗି ଛାରଖାର କଲେ ପାର୍କ

ବଲାଙ୍ଗୀର, ୧୧।୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ରାଜେନ୍ଦ୍ର ପାର୍କ ଭିତରେ ସୌନ୍ଦର୍ଯ୍ୟ ବୃଦ୍ଧି ସକାଶେ ଲଗାଯାଇଥିବା ୪୨ଟି ଗଛକୁ କେହି ଦୁର୍ବୃତ୍ତ ଭାଙ୍ଗି ଦେବା ସହ କାଟି…

ଜୁନିୟର ଆସିଷ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ: ୨.୩୮ କୋଟି ଟଙ୍କା ହରିଲୁଟ ଅଭିଯୋଗ

ଅନୁଗୋଳ,୧୧।୨: ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ବୁଧବାର ଅନୁଗୋଳ ମୁଖ୍ୟ ଚିକିତ୍ସାଳୟ (CDMO) କାର୍ଯ୍ୟାଳୟର ଜୁନିୟର ଆସିଷ୍ଟାଣ୍ଟ ସୁବ୍ରତ କୁମାର ବେହେରାଙ୍କ ବିଭିନ୍ନ ବାସଭବନ ଓ କାର୍ଯ୍ୟାଳୟ…

ଯାତ୍ରା ଚାଲୁଥିବା ବେଳେ ଘରେ ପଶି ଲୁଟ: ଉତ୍ତମମଧ୍ୟମ ଦେଇ ପୋଲିସକୁ ହସ୍ତାନ୍ତର କଲେ ଗ୍ରାମବାସୀ

ଭଦ୍ରକ,୧୧।୨(ସନାତନ ରାଉତ): ଅପେରା ଚାଲୁଥିବାବେଳେ ଘରେ ପଶି ଲୁଟ। ଧରାପଡି ନିର୍ଧୁମ ଛେଚା ଖାଇବା ପରେ ପୋଲିସକୁ ୪ ଯୁବକଙ୍କୁ ହସ୍ତାନ୍ତର କଲେ ଗ୍ରାମବାସୀ l ଏପରି…

ମହିଳାଙ୍କୁ ମାଡ ମାରିବା ସହ ହାତ ଗୋଡ ବାନ୍ଧି, ଲୁଟିନେଲେ

ବୌଦ୍ଧ,୧୧।୨(ଅଜିତ କୁମାର ବାରିକ): ବୌଦ୍ଧ ଆଦର୍ଶ ଥାନା ଭାଲିଆପଦର୍‌ ଗ୍ରାମରେ ମଙ୍ଗଳବାର ରାତ୍ରିରେ ସଶସ୍ତ୍ର ଡକାୟତି ହୋଇଛି। ଗ୍ରାମର ଦେବବ୍ରତ ମିଶ୍ରଙ୍କ ଘରେ ଡକାୟତି କରିଛନ୍ତି ଦୁର୍ବୃତ୍ତ…

୨୩,୩୮୭ କନିଷ୍ଠ ଶିକ୍ଷକଙ୍କୁ ପଦୋନ୍ନତି: ଖୁବ୍‌ଶୀଘ୍ର ପ୍ରଧାନଶିକ୍ଷକ ଭାବେ ଦିଆଯିବ ନିଯୁକ୍ତି

ଭୁବନେଶ୍ୱର,୧୧ା୨ (ସୁଚିସ୍ମିତା ସାହୁ):ରାଜ୍ୟ ସରକାରଙ୍କ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ୨୩,୩୮୭ ଜଣ କନିଷ୍ଠ ଶିକ୍ଷକଙ୍କୁ ବରିଷ୍ଠ (ଏସ୍‌ଇଏସ୍‌) ପାହ୍ୟାକୁ ପଦୋନ୍ନତି ଦିଆଯାଇଛି। ସୋମବାର ପ୍ରକାଶିତ ଏହି…

ସଞ୍ଜ ନଇଁଲେ ଗାଁ ଦାଣ୍ତରେ ବୁଲୁଛନ୍ତି ଭାଲୁ: ବେଲସୁନ୍ଦରୀରେ ଆତଙ୍କ

ଆନନ୍ଦପୁର,୧୧।୨(ସୁଶାନ୍ତ କୁମାର ସାହୁ): ସଞ୍ଜ ନଇଁଲେ ଗାଁ ଦାଣ୍ତରେ ବୁଲୁଛନ୍ତି  ଭାଲୁ ପଲ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଆନନ୍ଦପୁର ବନ୍ୟପ୍ରାଣୀ ବନଖଣ୍ତ ଅଧୀନ ବରାଙ୍ଗ ସଂରକ୍ଷିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri