Categories: ଜାତୀୟ

ସୋନାଲୀଙ୍କ ଶରୀରରେ ରହିଛି କ୍ଷତ ଚିହ୍ନ: ହତ୍ୟା ନେଇ ରୁଜୁ ହେଲା ଏଫ୍‌ଆଇଆର

ପଣଜୀ,୨୫।୮: ଭାଜପା ନେତ୍ରୀ ତଥା ଟିକ୍‌ଟକ୍‌ ଷ୍ଟାର ସୋନାଲୀ ଫୋଗାଟଙ୍କ ମଙ୍ଗଳବାର ପରଲୋକ ଘଟିଛି। ଆରମ୍ଭରୁ ତାଙ୍କର ହୃଦ୍‌ଘାତ ଯୋଗୁ ମୃତ୍ୟୁ ହୋଇଥିବା ନେଇ କୁହାଯାଉଥିଲା। ହେଲେ ଗୁରୁବାର ଆସିଥିବା ତାଙ୍କ ବ୍ୟବଚ୍ଛେଦ ରିପୋର୍ଟ ଆଉ କିଛି ବୟାନ କରୁଛି। ବର୍ତ୍ତମାନ ଆସିଥିବା ବ୍ୟବଚ୍ଛେଦ ରିପୋର୍ଟରେ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଉକ୍ତ ରିପୋର୍ଟ ଦାବି କରାଯାଇଛି ଯେ,ସୋନାଲୀଙ୍କ ଶରୀରରେ ଅନେକ କ୍ଷତ ଚିହ୍ନ ରହିଛି। କୌଣସି ଏକ ତୀକ୍ଷ୍ଣ ଅସ୍ତ୍ର ଦ୍ୱାରା କ୍ଷତ ଚିହ୍ନ କରାଯାଇଥିବା ଉଲ୍ଲେଖ କରାଯାଇଛି। ତେବେ ମୃତ ସୋନାଲୀଙ୍କ ପରିବାରର ଅଭିଯୋଗ ଉପରେ ଧାରା ୩୦୨ ଅଧାରରେ ଗୋଆରେ ଏଫ୍‌ଆଇଆର ରୁଜୁ କରାଯାଇଛି। ଗୋଆ ପୋଲିସକୁ ବ୍ୟବଚ୍ଛେଦ ରିପୋର୍ଟ ହସ୍ତାନ୍ତର କରାଯାଇଛି। କିନ୍ତୁ ଏଥିରେ ମୃତ୍ୟୁର କାରଣ ଦର୍ଶାଯାଇନାହିଁ। କେବଳ ଶରୀରରେ କ୍ଷତ ଚିହ୍ନ ରହିଛି ବୋଲି ସୂଚନା ଦିଆଯାଇଛି। ଏଭଳି ପରିସ୍ଥିତିରେ ପୋଲିସ ଅନ୍ୟାନ୍ୟ ଦିଗ ଉପରେ ମଧ୍ୟ ଯାଞ୍ଚ କରୁଥିବା ଜଣାପଡ଼ିଛି।

Share