ଅସୀମ କାର୍ଯ୍ୟକାଳ

Dillip Cherian

ଗୋଟିଏ ସମୟରେ ସେବା ନିବୃତ୍ତ ଅନ୍ୟ କିଛି ବିଷୟକୁ ସୂଚିତ କରୁଥିଲା। ଏବେ ଏହା କାର୍ଯ୍ୟକାଳ ବୃଦ୍ଧି କିମ୍ବା ପୁନଃ ନିଯୁକ୍ତିର ଦିନ ହୋଇଗଲାଣି । କେନ୍ଦ୍ର ସ୍ବରାଷ୍ଟ୍ର ସଚିବ ଗୋବିନ୍ଦ ମୋହନ ଏବେ ଭାରତୀୟ କାର୍ଯ୍ୟକାଳ ବୃଦ୍ଧି କରାଯାଉଥିବା ଅଧିକାରୀ ଗୋଷ୍ଠୀରେ ସାମିଲ ହୋଇଛନ୍ତି। ସେପ୍ଟେମ୍ବର ୨୦୨୫ରେ ସେ ଅବସର ନେଇଥାଆନ୍ତେ ଏବଂ ଏହାପରେ ତାଙ୍କର କାର୍ଯ୍ୟକାଳ ସମ୍ପ୍ରସାରଣ ହେବାର ନ ଥିଲା। କିନ୍ତୁ ଏବେ ସେହି ପଦବୀରେ ସେ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ରହିବେ କିମ୍ବା ତା’ପର ଯାଏ ରହିପାରନ୍ତି। କ୍ୟାବିନେଟ ନିଯୁକ୍ତି କମିଟି (ଏସିସି) କାଗଜପତ୍ର କାମ ଶେଷ କରିଥିବା ଜଣାପଡ଼ିଛି। ଅବସର ତୁଳନାରେ କାର୍ଯ୍ୟକାଳ ବୃଦ୍ଧି ପରମ୍ପରା ଏବେ ଏକ ନିୟମିତ ଧାରା ହୋଇଗଲାଣି। କ୍ୟାବିନେଟ ସଚିବ ଏକ ବାର୍ଷିକ ନବୀକରଣ ଯୋଜନାରେ ହିଁ ବଞ୍ଚୁଛନ୍ତି। ଦୁଃଖର ବିଷୟ, ର’ର ରବି ସିହ୍ନା ଭାଗ୍ୟବାନ୍‌ ନୁହନ୍ତି। ତାଙ୍କର କାର୍ଯ୍ୟକାଳ ବଢ଼ିଲା ନାହିଁ। ର’ର ପରାଗ ଜୈନ ସେହି ପଦବୀରେ ରହିଲେ। ସେହିପରି ସବୁ ରାଜ୍ୟରେ ଏହା ଏକ ପରମ୍ପରା ହୋଇଗଲାଣି। ପଶ୍ଚିମବଙ୍ଗରେ ମୁଖ୍ୟ ସଚିବମାନେ ଅବସର ନେବା କ୍ୱଚିତ ଦେଖାଯାଏ। ସେମାନେ କେବଳ ଅଧିକ ପଦବୀ ଦଖଲ କରିଥାନ୍ତି। ଅନ୍ୟମାନଙ୍କ ଭାଗ୍ୟରେ ଏ ସୁଯୋଗ ଜୁଟେ ନାହିଁ। ସେମାନଙ୍କ ପାଳିକୁ ଅପେକ୍ଷା କରିଥିବା ବହୁ ଦକ୍ଷ ଅଧିକାରୀ ନିୟମ ଅନୁସାରେ ସବୁ ଆବଶ୍ୟକତା ପୂରଣ କରିଥିଲେ ମଧ୍ୟ ସେମାନେ ଏଯାବତ ଏହି ପଦବୀ ପାଇବାରେ ବିଫଳ ହେଲେ। ତାଙ୍କଠାରୁ ମାସେ ଜୁନିୟର ଥିବା ଅନେକ ଅଧିକାରୀ ଭାଗ୍ୟବାନ୍‌ ନ ଥିଲେ। ଏହି ସମୟରେ କାର୍ଯ୍ୟକାଳ ବୃଦ୍ଧି ସୁଯୋଗ ପାଇଥିବା ବାବୁଙ୍କ ଗୋଷ୍ଠୀ ଆଗକୁ ମାଡ଼ିଚାଲିଛନ୍ତି। ଅବସର କେବଳ କମ୍‌ ଗୁରୁତ୍ୱ ଥିବା ଲୋକଙ୍କ ପାଇଁ ଉଦ୍ଦିଷ୍ଟ।
କୋଚିଂ ସେଣ୍ଟର ଅଡ଼ୁଆ
ଦୃଷ୍ଟି ଆଇଏଏସ୍‌ର ପ୍ରତିଷ୍ଠାତା ଡ. ବିକାଶ ଦିବ୍ୟକୀର୍ତ୍ତି ବିଶ୍ୱର ସବୁଠୁ କଠିନ ସିଭିଲ ସର୍ଭିସ ପରୀକ୍ଷାରେ ଅନେକ ଆଶାୟୀଙ୍କୁ କୃତକାର୍ଯ୍ୟ ହେବା ପାଇଁ ପ୍ରଶିକ୍ଷଣ ଦେଇଛନ୍ତି। ତେବେ ଏବକାର ନୀତିନିୟମ ସମ୍ପର୍କରେ ବୁଝିବା ତାଙ୍କ ପାଇଁ କଠିନ ହୋଇଛି। ଏକ ଭିଡିଓରେ, ନ୍ୟାୟପାଳିକାକୁ ଅପମାନ କଲା ଭଳି ଟିପଣୀ ଦେଇଥିବାରୁ ଆଜମେରର ଏକ କୋର୍ଟ ତାଙ୍କ ବିରୋଧରେ ମାନହାନି ଅଭିଯୋଗକୁ ଗମ୍ଭୀରତାର ସହ ନେଇଛନ୍ତି। ଶ୍ରେଣୀ କକ୍ଷରେ ପଢ଼ାଇବା ଭଳି ବିଚାରପତି ଓ ବାବୁମାନଙ୍କୁ ତୁଳନା କରି ସେ ଏକ ଦୀର୍ଘ ଭାଷଣ ଦେଇଥିଲେ। ସମ୍ଭବତଃ ତାଙ୍କ ସ୍ବର କଡ଼ା ନ ଥିଲେ ମଧ୍ୟ ନ୍ୟାୟିକ ପଦକ୍ଷେପ ପାଇଁ ଏହା ବିସ୍ଫୋରକ ବୋଲି ଗ୍ରହଣ କରାଗଲା। ଅଧିକାଂଶ ଜାଣନ୍ତି, ଦୃଷ୍ଟି ଏକ ସିଭିଲ ସର୍ଭିସ ଉତ୍ପାଦନ କେନ୍ଦ୍ର । ଏହାର ପ୍ରତିଷ୍ଠାତା କେବଳ ଜଣେ ଶିକ୍ଷକ ନୁହନ୍ତି, ବରଂ ଲକ୍ଷ ଲକ୍ଷ ଆଶାୟୀଙ୍କ ପାଇଁ ସେ ହେଉଛନ୍ତି ଜଣେ ଖ୍ୟାତନାମା ଦାର୍ଶନିକ। ତାଙ୍କ ଭଳି ଅନେକ କୋଚିଂ ଗୁରୁ ବେସରକାରୀ ଅନୁଷ୍ଠାନ ଗଢୁଛନ୍ତି। ସେମାନେ ନୂତନ ଦୃଷ୍ଟିକୋଣ ସାମ୍ନାକୁ ଆଣିବା ସହ ପଦପଦବୀର ମର୍ଯ୍ୟାଦାକୁ ହୃଦୟଙ୍ଗମ କରିଥାନ୍ତି । କିନ୍ତୁ ବେଳେବେଳ ସୀମା ଟପିଯାଇଥାନ୍ତି, ଯାହା ଏହି ଘଟଣାରୁ ଜଣାପଡ଼ିଛି। ଦିବ୍ୟକୀର୍ତ୍ତିଙ୍କର ସାଂସ୍କୃତିକ ଜ୍ଞାନ ଅତି ଗଭୀର। ତାଙ୍କ ଲେଖା ଶୈଳୀ ସରକାରୀ ଚିଠିକୁ ଆଗକୁ ବଢ଼ାଇଥାଏ। ପରପିଢ଼ିର ଜିଲାପାଳଙ୍କୁ ସିଧାସଳଖ ପ୍ରଭାବିତ କରୁଥିବାବେଳେ, ନିଜେ କ’ଣ ତାହା ଅନୁଧ୍ୟାନ କରିବା ଲାଭଦାୟକ। ଅମଲାତାନ୍ତ୍ରିକ ଖାଦ୍ୟ ଚକ୍ରରେ, ଏପରି କି ଅନ୍ୟଙ୍କୁ ଖୁଆଉଥିବା ବ୍ୟକ୍ତିମାନେ ସେମାନଙ୍କ ଖାଦ୍ୟ ସମ୍ପର୍କରେ ଚିନ୍ତା କରିବା ଉଚିତ। ଅର୍ଥାତ୍‌ ଅନ୍ୟଙ୍କୁ ସାହାଯ୍ୟ କରିବା ସହ ନିଜ ସୁରକ୍ଷା ଦେଖିବା କଥା। ତେବେ ଶ୍ରେଣୀ କକ୍ଷରେ ଉପହାସ ଛଳରେ ଯାହା କୁହାଯାଇଛି ତାହା କୋର୍ଟରୁମ୍‌ରେ ବିପଜ୍ଜନକ ଭାବେ ପ୍ରତିଧ୍ୱନିତ ହୋଇପାରେ।
ଏଲ୍‌ଟିସିରେ ଏକକ ପରିବାର
ଜୀବନରେ ଏମିତି କିଛି ବିଷୟ ଅଛି, ଯାହା ଭାରତୀୟ ପାରିବାରିକ ସମ୍ପର୍କଠାରୁ ମଧ୍ୟ ଜଟିଳ ଏବଂ ସେଗୁଡ଼ିକ ସହ ସମ୍ଭବତଃ ସରକାରୀ ନିୟମଗୁଡ଼ିକ ଜଡ଼ିତ ରହିବାକୁ ଚେଷ୍ଟା କରୁଛି। କାର୍ମିକ ଓ ପ୍ରଶିକ୍ଷଣ ବିଭାଗ( ଡିଓପିଟି) ଏବେ ଲିଭ୍‌ ଟ୍ରାଭେଲ କନ୍‌ସେସନ( ଏଲ୍‌ଟିସି) ତାହାର ମାର୍ଗଦର୍ଶିକାକୁ ନବୀକରଣ କରିଛି। ଏଲ୍‌ଟିସି ପାଇଁ କାହାକୁ ପରିବାର ଭାବେ ଗଣାଯିବ, ତାହା ୪ ଜୁଲାଇରେ ଏକ ନୂଆ ଚିଠିରେ ସୂଚିତ କରିଛି ଡିଓପିଟି। ଚିଠିରେ ଗୋଟିଏରୁ ଅଧିକ ସ୍ତ୍ରୀ ରହିବେ ନାହିଁ ବୋଲି କୁହାଯାଇଛି। ତେବେ ଏଲ୍‌ଟିସି ବେନିଫିଟ୍‌ରୁ ଯେଉଁମାନେ ବାଦ ପଡ଼ିଛନ୍ତି ସେମାନେ ହେଉଛନ୍ତି ଶାଶୁ-ଶ୍ୱଶୁର, ଅଲଗା ହୋଇଥିବା ଝିଅର ନାତିନାତୁଣୀ ଏବଂ ଏପରି କି ଜେଜେମା’ ଜେଜେ। ଏହି ଚିଠି ଏକ ସୀମିତ ତଥା କ୍ଷୁଦ୍ର ପାରିବାରିକ ସୀମାରେ ଆବଦ୍ଧ ହୋଇଯାଇଛି। ବାସ୍ତବରେ ଏହି ଚିଠିରେ କିଛି ନୂତନତ୍ୱ ନାହିଁ । ଏହାକୁ କେବଳ ଦୋହରାଯାଇଛି। ଏହା ମଧ୍ୟ ଅଜାଣତରେ ବ୍ୟକ୍ତିଗତ ଆଇନ, ପରିବାର ବ୍ୟବସ୍ଥାର ଜଟିଳ ଜାଲ ମଧ୍ୟକୁ ପ୍ରବେଶ କରିବାକୁ ସୁଯୋଗ ସୃଷ୍ଟି କରିଛି। କେତେକ ଧର୍ମୀୟ ଆଇନ ଭାରତରେ ବହୁ ବିବାହକୁ ଅନୁମତି ଦିଏ। ଅଣୁ ବା ଏକକ ପରିବାର ଯାତ୍ରା କରନ୍ତୁ ବୋଲି ବ୍ୟବସ୍ଥା ଚାହେଁ। କଥା ଉଠୁଛି, ଏହା ଏକ ବଡ଼ ଆହ୍ବାନ । ଆମ ନିୟମଗୁଡ଼ିକ ବହୁ ସମୟରେ ଆଧୁନିକ ସମ୍ପର୍କଗୁଡ଼ିକ ଯଥା ଲିଭ-ଇନ ପାର୍ଟନର, ସିଙ୍ଗଲ ପ୍ୟାରେଣ୍ଟସ (ସ୍ବାମୀ କିମ୍ବା ସ୍ତ୍ରୀ ବିନା ଜଣେ ପିଲାମାନଙ୍କ ଯତ୍ନ ନେବା), ବ୍ଲେଣ୍ଡେଡ ଫ୍ୟାମିଲି (ପୂର୍ବ ସମ୍ପର୍କର ପିଲା ବା ପିଲାମାନଙ୍କୁ ଆଣି ଦୁଇଜଣ ଏକାଠି ରହିବା)ର ବାସ୍ତବତା ସହ ତାଳଦେଇ ଯାଇପାରି ନାହିଁ। ତେବେ ସିସିଏସ୍‌ (ଏଲ୍‌ଟିସି) ରୁଲ୍ସ,୧୯୮୮ର ଧାରା ୪ରେ ଏସବୁ ସ୍ପଷ୍ଟ କରାଯାଇନାହିଁ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?