Categories: ଜାତୀୟ

ରାହୁଲ ଗାନ୍ଧୀ ଚାହୁଁଛନ୍ତି ରାସ୍ତାରେ ଲଢେଇ ହେଉ: ସମ୍ବିତ ପାତ୍ର

ନୂଆଦିଲ୍ଲୀ,୩।୨: କୃଷକ ଆନ୍ଦୋଳନକୁ ନେଇ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଉପରେ ଭାଜପା ବର୍ଷିଛି। ଭାଜପା ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି ଯେ, ରାହୁଲ ଗାନ୍ଧୀ ଚାହୁଁଛନ୍ତି ଯେ, ରାସ୍ତାରେ ଲଢେଇ ହେଉ, ଲୋକଙ୍କ ଉପରେ ଗୁଳି ଚାଳନା କରାଯାଉ ଏବଂ ମୃତଦେହ ବିଛେଇ ହୋଇଯାଉ। କୃଷକ ଆନ୍ଦୋଳନ ନେଇ ରାହୁଲ ଧମକ ଦେବା ସହ କୃଷକଙ୍କୁ ଉସକାଉଛନ୍ତି ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, କୃଷି ଆଇନ ବିରୁଦ୍ଧରେ ଚାଷୀଙ୍କ ଆନ୍ଦୋଳନ କ୍ରମାଗତ ଭାବରେ ଜାରି ରହିଛି। ଏଭଳି ପରିସ୍ଥିତିରେ ଦିଲ୍ଲୀର ସଂଘୁ ଏବଂ ଗାଜିପୁର ସୀମାରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି। ସୂଚନାଯୋଗ୍ୟ, ଜାନୁଆରୀ ୨୬ରେ ଦିଲ୍ଲୀରେ ହୋଇଥିବା ହିଂସା ପରେ କୃଷକ ଆନ୍ଦୋଳନ ମନ୍ଥର ହୋଇଯାଇଥିଲା, କିନ୍ତୁ କୃଷକ ନେତା ରାକେଶ ଟିକାଏତଙ୍କ ଭାବପ୍ରବଣ ହେବାପରେ ପୁନର୍ବାର ଆନ୍ଦୋଳନ ଜାଗ୍ରତ ହୋଇଉଠିଥିଲା।

Share