Categories: ଜାତୀୟ

ପୋଲିସ ଲାଠିମାଡରେ ଭାଜପା ନେତା ମୃତ

ପାଟନା,୧୩।୭: ପାଟନାରେ ପଦଯାତ୍ରା ବେଳେ ଭାଜପା ନେତା ଓ ପୋଲିସ ମଧ୍ୟରେ ସଂଘର୍ଷ ଘଟିଛି। ପୋଲିସ ଲାଠିଚାର୍ଜରେ ଅନେକ ଭାଜପା ନେତା ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଜେହାନାବାଦର ଭାଜପା ସାଧାରଣ ସମ୍ପାଦକ ବିଜୟ ସିଂ ପୋଲିସର ଲାଠିମାଡରେ ଗୁରୁତର ଆହତ ହୋଇ ପିଏମ୍‌ସିଲଏଚ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ସୂଚନା ପରେ ବିଜୟ ସିଂଙ୍କ ଗାଁରେ ଶୋକ ପ୍ରକାଶ ପାଇଛି। ଏହି ଘଟଣା ପରେ ଭାଜପା ନୀତୀଶ ସରକାରଙ୍କୁ ଟାର୍ଗେଟ୍‌ କରିଛି।

Share