Categories: ଜାତୀୟ

ଭାଜପା ନେତାଙ୍କୁ ଗୁଳିକରି ହତ୍ୟା

ନୂଆଦିଲ୍ଲୀ,୨୩।୧୧: ରାଜଧାନୀ ଦିଲ୍ଲୀର ନନ୍ଦନଗରୀ ଅଞ୍ଚଳରେ ଜଣେ ଭାଜପା ନେତାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଭାଜପା ନେତା ଜୁଲଫିକର କ୍ୟୁରେଶି ଭୋର୍‌ ସମୟରେ ନମାଜ ପାଠ ପାଇଁ ଯାଉଥିବାବେଳେ କିଛି ଅଜଣା ଲୋକ ତାଙ୍କୁ ମସଜିଦ୍‌ ବାହାରେ ଗୁଳି କରି ହତ୍ୟା କରିଛନ୍ତି। ଏହା ସହିତ ଜୁଲଫିକରଙ୍କ ପୁଅଙ୍କ ଉପରେ ଆତତାୟୀମାନେ ଛୁରୀରେ ଆକ୍ରମଣ କରିଥିବା ପୋଲିସ ପକ୍ଷରୁ କୁହାଯାଇଛି। ପୁଅଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ସ୍ବାମୀ ଦୟାନନ୍ଦ ସରସ୍ବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାର ତଦନ୍ତ ଜାରି ରହିଥିବା ପୋଲିସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Share