Categories: ଜାତୀୟ

ଭାଜପା ନେତାଙ୍କୁ ହତ୍ୟା

ଇମ୍ଫାଲ,୨୫ା୧: ମଣିପୁରର ଥୌବାଲ ଜିଲାରେ ମଙ୍ଗଳବାର ଭାଜପର ଜଣେ ନେତାଙ୍କୁ ଗୁଳିକରି ହତ୍ୟା କରାଯାଇଛି। ଏହି ଘଟଣାରେ ପୋଲିସ ଜଣକୁ ଗିରଫ କରି ତଦନ୍ତ ଚଳାଇଛି। ଲୈଶରାମ ରାମେଶ୍ୱର ସିଂ ଭାଜପା ରାଜ୍ୟ ଶାଖା ଏକ୍ସ-ସର୍ଭିସମେନ୍‌ ସେଲ୍‌ର ଆବାହକ ଥିଲେ। ମଙ୍ଗଳବାର ସକାଳେ କ୍ଷତ୍ରୀସ୍ଥିତ ବାସଭବନ ଗେଟ୍‌ ନିକଟରେ ତାଙ୍କୁ ଗୁଳିକରି ହତ୍ୟା କରାଯାଇଥିବା ପୋଲିସ କହିଛି। ଆକ୍ରମଣକାରୀମାନେ ଏକ ନମ୍ବର ବିହୀନ କାରରେ ଆସିଥିଲେ।

Share