ଭାଜପା ନେତା ପ୍ରକାଶଙ୍କୁ ସଂଘବଦ୍ଧ ଆକ୍ରମଣ: ଆକ୍ରମଣରେ ରାଜନେତା ସମ୍ପୃକ୍ତି ଥିବା ଅଭିଯୋଗ

ଖୋର୍ଦ୍ଧା,୭।୮(ପ୍ରଭାତ ପାଣିଗ୍ରାହୀ): ବେଗୁନିଆ ଭାଜପା ବିଧାୟକ ପ୍ରାର୍ଥୀ ପ୍ରକାଶ ରଣବିଜୁଳିଙ୍କୁ ଗୁରୁବାର ମରଣାତ୍ମକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଖୋର୍ଦ୍ଧା ବାଟମଙ୍ଗଳାସ୍ଥିତ ଡିଆର୍‌ସିଏସ୍‌ କାର୍ଯ୍ୟାଳୟ ସମ୍ମୁଖରେ ୪ରୁ ୫ଜଣ ଦୁର୍ବୃତ୍ତ ମାରଣାସ୍ତ୍ର ଧରି ପ୍ରକାଶଙ୍କ ଗାଡିକୁ ଭଙ୍ଗାରୁଜା କରିବା ସହ ତାଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିବା ଜଣାପଡିଛି।

ଏହି ଆକ୍ରମଣର ଦୃଶ୍ୟ ଆର୍‌ଡି ବଙ୍ଗଳା ସିସିଟିଭିରେ କଏଦ ହୋଇଛି। ଅନ୍ୟପକ୍ଷେ ପ୍ରକାଶଙ୍କ କିଛି ସମର୍ଥକ ଘଟଣାସ୍ଥଳରେ ପହଞ୍ଚିଯିବାରୁ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ।

ଖବର ପାଇ ହେଡ୍‌କ୍ବାର୍ଟର ଡିଏସ୍‌ପି ଅନିଲ ମହାନ୍ତି, ଟାଉନ ପୋଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲେ। ପ୍ରକାଶ କହିଛନ୍ତି, ବେଗୁନିଆ ବ୍ଲକ ଗଡ଼ମାଣିତ୍ରୀ ଛତ୍ରପଡ଼ା ସୋସାଇଟିର ଚାଷୀ ସମସ୍ୟା ନେଇ ପ୍ରାୟ ୪୦ରୁ ଊର୍ଦ୍ଧ୍ୱ ଚାଷୀଙ୍କ ସହ ସମବାୟ ସମୂହ ନିବନ୍ଧକ ଅଧିକାରୀଙ୍କ କାର୍ଯ୍ୟଳୟକୁ ଆସିଥିଲେ। ଚାଷୀମାନେ କାର୍ଯ୍ୟାଳୟ ଭିତରେ ଆଲୋଚନା କରୁଥିବା ବେଳେ ପ୍ରକାଶ କାର୍ଯ୍ୟାଳୟ ବାହାରକୁ ଆସିଥିଲେ।

ସେତିକିବେଳେ ଆର୍‌ଡି ବଙ୍ଗଳାପଟୁ ହଠାତ୍‌ ୪ରୁ ୫ଜଣ ଦୁର୍ବୃତ୍ତ ପହଞ୍ଚି କାର୍‌କୁ ଢେଲା, ପଥର ମାଡ଼ କରିଥିଲେ। ପ୍ରକାଶ ପ୍ରତିବାଦ କରିବାରୁ ଦୁର୍ବୃତ୍ତମାନେ ତାଙ୍କୁ ଘେରିଯାଇ ଆକ୍ରମଣ କରିଥିଲେ। ସେଥିରୁ ଜଣେ ଫୋନ ଦେଇ କହିଲେ, ଭାଇ କଥା ହେବେ, ସେ କଥା ହେବା ବେଳେ ବାର୍ତ୍ତାଳାପରୁ ସେ ଜଣେ ରାଜନେତା ବୋଲି ପ୍ରକାଶ ଜାଣିବାକୁ ପାଇଥିବା ପ୍ରକାଶ କହିଛନ୍ତି। ଏହି ଆକ୍ରମଣ ପଛରେ ଜଣେ ରାଜନେତାଙ୍କ ସମ୍ପୃକ୍ତି ଥିବା ସେ ଅଭିଯୋଗ କରିଛନ୍ତି।

ଫୋନରେ ବ୍ୟକ୍ତି ଜଣକ ପ୍ରକାଶଙ୍କୁ କହିଥିଲେ, ତୁ ବେଶି ଉତୁରୁଛୁ, ଆଉ ବେଗୁନିଆ ଯିବୁନି, ଗଲେ ଜୀବନରେ ମାରିଦେବୁ, ପୂର୍ବରୁ ମୋର ବାଡିଆପିଟାରେ ରେକର୍ଡ ଅଛି ବୋଲି ଧମକ ଦେଇଥିଲେ। ଅନ୍ୟପକ୍ଷେ ପ୍ରକାଶ ଆର୍‌ଡି କାର୍ଯ୍ୟାଳୟ ନିଶାଖୋରଙ୍କ ଆଡ୍ଡାସ୍ଥଳୀ ପାଲଟିଛି ବୋଲି ଗଣମାଧ୍ୟମ ଆଗରେ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିରାଟ କୋହଲିଙ୍କ କ୍ରେଜ ଦେଖିଛନ୍ତି? ମାତ୍ର ୨୪ ଘଣ୍ଟା ମଧ୍ୟରେ ବିକ୍ରି ହୋଇଯାଇଥିଲା ପ୍ରଥମ ଦିନିକିଆ ମ୍ୟାଚ ପାଇଁ ୫୦,୦୦୦ ଟିକେଟ

ନୂଆଦିଲ୍ଲୀ,୧୯।୯: ୱେଷ୍ଟଇଣ୍ଡିଜ କ୍ରିକେଟ ଦଳ ତିନୋଟି ODI (ଏକଦିବସୀୟ) ଏବଂ ପାଞ୍ଚୋଟି T20I ମ୍ୟାଚ ବିଶିଷ୍ଟ ସିରିଜ ପାଇଁ ଭାରତ ଗସ୍ତ କରୁଛି। ଏହି ଗସ୍ତ ସେପ୍ଟେମ୍ବର…

ବଡ଼ ଦୁର୍ଘଟଣା: ବଗଳାମୁଖୀରୁ ଫେରୁଥିବା ବେଳେ ନାଳରେ ଭାସିଯାଇ ୮ ଓଡ଼ିଆ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

ଇନ୍ଦୋର,୧୯।୯: ମଧ୍ୟପ୍ରଦେଶର ନାଲଖେଡା ସ୍ଥିତ ମା’ ବଗଳାମୁଖୀ ମନ୍ଦିର ନିକଟରେ ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଏକ କାରକୁ ଏକ ନାଳ ଭସାଇ ନେଇଥିଲା। ଏହି ଘଟଣାରେ କାରରେ…

Video: ଭାବ ବିହ୍ବଳ ହୋଇ ଖୁବ କାନ୍ଦିଲେ ଚରାଗ ପାଶଓ୍ବାନ

ମୁମ୍ବାଇ,୧୯।୯: ଭକ୍ତମାନଙ୍କ ପାଇଁ ଗଣପତି ବାପ୍ପାଙ୍କୁ ବିଦାୟ ଦେବାର ମୁହୂର୍ତ୍ତଟି ଅତ୍ୟନ୍ତ ଭାବପୂର୍ଣ୍ଣ ହୋଇଥାଏ। କେନ୍ଦ୍ରମନ୍ତ୍ରୀ ତଥା ଲୋକ ଜନଶକ୍ତି ପାର୍ଟି (ରାମ ବିଳାସ)ର ନେତା ଚିରାଗ…

ପ୍ରେମୀଯୁଗଳଙ୍କୁ ଗଛରେ ବାନ୍ଧି ମାଡ଼: ଲୁଚିକି ମହିଳାଙ୍କ ଘରକୁ ଆସିଥିବାବେଳେ ଘଟିଲା…

ବାରିପଦା/ ଝାରପୋଖରିଆ,୧୯ା୯ (ନୀଳାଦ୍ରି ବିହାରୀ ଦଣ୍ଡପାଟ/ସୁଧୀର କୁମାର ମହାନ୍ତ):ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ଅଞ୍ଚଳରେ ପ୍ରେମ ସମ୍ପର୍କରୁ ନେଇ ଏକ ଅଶୋଭନୀୟ ଘଟଣା ଘଟିଛି। ଜଣେ ବିବାହିତା…

8th Pay Commission: ନାଇଟ ଡ୍ୟୁଟି ପାଇଁ ମିଳିବ ଅଲଗା ଟଙ୍କା! ୩ ଗୁଣା ଦରମା…

୮ମ ବେତନ ଆୟୋଗ (8th Pay Commission) ଗଠନ ସହିତ ସରକାରୀ କର୍ମଚାରୀଙ୍କ ଆଶା ଆହୁରି ବଢ଼ିବାରେ ଲାଗିଛି। ଏହି କ୍ରମରେ ଦେଶର ବିଭିନ୍ନ କେନ୍ଦ୍ର ସରକାରୀ…

ଜଳବାୟୁ ସମ୍ମିଳନୀରେ ବଡ଼ ବାର୍ତ୍ତା ଦେଲେ ମୋଦି, କହିଲେ, ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ବଡ଼ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୧୯।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ନୂଆଦିଲ୍ଲୀରେ ‘ପରିବେଶ ଏବଂ ଜଳବାୟୁ ଗତିଶୀଳତାର ଭବିଷ୍ୟତ’ (The Future of Environment and Climate Dynamics) ବିଷୟ ଉପରେ…

ବିଶ୍ୱକର୍ମା ପୂଜା ମଣ୍ଡପରେ ଛତ୍ରପୁର ବିଧାୟକ

ଛତ୍ରପୁର, ୧୮।୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ସଦର ମହକୁମା ଛତ୍ରପୁରସ୍ଥିତ ବିଦ୍ୟୁତ୍‌ ବିଭାଗ କାର୍ଯ୍ୟାଳୟ ପରିସରରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ମହାଆଡ଼ମ୍ବରରେ ଦେବଶିଳ୍ପୀ…

AIର ଅଗ୍ରଗତି ଯୋଗୁ ୨୦୩୦ ସୁଦ୍ଧା ବିଶ୍ୱର ଅନ୍ତ ଘଟିବ? ଏକ ବହୁରାଷ୍ଟ୍ରୀୟ କମ୍ପାନୀର ସିଇଓ ଜେନସେନ ହୁଆଙ୍ଗଙ୍କ ବଡ଼ ଦାବି

ଓ୍ବାଶିଂଟନ,୧୯।୯: ଆଜିର ବିଶ୍ୱରେ AI ଉନ୍ନତିର ଦ୍ରୁତ ଗତିକୁ ନେଇ ଲୋକମାନେ ବିଭକ୍ତ; କେତେକ ଏହାକୁ ଧୀର କରିବାକୁ ଚାହୁଁଥିବା ବେଳେ, ଅନ୍ୟ ବିଶେଷଜ୍ଞମାନେ ଯୁକ୍ତି ବାଢ଼ନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?