Categories: ଜାତୀୟ

ପଶ୍ଚିମବଙ୍ଗରେ ଭାଜପା ନେତାଙ୍କୁ ନିର୍ଯାତନା ଦେଇ ହତ୍ୟା

କୋଲକାତା, ୭।୧୧: ପଶ୍ଚିମବଙ୍ଗର ଉତ୍ତର ଦିନାଜପୁର ଜିଲାରେ ଭାଜପା ଯୁବମୋର୍ଚ୍ଚାର ଜଣେ ନେତାଙ୍କୁ ଗୁଳିକରି ହତ୍ୟା କରିବାର କିଛିଦିନ ପରେ ଶନିବାର ରାତିରେ ପୂର୍ବ ମେଦିନିପୁର ଜିଲାର ଭଗବାନପୁରଠାରେ ଅନ୍ୟ ଜଣେ ଭାଜପା ନେତାଙ୍କୁ ହତ୍ୟା କରାଯାଇଛି। ଚାନ୍ଦିପୁର ବିଧାନସଭା କ୍ଷେତ୍ରର ଭାଜପା ଶକ୍ତିକେନ୍ଦ୍ର ମୁଖ୍ୟ ଶମ୍ଭୁ ମାଇତି(୩୬)ଙ୍କୁ ରାସ୍ତାରୁ ଉଠାଇନେଇ ହତ୍ୟା କରାଯାଇଥିଲା। ରବିବାର ସକାଳେ ତାଙ୍କ ମୃତଦେହ କେଲେଘାଇ ନଦୀକୂଳରୁ ମିଳିଛି। ତାଙ୍କ ଦେହସାରା ଗଭୀର କଟାଦାଗ ରହିଛି। ଏହି ହତ୍ୟାକାଣ୍ଡ ପାଇଁ ଭାଜପା ତୃଣମୂଳ କଂଗ୍ରେସକୁ ଦାୟୀ କରିଥିବା ବେଳେ ଶାସକ ଦଳ ଏହାକୁ ଖଣ୍ଡନ କରିଛି।

Share