Categories: ଜାତୀୟ

‘ସୀତା ମାତାଙ୍କ ଚିର ହରଣ’: ସୁରଜେୱାଲାଙ୍କ ବିବାଦୀୟ ବୟାନକୁ ନେଇ ଟାର୍ଗେଟ କଲା ଭାଜପା

ନୂଆଦିଲ୍ଲୀ,୧୦ ।୬: ଭାରତୀୟ ଜନତା ପାର୍ଟି(ଭାଜପା) ଗୁରୁବାର କଂଗ୍ରେସର ମୁଖ୍ୟ ପ୍ରବକ୍ତା ରଣଦୀପ ସୁରଜେୱାଲାଙ୍କୁ ଟାର୍ଗେଟ କରିଛି । ଉଦୟପୁରରେ ସେ ଦେଇଥିବା ଏକ ଟିପ୍ପଣିକୁ ନେଇ ଭାଜପା କହିଛି ସୁରଜେୱାଲା ମାତା ସୀତାଙ୍କର ଅପମାନ କରିଛନ୍ତି । ଭାଜପାର ରାଷ୍ଟ୍ରିୟ ପ୍ରବକ୍ତା ରାଜବର୍ଦ୍ଧନ ସିଂ ରାଠୋର, ସୁରଜେୱାଲାଙ୍କର ଏକ ଭିଡିଓ ଶେୟାର କରିଛନ୍ତି । ଯେଉଁଥିରେ ସୁରଜେୱଲା ଚିରହରଣ ସନ୍ଦର୍ଭରେ ଦ୍ରୌପଦିଙ୍କ ସ୍ଥାନରେ ମାତା ସୀତା ବୋଲି କହିଦେଇଛନ୍ତି ।

ରାଜବର୍ଦ୍ଧନ ସିଂ ରାଠୋର ପଚାରିଛନ୍ତି କଂଗ୍ରେସ ହିନ୍ଦୁଙ୍କୁ ଏତେ ଘୃଣା କରେ କାହିଁକି । ଜୟପୁର ଗ୍ରାମୀଣର ଏମ୍‌ପି ଟୁଇଟ କରି ଏହା ପଚାରିଛନ୍ତି । ମନ୍ଦିର-ମନ୍ଦିର ବୁଲି ନିର୍ବାଚନ ପର୍ଯ୍ୟଟନ କରୁଥିବା ରାହୁଲ ଗାନ୍ଧୀ ଏମିତିବି ହିନ୍ଦୁତ୍ୱ ଭଳି ପବିତ୍ର ଶବ୍ଦକୁ ଶୁଣିଲେ ବିଗିଡି ଯାଆନ୍ତି । ତାଙ୍କ ଦଳ ଭଗବାନ ରାମଙ୍କ ଅପମାନ କରିଥାଏ । ଆଜି ପୁଣିଥରେ କଂଗ୍ରେସ ମାତା ସୀତାଙ୍କୁ ନେଇ ଅଭଦ୍ର ଟିପ୍ପଣି ଦେଇ ହିନ୍ଦୁଙ୍କ ଧାର୍ମିକ ଭବନାରେ ଆଘାତ ଦେଇଛି । ରାଜସ୍ଥାନରେ ୧୦ ଜୁନକୁ ୪ଟି ରାଜ୍ୟ ସଭା ଆସନ ଲାଗି ହେବାକୁ ଯାଉଥିବା ନିର୍ବାଚନରେ ସୁରଜେୱାଲା କଂଗ୍ରେସର ୪ ପ୍ରାର୍ଥୀଙ୍କ ମଧ୍ୟରୁ ଜଣେ । ସେଠାରେ ସେ ସମସ୍ତ ପ୍ରାର୍ଥୀଙ୍କୁ ବିଜୟର ଭରସା ଦେଉଥିବା ବେଳେ ତାଙ୍କ ପାଟିରୁ ଏଭଳି କଥା ବାହାରି ଯାଇଥିଲା । ଯାହାକୁ ନେଇ ଏବେ ଭାଜପା କଂଗ୍ରେସକୁ ଟାର୍ଗେଟ କରିଛି ।

Share