Categories: ଜାତୀୟ

ରାହୁଲଙ୍କ ଭାଇରାଲ ଭିଡିଓର ପ୍ରତିକ୍ରିୟା ରଖିଲେ ଭାଜପା ନେତା

ନୂଆଦିଲ୍ଲୀ,୧୬।୩: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ଦୁର୍ଭାଗ୍ୟବଶତଃ ମୁଁ ଏମ୍‌ପି’ ବୟାନ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ଉପରେ ଭାଜପା ନେତା ଶାହଜାଦ ପୁନାୱାଲା ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଜୟରାମ ଜୀ, ଆମ ପାଇଁ ଦୁର୍ଭାଗ୍ୟଜନକ ଯେ, ସେ ଏହି ମହାନ ସଂସଦରେ ସେ ଜଣେ ଏମ୍‌ପି ଅଛନ୍ତି। ଯାହାକୁ ସେ ଅବହେଳା ସହ ଅବମାନନା କରିଥାନ୍ତି। ଦୁଃଖର ବିଷୟ ହେଉଛି ତାଲିମ ବିନା ସେ ଏକ ବିବୃତ୍ତି ମଧ୍ୟ ଦେଇପାରିବେ ନାହିଁ। ଆଶ୍ଚର୍ଯ୍ୟର କଥା ହେଉଛି ତାଙ୍କର ବିଦେଶୀ ହସ୍ତକ୍ଷେପ ବିବୃତ୍ତି ପାଇଁ ତାଙ୍କୁ କିଏ ପ୍ରଶିକ୍ଷଣ ଦେଇଥିଲା ବୋଲି ଭାଜପା ନେତା ପୁନାଓ୍ବାଲା କହିଛନ୍ତି।

Share