Categories: ଫୁରସତ

ବସ୍‌ରେ ଆରମ୍ଭ ହୋଇଥିଲା ଏହି ପ୍ରସିଦ୍ଧ ଭାଜପା ନେତାଙ୍କ ଲଭ୍‌ଷ୍ଟୋରୀ

ଭାରତୀୟ ଜନତା ପାର୍ଟିର ପ୍ରସିଦ୍ଧ ନେତା ଶାହନୱାଜ ହୁସେନ ଦିଲ୍ଲୀର ହିନ୍ଦୁ ଯୁବତୀ ରେଣୁଙ୍କୁ ବିବାହ କରିଥିଲେ, କିନ୍ତୁ ଏଥିପାଇଁ ତାଙ୍କୁ ୯ ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡୁଥିଲା। ୧୯୮୬ରେ, ସ୍ନାତକୋତ୍ତର ପଢୁଥିବାବେଳେ ଶାହନୱାଜ ଏଡିଟିସି ବସରେ ଯାତ୍ରା କରୁଥିଲେ। ଦୈନନ୍ଦିନ ଯାତ୍ରାରେ ଥରେ ସେ ରେଣୁଙ୍କୁୁ ବସ୍‌ରେ ଦେଖିଥିଲେ। ଶାହନୱାଜ ତାଙ୍କୁ ଦେଖିବା ମାତ୍ରେ ତାଙ୍କ ଆଡକୁ ଚାହିଁ ରହିଥିଲେ। କିଛି ସମୟ ପରେ ରେଣୁ ନିଜ ଗନ୍ତବ୍ୟସ୍ଥଳରେ ଓହ୍ଲାଇ ପଡିଥିଲେ। ଏହା ଦେଖି ଶାହନଓ୍ବାଜ୍‌ଙ୍କ ମନ ଦୁଃଖ ହୋଇଥିଲା। କିଛି ଦିନ ପରେ ରେଣୁଙ୍କୁ ପୁଣି ଥରେ ବସ୍‌ରେ ଦେଖିଥିଲେ। ଏମିତି ବାରମ୍ବାର ବସ୍‌ରେ ତାଙ୍କ ସହ ଭେଟ ହେଉଥାଏ। ଥରେ ଶାହନଓ୍ବାଜଙ୍କୁ ଏକ ସିଟ୍‌ ମିଳିଥିଲା। ରେଣୁଙ୍କୁ କିନ୍ତୁ ସିଟ୍‌ ନ ମିଳିବାରୁ ସେ ଛିଡା ହୋଇଥିଲେ। ଏହି ମଉକାରେ ଶାହନଓ୍ବାଜ୍‌ ତାଙ୍କୁ ସିଟ୍‌ ଅଫର୍‌ କରିଥିଲେ। ଏହାପରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ଆରମ୍ଭ ହୋଇଥିଲା। ପରେ ଶାହନଓ୍ବାଜ୍‌ ତାଙ୍କ ପ୍ରେମରେ ପଡିଥିଲେ। ଦିନେ ନିଜ ମନକଥା ରେଣୁଙ୍କୁ କହିଦେଲେ। ଏହାଶୁଣି ରେଣୁ ପ୍ରବଳ ରାଗି ଯାଇଥିଲେ। କାରଣ ଶାହନଓ୍ବାଜ୍‌ ମୁସଲମାନ ଧର୍ମର ଥିବାବେଳେ ଯୁବତୀ ଜଣଙ୍କ ହିନ୍ଦୁ ଧର୍ମର ଥିଲେ। ତେଣୁ ପରିବାର ଲୋକେ ରାଜି ହେବା କଷ୍ଟକର। ଶାହନଓ୍‌ବାଜ୍‌ କିନ୍ତୁ ଧର୍ମ ପାଇଁ ନିଜ ପ୍ରେମକୁ ଛାଡିବାକୁ ଚାହୁନ ଥିଲେ। ରେଣୁ ଏବଂ ନିଜ ପରିବାରକୁ ବୁଝାଇବା ପାଇଁ ତାଙ୍କ ୯ ବର୍ଷ ଲାଗିଥିଲା। ପରେ ଉଭୟ ବିବାହ କରିଥିଲେ।

Share