Categories: ଜାତୀୟ

ସିଟ୍‌ ନ ମିଳିବାରୁ ଅଧାରୁ ଉଠି ଆସିଲେ ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ,୨୬।୫: ରାଗି ଯାଇ ଶପଥ ସମାରୋହ ଅଧାରୁ ଉଠି ଆସିଲେ ପୂର୍ବତନ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ତଥା ଏମ୍‌ପି ଡ. ହର୍ଷବର୍ଦ୍ଧନ। ଦିଲ୍ଲୀର ନୂଆ ଉପରାଜ୍ୟପାଳ ବିନୟ କୁମାର ସକ୍ସେନାଙ୍କ ଶପଥ ସମାରୋହ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ ହର୍ଷବର୍ଦ୍ଧନ। ଏହି ସମାରୋହରେ ଅନେକ ନେତା, ମନ୍ତ୍ରୀ ମଧ୍ୟ ଯୋଗ ଦେଇଥିଲେ। ହର୍ଷବର୍ଦ୍ଧନ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ତେବେ ତାଙ୍କୁ ବସିବାକୁ ଯେଉଁ ସିଟ ମିଳିଥିଲା ସେଥିରେ ସେ ସନ୍ତୁଷ୍ଟ ନ ଥିଲେ। ତେଣୁ ରାଗି ଯାଇ ସେ ଶପଥ ସମାରୋହ ପୂର୍ବରୁ ଉଠି ଆସିଥିଲେ। ତେବେ ଯିବା ବେଳେ ହର୍ଷବର୍ଦ୍ଧନ କହିଛନ୍ତି ଯେ, ଏହି ଅପମାନର ଅଭିଯୋଗ ଉପରାଜ୍ୟପାଳଙ୍କୁ କରିବେ ବୋଲି ଦିଲ୍ଲୀ ମୁଖ୍ୟ ସଚିବ ନରେଶ କୁମାରଙ୍କୁ କହିଛନ୍ତି। ‘ମୁଁ ବିନୟ ସକ୍ସେନାକୁ ଏନେଇ ଚିଠି ଲେଖିବି ବୋଲି ମଧ୍ୟ ସେ କଡା ଭାଷାରେ କହିଛନ୍ତି।

Share