Categories: ଜାତୀୟ

‘ଯଦି ଦ୍ରୌପଦୀ ରାଷ୍ଟ୍ରପତି, ତା’ହେଲେ ପାଣ୍ଡବ କିଏ’

ହାଇଦ୍ରାବାଦ,୨୫।୬: ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ଉପରେ ବିବାଦୀୟ ଟୁଇଟ୍‌କୁ ନେଇ ଚର୍ଚ୍ଚାରେ ଫିଲ୍ମ ନିର୍ମାତା ରାମ ଗୋପାଳ ବର୍ମା। ସେ ଟୁଇଟ୍‌ରେ ଲେଖିଛନ୍ତି,‘ଯଦି ଦ୍ରୌପଦୀ ରାଷ୍ଟ୍ରପତି, ତା’ହେଲେ ପାଣ୍ଡବମାନେ କିଏ ? ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଲା କୌରବମାନେ କିଏ ? ତାଙ୍କର ଏଭଳି ଟୁିଇଟ୍‌କୁ ନେଇ ଭାଜପା ଅଭିନେତା ଅଭିଯୋଗ କରିଛନ୍ତି। ତେଲେଙ୍ଗାନାର ବରିଷ୍ଠ ଭାଜପା ନେତା ଗୁଡୁର ନାରାୟମ ରେଡ୍ଡୀଏବଂ ଟି ନନ୍ଦେଶ୍ବର ରାମ ଗୋପାଳଙ୍କ ବିରୋଧରେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏପରି ମନ୍ତବ୍ୟ ଦେଇ ଏସସି ଓ ଏସଟି ସମ୍ପ୍ରଦାୟକୁ ଅପମାନିତ କରିଥିବା ସେ କହିଛନ୍ତି । ତେଣୁ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସେମାନେ ଦାବି କରିଛନ୍ତି ।

Share