ସୀମାନ୍ତରେ ଭାଜପା ନେତାଙ୍କୁ ହତ୍ୟା

ମାଲକାନଗିର,୨୨ା୬(ଦୁର୍ଯ୍ୟୋଧନ ପାତ୍ର) ଛତିଶଗଡ଼ ବିଜାପୁର ଜିଲାରେ ମାଓବାଦୀମାନେ ପୁଣି ଏକ ବର୍ବରକାଣ୍ଡ ଘଟାଇଛନ୍ତି। ବିଜାପୁର ଜିଲାର ଜଣେ ଭାଜପା ନେତାଙ୍କୁ ହତ୍ୟା କରିଛନ୍ତି। ସେ ହେଲେ ଇଲମିଡି ଗ୍ରାମର କାକା ଅର୍ଜୁନ। ପ୍ରକାଶ ଯେ, ବୁଧବାର ସକାଳୁ କାକା ଘରୁ ବାହାରି ଯାଉଥିବା ସମୟରେ ଇଲମିଡି ଲଙ୍କାପାରା ନିକଟରେ ମାଓବାଦୀମାନେ ତାଙ୍କୁ ଘେରାଉ କରି ହତ୍ୟା କରିଛନ୍ତି। ତେବେ ହତ୍ୟାର କାରଣ ସ୍ପଷ୍ଟ ହୋଇନାହିଁ। ବିଜାପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିିବା ସହ କୋମ୍ବିଂ ଅପରେଶନ ଜାରି ରଖିଛି। ତଦନ୍ତ ପରେ ଏହି ଘଟଣାର ସମ୍ପୂର୍ଣ୍ଣ ତଥ୍ୟ ଦିଆଯିବ ବୋଲି ପୋଲିସ କହିଛି।