Categories: ଜାତୀୟ

ଛଅ ବର୍ଷ ପରେ ନିର୍ବାଚନ ଲଢିବେ ଶାହନବାଜ

ନୂଆଦିଲ୍ଲୀ,୧୭ ।୧: ଭାରତୀୟ ଜନତା ପାର୍ଟି(ଭାଜପା) ଏହାର ରାଷ୍ଟ୍ରୀୟ ପ୍ରବକ୍ତା ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୟଦ ଶାହନବାଜ ହୁସେନଙ୍କୁ ବିହାର ବିଧାନ ପରିଷଦ ଉପନିର୍ବାଚନ ପାଇଁ ପ୍ରାର୍ଥୀ କରିଛି । ଅନ୍ୟଏକ ଆସନରେ ବିକାଶଶୀଳ ଇଂସାନ ପାର୍ଟି(ବିଆଇପି)ର ମୁଖ୍ୟ ତଥା ମନ୍ତ୍ରୀ ମୁକେଶ ସହାନିଙ୍କୁ ପ୍ରାର୍ଥି କରିଛି । ନାମାଙ୍କନ ପତ୍ରର ଶେଷ ତାରିଖ ରହିଛି ୧୮ ଜାନୁୟାରୀ । ମୁଖ୍ୟ ରାଜନୀତିରେ ଦୀଘ ୬ ବର୍ଷ ପରେ ଶାହାନବାଜ ପୁଣିଥରେ ନଜର ଆସିବେ । କୁହାଯାଉଛି କି ଏମ୍‌ଏଲ୍‌ସି ପରେ ଭାଜପା ତାଙ୍କୁ ବିହାରର ମନ୍ତ୍ରୀ କରିପାରେ । ସୂଚନାଯୋଗ୍ୟ, ୨୦୧୪ରେ ଲୋକ ସଭା ନିର୍ବାଚନ ହାରିବା ପରେ ସେ ମୁଖ୍ୟଧାରାର ରାଜନୀତିଠାରୁ ଏକ ପ୍ରକାର ଦୂରରେ ଥିଲେ । ଭାଜପା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ସୋମବାର ସେ ପ୍ରାର୍ଥିପତ୍ର ଦାଖଲ କରିପାରନ୍ତି ।

Share