ଭାଜପା ନେତ୍ରୀଙ୍କ ପରଲୋକ

ପାଣାଜୀ,୨୩।୮: ଟିକଟକ ଷ୍ଟାର ତଥା ଭାଜପା ନେତ୍ରୀ ସୋନାଲି ଫୋଗଟଙ୍କ ହୃଦଘାତରେ ପରଲୋକ ଘଟିଛି। ଭାରତୀୟ ଜନତା ପାର୍ଟି ୨୦୧୯ରେ ତାଙ୍କୁ ହରିୟାଣାର ହିସାର ଜିଲାର ଆଦମପୁର ବିଧାନସଭା ଆସନରୁ ଟିକେଟ ଦେଇଥିଲା। ସେ ଏହି ନିର୍ବାଚନରେ ହାରିଯାଇଥିଲେ। ସେ ମଧ୍ୟ ଭାଜପାର ହରିୟାଣା ୟୁନିଟ ମହିଳା ମୋର୍ଚ୍ଚାର ଉପାଧ୍ୟକ୍ଷା ଭାବରେ ନିଯୁକ୍ତ ହୋଇଥିଲେ। ସୋନାଲିଙ୍କ ସ୍ବାମୀ ସଞ୍ଜୟ ଫୋଗଟଙ୍କ ୨୦୧୬ରେ ଦେହାନ୍ତ ହୋଇଥିଲା।
ସୋନାଲି ଅନେକ ଛୋଟ ପରଦା ସିରିଏଲରେ କାମ କରିଛନ୍ତି। ସେ ମଧ୍ୟ ବିଗ ବସର ୧୪ତମ ସଂସ୍କରଣରେ ଭାଗ ନେଇଥିଲେ। ସୋମବାର ରାତିରେ ନିଜେ ଇନଷ୍ଟାଗ୍ରାମ ଏବଂ ଫେସବୁକରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। କିନ୍ତୁ ହଠାତ୍‌ ହୃଦଘାତ ହେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Share